Friday, May 12, 2017

●●●●ଟ୍ରୟନଗରରେ ପ୍ଯାରିସ୍●●●●

ଟ୍ରୟନଗର ରାଜା ପ୍ରିଅମ୍ ନିଜ ସର୍ବକନିଷ୍ଠ ପୁତ୍ରକୁ ଗୋପାଳକ ହାତରେ ମାରିଦେବାପାଇଁ ଟେକିଦେଇଥିଲୈ
କିନ୍ତୁ ପରବର୍ତ୍ତୀକାଳରେ ସେ ଏଥିଯୋଗୁଁ  ଘୋର ଅନୁତପ୍ତ ହୋଇଥିଲେ ।
ତେଣୁ ପ୍ରତିବର୍ଷ ନିଜ ପୁତ୍ର ର ଜନ୍ମଦିବସ ଦିନ ଟ୍ରୟନଗରରେ ଏକ ବିରାଟ କ୍ରୀଡା ପ୍ରତିଯୋଗିତା ତଥା ବାର୍ଷିକୋତ୍ସବର ଆୟୋଜନ କରାଉଥିଲେ ପ୍ରିୟମ୍....

ସବୁବର୍ଷ ଭଳି ସେ ବର୍ଷ ମଧ୍ଯ ଏହି ଜନ୍ମୋତ୍ସବର ଆୟୋଜନ ହେଉଥାଏ ।
ପ୍ଯାରିସ୍ ର ଜଣେ ସାଙ୍ଗ ସେଇ ଉତ୍ସବରେ ଭାଗ ନେବାକୁ ମନ ବଳେଇତାକୁ ହଳେ ହୃଷ୍ଟପୃଷ୍ଠ ଷଣ୍ଢ ଦେବାକୁ ଅନୋରଧ କଲା ।
ନିଜ ସାଙ୍ଗ ଠାରୁ ଷଣ୍ଢ ଲଢେ଼ଇ ପାଇଁ ରାଜ ଉଆସ କୁ ଯିବା କଥା ଶୁଣିପ୍ଯାରିସ୍ ର ମଧ୍ଯ ଏହି କ୍ରୀଡା଼ତ୍ସବ ଦେଖିଯିବାକୁ ଇଛା ହେଲା ।

ବିଚରା ପାଳିତ ଗୋପାଳକ ପିତା ମନରେ ଭୟ ଜାତ ହେଲା ।
ଯଦି ରାଜା ଜାଣନ୍ତି ଯେ ସେ ତାଙ୍କ କନିଷ୍ଠ ପୁତ୍ର କୁ ନ ମାରି ଏଯାବତ ତା'ର ପାଳନପୋଷଣ କରିଅଛି ତାହେଲେ ତ ଦୁଇଟି ଜୀବନର ନାଶ ହେବା ନିଶ୍ଚିତ ହୋଇଯିବ ।
ପୁଅକୁ ଅନେକ ବୁଝେଇ ବିଫଳ ହେଲାରୁ
ଟ୍ରୟ ନଗରୀ ବୁଲିଯିବାକୁ ଗୋପାଳକ ପ୍ଯାରିସ୍ କୁ ଅନୁମତି ଦେବାରେ ବାଧ୍ଯ ହେଲା ।
ତେବେ ଗୋପାଳକ ପିତା ମଧ୍ଯ ପ୍ଯାରିସ୍ ସହ ମିଶି ଟ୍ରୟନଗର ଅଭିମୁଖେ ଯାତ୍ରା କଲେ ।

ପ୍ଯାରିସ୍ ଜୀବନରେ ପ୍ରଥମଥର ଟ୍ରୟନଗର ଦେଖି
କ୍ରୀଡ଼ା ପ୍ରତିଯୋଗିତାର ସମସ୍ତବିଭାଗରେ ଭାଗନେଇ ବିଜୟୀ ହେଲା ।
ନିୟମ ଥିଲା ଯେଉଁ ଖେଳାଳି ସବୁ ବିଭାଗରେ ବିଜୟୀ ହେବ ତାକୁ ଟ୍ରୟରାଜା ସ୍ବୟଂ ଏକ ସ୍ବର୍ଣ୍ଣମୁକୁଟ ପିନ୍ଧାଇବେ....
ପ୍ଯାରିସ୍ ସବୁ ଖେଳରେ ବିଜୟୀ ହେଲାରୁ
ଟ୍ରୟରାଜା ନିଜ ପୁତ୍ର ମାନଙ୍କ ପରାଜୟ ପାଇଁ ମନେ ମନେ ଦୁଃଖିତ ହେଲେ
ଏଣେ ତାଙ୍କ ପୁତ୍ର ମାନେ ନିଜ ପରାଜୟକୁ ସହଜରେ ଗ୍ରହଣ କରିପାରୁନଥାନ୍ତି ।
ସେମାନେ ପ୍ଯାରିସ୍ କୁ କୌଶଳ କରି ମାରିଦେବାକୁ ଯୋଜନା କଲେ ।
ଟ୍ରୟରାଜାଙ୍କ ବଡ଼ପୁତ୍ର ହେକ୍ଟର(Hector)
ପ୍ଯାରିସ୍ ପ୍ରତି
ଇର୍ଷାନ୍ବିତ ହୋଇ ପ୍ଯାରିସ୍ ଉପରେ ଆତର୍କିତ ଆକ୍ରମଣ କଲା ।
ଗୋପାଳକପିତା ଏସବୁ ଦେଖି ଘାବରେଇ ଯାଇ ଟ୍ଯୟରାଜା ପ୍ରିୟମ୍.ଙ୍କ ସମ୍ମୁଖରେ ସବୁ ସତକହିଦେଲା ।
ଯେତେବେଳେ ପ୍ରିୟମ୍ ଜାଣିଲେ ଯେ
ପ୍ଯାରିସ୍ ତାଙ୍କ ନିଜପୁତ୍ର
ସେ ଖୁସିହୋଇଗଲେ
ଏବଂ ତାଙ୍କ ଆଦେଶରେ
ପ୍ଯାରିସ୍ ଓ ହେକ୍ଟର ମଧ୍ୟରେ ହେଉଥିବା
ସଂଘର୍ଷ ସ୍ଥଗିତ ହେଲା ।

ତତ୍ପରଦିନ ରାଜସଭାରେ
ଗ୍ରୀକ୍ ଜ୍ଯୋତିଷଶାସ୍ତ୍ରୀ ମାନେ
ପ୍ଯାରିସ୍ ମାରିଦେବାକୁ ମତଦେଲେ
ନହେଲେ ଯେ ଟ୍ରୟନଗର
ଧ୍ବଂସ ଯିଏ ଏଥିପ୍ରତି ରାଜାଙ୍କୁ ସଚେତନ ହେବାକୁ ଅନୁରୋଧ କଲେ ।
କିନ୍ତୁ ପୁତ୍ରମୋହାନ୍ଧ ପ୍ରୀୟମ୍ କାହା କଥା
ଶୁଣିଲେ ନାହିଁ ।
ତହୁଁ ପ୍ଯାରିସ୍ ଟସରୟନଗରୀରେ ରାଜପୁତ୍ର ଭଳି ରହିବାକୁ ଲାଗିଲା ।
ପ୍ଯାରିସ୍ ର ସମସ୍ତ ଭାଇଙ୍କ ବିବାହ ହୋଇଗଲା । ଦିନେ ପ୍ଯାରିସ କୁ ତାଙ୍କ
ଭାଇ ମାନେ ତା'ର ବିବାହ ପାଇଁ ପଚାରିଲାରୁ ସେ କହିଲା
ମୋ ପାଇଁ ଦେବୀ ଆଫ୍ରୋଡାଇଟ୍ ଝିଅ ଆଣିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏକଥା ଶୁଣି ପ୍ଯାରିସ୍ ର ସବୁ ଭାଇ ହସିଦେଇ ତାକୁ ଚିଡେଇବା ଆରମ୍ଭ କରିଦେଲେ ।
ତାଙ୍କ ହସ ଦେଖି ପ୍ଯାରିସ୍ ମଧ୍ଯ ହସି ହସି କହିଲା
ହସ ଭାଇମାନେ ଆହୁରି ହସ କିନ୍ତୁ
ଦେଖିବ ଦିନେ ବିଶ୍ବର ସବୁଠୁଁ ସୁନ୍ଦରୀ ମହିଳା ମୋ ସ୍ତ୍ରୀ ହୋଇ ଟ୍ରୟନଗର ଆସିବ !!!!!!

(କ୍ରମଶଃ)

No comments:

Post a Comment

ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ

1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...