Wednesday, May 17, 2017

ଲୋକଗୀତ ୨

ମଦାଦାନୀ ଧାନ ଚାଉଳ ମୁଗ ନଡ଼ିଆ ପଡି଼
ଖରମରା ଘିଅ ଅଦା ଯେ ପଡି଼ଥିବ ଖେଚୁଡ଼ି

ଖଣ୍ଡପୁରୀ କ୍ଷୀରି କ୍ଷିରିସା ସାଙ୍ଗେ ଆରିସା ପିଠା
ଗହମ କାକରା ଚକୁଳି ଛେନା ମଣ୍ଡା ଗଇଁଠା

ଶୀତଳ ମସଲା ନବା ତ ପଡି଼ ପଇଡ଼ ପଣା
ଶୀତଳ ବେଳରୁ ଖାଇଲେ ଶୋଷ ହୋଇବ ଊଣା

ବନ୍ତଳ କଦଳୀ ମଞ୍ଜାକୁ ବାଛି କରିବ ରାଇ
ଲେଉଟିଆ ଶାଗ ଭାଜିଲେ ସଜ ପଖାଳ ଦହି

ଚାଠିଆ କଦଳୀ କୋଶଳା ବଡି଼ ପକାଇ ଭାଜି
ଲାଉ ସାରୁ-ମୁଣ୍ଡା ମିଶାଇ କିଛି କରିବ କାଞ୍ଜି

ସାରୁ ଆଳୁ ବଡି଼ କଦଳୀ ବାଇଗଣ ମହୁର
ବୋଇତି କଖାରୁ ଆମ୍ବିଳ ଖଣ୍ଡଗିିଆ ସାକର

କଲରା କାଙ୍କଡ ପଣସ ମଞ୍ଜି ସଜନା ଛୁଇଁ
ଦେହ ଦରଜକୁ ପିଆଜ କିଛି ଦିଅ ଭଜାଇ

ସାତସପୁରୀଆ କାକୁଡି଼ ଓଉ ପକା ଆମ୍ବିଳ
ମୂଳା କାଞ୍ଜି ସାଙ୍ଗେ ଭଜା ଯେ କନ୍ଦମୂଳ ପୋଟଳ

ବାସିପାଣି ପୋଡ଼ପିଠାରେ ମନ ରହିଲା ମୋର
ଶିକାର ଖାଇବି ସଖୀ ଗୋ ପାଣି ଦିଅ ସତ୍ବର

କାଣ୍ଡିଆ କୁଣ୍ଡାକୁ ଝାଡି଼ବ ଢିଙ୍କିଶାଳରେ ବସି
ଶ୍ରୀମହାପ୍ରସାଦ ଖାଇବି କିଛି ମନେ କରିଛି,
ଶ୍ରୀମହାପ୍ରସାଦ ଖାଇବି କିଛି ମନେ କରିଛି,
ଶ୍ରୀମହାପ୍ରସାଦ ଖାଇବି କିଛି ମନେ କରିଛି.................

No comments:

Post a Comment

ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ

1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...