Monday, May 29, 2017

ମଧୁମୟ ସୃଷ୍ଟି~ମଧୁସୂଦନ ରାଓ

ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି
ଏ ସୃଷ୍ଟି ଅମୃତମୟ ହେ....
ଜାଗ ନରନାରୀ ଅମୃତ ସନ୍ତତି
ପିଅ ସେ ଅମୃତ ପୟ ହେ.....
ପିଅ ସେ ଅମୃତ ପିବସ ସର୍ବରୀ
ଗାଅ ଅମୃତର ଜୟ ହେ....
ମହାନ ଅନ୍ତର ଉଦାର ଆକାଶ
ତେଜେ ତେଜେ ତେଜମୟ ହେ....
ଯେ ବରଣ୍ଯ ବର୍ଗ ମନ୍ଦାକିନୀଧାରା
ନାଶଇ ମରଣ ଭୟ ହେ.....
ସେ ତିମିର ହର ଚଗଲର ଜ୍ୟୋତି
ପାନେ ହୁଅ ପୁଣ୍ଯମୟ ହେ....
ଅକୁଳ ଅଟଳ ମହା ପାରାବର
ନାଦୀ ନାଦୀ ନାଦମୟ ହେ...
ଅବନୀ ଲକ୍ଷ୍ମୀର ପ୍ରସବିତ ସିନ୍ଧୁ
ନିବିଡ଼ ନିଳିମାମୟ ହେ.....
ତରଳ ତରଙ୍ଗେ ଢାଳେ ନାଦସୁଧା
ପିଅ ସେହି ତାଳ ଲୟ ହେ .....
ଗୃହ ପରିବାର ମାନବ ସମାଜ
ନରନାରୀ ଲୋକାଳୟ ହେ.....
ପିତାମାତା ଭାଇ ଭଗିନୀ ଦମ୍ପତି
ତନୟା କିମ୍ବା ତନୟ ହେ.....
ଗୁରୁଜନ ବନ୍ଧୁ କିମ୍ବା ଅନ୍ତେବାସୀ
ଆତ୍ମୀୟାଦି ପରିଚୟ ହେ.....
ଦୟା ନିକେତନ ଧର୍ମାଦିକରଣ
ବିଦ୍ଯାଳୟ ଦେବାଳୟ ହେ....
ସୁଧା ମୁକ୍ତି ପ୍ରିତୀ ଦୟା ଶୁଭକାଂକ୍ଷା
ପୁଣ୍ଯ ବିଶ୍ବାସ ବିନୟ ହେ.....
ଦେଶକଳ ମଧ୍ୟେଁ ନିବସନ୍ତି ବିଭୂ
ସାକ୍ଷାତ ଦୟାମୟ ହେ.....
କରଣୁ ଅମୃତ କରନ୍ତି ବାହାର
ଅନନ୍ତ ଅମୃତାଳୟ ହେ......
ପରମଜନକ ପରମଜନନୀ
ତାଙ୍କ ପଦେଁ ବରାଭୟ ହେ
ସେହି ବରାଭୟ ଆନନ୍ଦ ମୃତର

ହୁଅ ଶିଶୁ ସ୍ତନନ୍ଧୟ ହେ.....

No comments:

Post a Comment

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...