Monday, May 8, 2017

★★★★ଜିଜ୍ଞାସା★★★★★


(ରାଗ ଭୈରବ ଆଠତାଳି)

ଖାରବେଳ ସୁହାଗିନୀ ତୁହି ମାଟି କି ?
ବିପୁଳ-ବାରଣ-ସେନା
ପଦ-କମ୍ପ୍ର ଅପଘନା
ବୀର ମେଦମୟ ତୋର ଏହି ମାଟି କି ? (୧)

ଅଳେ ! ମା ଦୁର୍ଗଶାଳିନୀ
ଜଳେ ବୋଇତ ମାଳିନୀ
ନବତଳ ଉଆସ ଏ ବାରବାଟୀ କି ? (୨)

ବିଦେଶେ ଉଦର ଅନ୍ନ
ଖୋଜନ୍ତି ଯାଙ୍କ ସନ୍ତାନ
ତୋ ଦେଉଳେ ତାଙ୍କ କଳା-ପିରିପାଟି କି ? (୩)

ବାବଦୂକ ଇତିହାସ
କାନେ ଦିଏ କେତେ ଗ୍ରାସ
ନେତ୍ର ଉଦାସ ଚାହିଁ ତୋ କ୍ଷୀଣ ନାଟୀ କି ! (୪)

ବନ୍ଯାସମ ପଉରୁଷ
ହେବକେବେ ପରବେଶ
ଅତୀତ ଉଠିବ ଭଲା ଚିରି ମାଟି କି !! (୫)

ବିଚ୍ଛନ୍ଦ ଗଡା଼ଇ ଲୁହ
ପଚାରେ ସମୟ-ସୁଅ
ମୁହେଁ କି ଦୁଃଖ ନିବହ ଥିବ ଅଟକି !!!(୬)

●>>>>>>>>>>>>>>>>>>>>>>>●
ସୁହାଗିନୀ-ସ୍ନେହଶୀଳା
ବିପୁଳ-ବହୁଳ
ବାରଣ ସେନା -ଗଜାରୋହୀ ଫଉଜ
ପଦ କମ୍ପ୍ର ଅପଘନା- ପାଦରେ କମ୍ପୁଥିବା ଅପଘନା ଅର୍ଥାତ ଶରୀର...
ବୀରମେଦମୟ-ବୀରଙ୍କ ମେଦରେ ଗଢ଼ା
ନବତଳ ଊଆସ ବାରବାଟୀ କି -
ଏଇ ଯେଉଁ ରହିଛି ଏଠି ତେ ସମ୍ରାଟର ନବତଳ ପ୍ରାସାଦ ଥିଲା କି ?
ଉଦର ଅନ୍ନ-ପେଟର ଦାନା
ବାବଦୂକ~ଦୂତ,ବହୁତ କଥା ଗପୁଥିବା ଲୋକ
କାନେ ଦିଏ କେତେ ଗ୍ରାସ(ଭାବାର୍ଥ)>>
କାନକୁ ବହୁତ କଥା ଶୁଣାଏ
ଦୁଃଖନିବହ~ଦୁଃଖ ସବୁ

ଶ୍ରୀ ବିଚ୍ଛନ୍ଦ ପଟ୍ଟନାୟକ ଙ୍କ ରଚନାରୁ....

No comments:

Post a Comment

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...