Friday, May 19, 2017

●ଆଉ ନକର କାହା ଆଗେ ଗୁହାରୀ●

ଆଉ ନକର କାହା  ଆଗେ ଗୁହାରୀ
ନିଜେ ନମଲେ କିବା ମିଳେ ଶ୍ରୀହରି

ରାମାୟଣେ ବୋଲା କୁହା ମହାଭାରତେ
ଖାରବେଳ ଚକ୍ରବର୍ତ୍ତୀ କଳିଙ୍ଗ ରଥେ

ଲାଙ୍ଗୁଳା ନରସିଂହ ସୂର୍ଯମନ୍ଦିର କଲେ
ଅନନ୍ତ ଯଶୋବନ୍ତ ଜ୍ଞାନ ଚରମ ଦେଲେ

ଏମିତି ଜ୍ଞାନ ଥାଇ ଶୂନ୍ୟ କାହିଁକି ହେଲେ
ନିଶ୍ଚୟଁ କର ବୁଝି ବିଚାରି.....

ମୋଗଲ ମରାଠା ଇଂଗିରେଜ ଆସିଲେ
ମାଆ ଦେହ ମନ ସିଏ ଖଣ୍ଡିଆ କଲେ

ଲଢିଲେ ମଧୁବାବୁ ଦେଶ ଏକାଠି କଲେ
ଫକୀର ସେନାପତି ନୂଆ ସାହିତ୍ୟ ଦେଲେ

ଦାସେ ଆପଣେ ସଦା ଲୋକଙ୍କ ସାଙ୍ଗେ ଥିଲେ
ନଯାଅ ତାଙ୍କୁ ତୁମେ ପାଶୋରି

ମାଆକୁ ପାଇଣ ଓଡିଆଏ ନାଚିଲେ
ଓଡ଼ିଶାଦିବସ ଖୁସି ଖୁସି ପାଳିଲେ

ଭାଷାକୁ ନେଇ ରାଜ୍ଯ ଗଢି ତ ଆମେ ଥିଲେ
ଭାଷାର ପରିଣତି କଅଣ କରିଦେଲେ

ଯତନ କେତେ କରି ମିଳିଛି ମାଆ ହେଲେ
ମନଟା ମିଳିନାହିଁ କାହାରି

ଆଉ ନକର କାହା  ଆଗେ ଗୁହାରୀ
ନିଜେ ନମଲେ କିବା ମିଳେ ଶ୍ରୀହରି....

ଗୀତ:-ଭରଦ୍ବାଜ ପଣ୍ଡା
ସ୍ବର:-ସୁସ୍ମିତା ଦାସ

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...