Saturday, May 20, 2017

●●●●ଭାଷା ଆଇଚିରେ ମୋ ଗାଆଁରୁ●●●●

ଭାଷା ଆଇଚିରେ ମୋ ଗାଁ ରୁ
ଭାଷା ଲେଖିଛିରେ ସେ ଗାଁ ରୁ
ଆବୁଡାଖାବୁଡା କରି
ବିଲେଇରଙ୍କୁଡା ପରି
ବୁଢିଆଣୀ ଜାଲ ଗୋଟେ ବୁଣି ଦେଇଛିରେ
ସେ ଗାଁ ରୁ
ଭାଷା ଆଇଛିରେ ମୋ ଗାଁ ରୁ.....

ଏପଟ ସେପଟ ଖୋଲି ଚାହିଁଲି ଦିଘଡି଼
ପଢିବି କି ଛତୁ ମୁଣ୍ଡ ଗଲା ମୋ ବିଗିଡ଼ି
ଭାଇ କରନାହିଁ ଗୋଡ଼
କି ଧର ନାହିଁ ଥୋଡ଼
ଖର ଲାଞ୍ଜ ନାହିଁ କାଳେ ନେଶୀ ହେଇଛିରେ
ମୋ ଗାଁ ରୁ....
ଭାଷା ଆଇଛିରେ ମୋ ଗାଁ ରୁ.....

ଅକ୍ଷର ଗୁଡାକ ହାତୀ ମୂଷା ଛେଳି ଓଟ
ସୋଠ ଗୋଦର କାହାକୁ କିଏ ଶୁଖି ଝୋଟ
ଆରେ କିଏ କାଠ ବେଙ୍ଗ
ପୁଣି କୋଉଟା ତ୍ରୀଭଙ୍ଗ
( ଭାଇ.....)
କିଏ କାଠ ବେଙ୍ଗ
ପୁଣି କୋଉଟା ତ୍ରୀଭଙ୍ଗ
କିଏ ସାପଲାଞ୍ଜ ଭଳି ଲମ୍ବି ଯାଇଛିରେ ମୋ ଗାଁରୁ....
ଭାଷା ଆଇଛିରେ ମୋ ଗାଁ ରୁ

ପିଠିରେ ରାଣ ନିୟମ ଚଙ୍କଡ ଚଙ୍କଡ
ବସିବା ଠାରୁ ଆସିବ ଆଉ କଟା ଖାଡ
ଲେଖିଛି ଫୁଲ ଫୁଲୁରି
ବସେଇଛି ଶୁଆ ଶାରୀ
ଏତେ ଅତର ଢାଳିଛି
ଭିଜିଯାଇଛିରେ ମୋ ଗାଆଁରୁ
ଭାଷା ଆଇଛିରେ ମୋ ଗାଁ ରୁ

ଇକାର ଆକାର କମା ତଳକୁ ଲେଖିଛି
ମିଶାଇ ପଢିବ ଯାହା ଯେଉଁଠି ଛାଡ଼ିଛି
ମୁଁ କହି ତ ପାରୁନି କି ସହି ତ ପାରୁନି
(ଭାଇ)
କହି ତ ପାରୁନି କି ସହି ତ ପାରୁନି
ରାଗେ ଜରଜର ହୋଇ ଗଳିମରୁଛିରେ
ମୋ ଗାଆଁରୁ....
ଭାଷା ଆଇଛିରେ ମୋ ଗାଁ ରୁ
ଭାଷା ଲେଖିଛିରେ ମୋ ଗାଁ ରୁ

●●●●●●●●●●●●

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...