Saturday, May 6, 2017

●●●ମାତା ମାତା ରବ ବହୁଦିନ ହେଲା ଦୂରରୁ ଶୁଣିଛି ମୁହିଁ●●●

ମାତା ମାତା ରବ ବହୁଦିନ ହେଲା
ଦୂରରୁ ଶୁଣିଚି ମୁହିଁ ।

ଦୂରରୁ ଶବଦ ପବନ ଆଣୁଚି
ନିକଟରେ କେହି ନାହିଁ ।।

ମାତା ମାତା ରବ ବହୁଦିନ ହେଲା
ଦୂରରୁ ଶୁଣିଚି ମୁଁହି..........

ଗର୍ଭେ ଧରିଥିଲି ଶତ କର୍ମବୀର
ସେମାନେ ଡାକିଲେ ନାହିଁ ।

ବାକ୍ଯବୀରଙ୍କର ରବ ଶୁଣୁଅଛି
କର୍ମବୀର ଗଲେ କାହିଁ ??????????

ଏକ ପୁତ୍ର ମୋର ନୀଳାଚଳ ଧାମେ
ଉଡାଇଲା ମୋର ଧ୍ବଜା ।

ସମସ୍ତ ଭାଇଙ୍କୁ କୋଳେ ବସାଇଲା
"ଭେଦ ନାହିଁ ରାଜା ପ୍ରଜା*(2) ।।

ଇତିହାସ ତୂରୀ ଜଗତେ ଘୋଷୁଛି
ମୋର ସୁତଙ୍କର ଯଶ ।

ତାଙ୍କର ବଂଶଜ ଘୃଣିତ ଓଡି଼ଆ(2)
ଏହା ମୋ କପାଳ ଦୋଷ ।।

ମାତା ମାତା ରବ ବହୁଦିନ ହେଲା
ଦୂରରୁ ଶୁଣିଛି ମୁହିଁ..............

ବହୁକାଳ ଧରି ରୋଦନ କରୁଛି
ନୟନକୁ ଦିଶୁନାହିଁ ।

ମୋହରି ସନ୍ତାନ କତିକି ଆସିଲେ
ଅଣ୍ଡାଳି ଚିହ୍ନିବି ମୁହିଁ ।।

ନାହିଁ ମୋର ମାନ ନାହିଁ ମୋର ଧନ
ବଦନେ ଲାଗିଛି ଧୂଳି ।

ବୀର ପ୍ରସବିନୀ ଶୋଣିତ ରହିଛି
ତୋ ଶିରାରେ ଦେବି ଢାଳି (2)।।

ସେ ଶୋଣିତ ବଳେ
ବୁଦ୍ଧି ର କୌଶଳେ
ହେବୁ ତୁହି କର୍ମବୀର ।

ଅତି ଅଳ୍ପ ଦିନେ ପ୍ରଭୂ ଙ୍କ କୃପାରେ(2)
ତୋର ଦୁଃଖ ହେବ ଦୂର(3)

~~୰ଉତ୍କଳ ଗୌରବ ମଧୁସୂଦନ ଦାସ~~~~~

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...