Sunday, May 21, 2017

●●●● ଆମ୍ବଡା଼●●●●

ଆମ୍ବଡା଼ Samac/Cashaw  ଜାତୀୟ ଏକ ପ୍ରକାରର ଖଟାଳିଆ ଜଙ୍ଗଲି ଫଳଗଛ ।
ଓଡ଼ିଆରେ ସାଧାରଣତଃ ଆମ୍ବଡା କୁହାଯାଏ
ତେବେ ବାଲେଶ୍ଵରରେ ଆମ୍ବଡା଼କୁ ସାଲମା ମଧ୍ଯ କୁହନ୍ତି ।
ଏହାର ମୂଳ ବୈଜ୍ଞାନିକ ନାମା Spondia ।
ଏହି ଜାତିର ପ୍ରାୟ 17 ପ୍ରଜାତି ବର୍ତ୍ତମାନ ସୁଦ୍ଧା ମିଳିଅଛି ତନ୍ମଧ୍ଯରୁ 10ଟି ପ୍ରଜାତି ଏସିଆ ମହାଦେଶର ନାତିଶୀତୋଷ୍ଣ ତଥା ନିରକ୍ଷୀୟ ବଳୟର ଥିବା ବେଳେ ବାକି 7ଟି ପ୍ରଜାତି ଦକ୍ଷିଣ ଆମେରିକା ତଥା ମଧ୍ଯ ଆମେରିକା ଆଦିର ଜଙ୍ଗଲରୁ ଠାବ କରାଯାଇଅଛି ।

ଭାରତରେ ମିଳୁଥିବା ଆମ୍ବଡା଼ ପ୍ରଜାତିକୁ ଯଥାକ୍ରମେ
Spondias pinnata,
Spondias Mangifera ,
Spondias macrophylla ଏବଂ Spondias amara ଆଦି କୁହାଯାଏ ।

ଭାରତର ଅଧିକାଂଶ ଭାଷାଗୁଡିକରେ
ଆମ୍ବଡା଼ ର ପ୍ରାୟ ଏକା ଭଳି ନାମଥିବା ଦୃଷ୍ଟିଗୋଚର ହୁଏ ।

ସଂସ୍କୃତ-ଆମ୍ରାଲକ,ଆମ୍ରାତକ,ଆମ୍ରାତ
ଓଡ଼ିଆ-ଆମ୍ବଡା,ସାଲମା
ହିନ୍ଦୀ-ଆମଡା଼,ଆମଲା
ବଙ୍ଗାଳୀ-ଆମଡା
ମଣିପୁରୀ : ଏଇଖୋଇ(Eikhoi)
ମରାଠୀ : अमडा amada,
अंबाडा ambada,
ढोलआंबा dholamba,
खटांबा khatamba,
रानआंबा ranamba •
Malayalam : അമ്പഴം ampazham •
Telugu: అడవిమామిడి adavimamidi, అధ్వము adhvamu, అంబాళము ambalamu •
Konkani: आंबाडे ambade, आंबाडो ambado •
Assamese: আমৰা aamrata •
Gujarati: અંબાડાં ambaada •
Khasi: Dieng-sohpier •
Mizo : Tawitaw •
Sanskrit : आम्रात aamraata, अम्रातकः amraatakah, मेटुला metula, पीतनः pitan • Tamil: கிஞ்சம் kincam, புளிமா pulima •
Nepali : अमारो amaro •
Tangkhul : Khursongthei


ଆମ୍ବଡା଼ ର ପ୍ରାୟ 80ରୁ ଅଧିକ  ପ୍ରଜାତି ଥିଲେ ହେଁ ସେଥିରୁ ମାତ୍ର 18ଟି ପ୍ରଜାତିକୁ ସ୍ବତନ୍ତ୍ର ଗଣାଯାଉଅଛି ଏବଂ ତହିଁରୁ ଗୋଟିଏ ପ୍ରଜାତି କୁ ନେଇ ଗବେଷକଗଣ ଅନିଶ୍ଚିତ ଥିବାରୁ ମୂଳ ପ୍ରଜାତି 17ଟି ବୋଲି ସାଧାରଣତଃ ବିଶ୍ବାସ କରାଯାଏ.....

ଆମ୍ବଡା଼ର କେତେକ ପ୍ରଶିଦ୍ଧ ପ୍ରଜାତି.....

1.Spondias mombin (ଆମେରିକା ମହାଦେଶ ତଥା ପଶ୍ଚିମ ଭାରତୀୟ ଦ୍ବୀପ ପୁଞ୍ଜ)
2.Spondias purpurea,"jocote"(ଦକ୍ଷିଣ ଆମେରିକା)
3.Spondias tuberosa ,"Umbu"(ବ୍ରାଜିଲ)
4.Spondias radlkoferi (ଦକ୍ଷିଣ ଆମେରିକାର ଉତ୍ତରାଞ୍ଚଳ ତଥା କୋଷ୍ଟାରିକା)
5.Spondias haplophylla (ଦକ୍ଷିଣ ପଶ୍ଚିମ ଏସିଆ)
6.Spondias pinnata (ଓଡ଼ିଆରେ ଏହି ଫଳକୁ ଜଙ୍ଗଲି ଆମ୍ବ କୁହନ୍ତି ।  ମାଲେସିଆ ଇଣ୍ଡୋନେସିଆ ରୁ ଆସି ଏହା ଭାରତ ଚୀନ ଆଦି ଦେଶରେ ଜଙ୍ଗଲୀ ହୋଇଛି ।
7.Spondias lakonensis(ପୂର୍ବ ଏସିଆର ଲାଲବର୍ଣ୍ଣଯୁକ୍ତ ଆମ୍ବଡା଼)
8.Spondias indica (ଉତ୍ତରଭାରତୀୟ ଆମ୍ବଡା )
9.Spondias cytherea
ଏବଂ
10.Spondias dulcis
ଆଫ୍ରିକା,ଏସିଆ ଦକ୍ଷିଣ ଆମେରିକାରେ ଏହି ଫଳକୁ ଉଦ୍ଯାନରେ ଚାଷକରାଯାଏ ।
S.dulcis 1782ରେ ଦକ୍ଷିଣ ଆମେରିକାର
ନାତିଶିତୋଷ୍ଣ ତଥା ନିରକ୍ଷୀୟ ଅଞ୍ଚଳରୁ ସମସ୍ତ ଆମେରିକା ତଥା ଆଫ୍ରିକାରେ ବ୍ଯାପିଗଲା......

No comments:

Post a Comment

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...