Friday, May 12, 2017

●●●ଓ୍ବଙ୍ଗାରୀ ମାଥାଇ ~ ପ୍ରଥମ ଆଫ୍ରିକୀୟ ମହିଳା ନୋବେଲ ପୁରସ୍କାର ବିଜୟିନୀ●●●●

ଝିଅଟିଏ କେନିଆର ଏକ ଜଙ୍ଗଲୀ ଗାଆଁ
Ihithe ରେ ରହୁଥିଲା ।
ତାକୁ ଖୁବ୍ ଭଲ ଲାଗୁଥିଲା ସେ ଯେତେବେଳେ
ତା ମାଆ ସହିତ ଜଙ୍ଗଲକୁ ଯାଉଥିଲା ।
ସେ ସେଠି ଜଙ୍ଗଲରେ ପକ୍ଷୀମାନଙ୍କ କାକଳୀ ଶୁଣି, ଆଉ କୋଳୀ ଖାଇ ଖୁସି ହେଉଥାଏ ।
ଟିକେ ବଡ଼ ହେଲାରୁ ସେ ଭଲ ପାଠ ପଢି ସେ
ସ୍କୁଲରେ ପ୍ରଥମ ହେଲା ।
ସରକାରଙ୍କ ତରଫରୁ ତାକୁ ଛାତ୍ରବୃତ୍ତି ମିଳିଲା
ସେ ଛଅବର୍ଷ ପାଇଁ ଆମେରିକାରେ ରହି ପାଠ ପଢିଲା ।
ଛଅ ବର୍ଷ ପରେ କେନିଆ ଫେରି ଝିଅଟି ଦେଖିଲା ଦେଶଟା ସ୍ବର୍ଗରୁ ଶଂଶାନ ପାଲଟି ଯାଇଛି ।
କାହିଁ ସେ ସବୁଜ ସୁନ୍ଦର ଶସ୍ଯଶ୍ଯାମଳ  କେନିଆ
ଯୋଉଠି ଦେଖିଲେ ଖାଲି କଟା ଗଛର ଗଣ୍ଡି ସବୁ ଗଡୁଛି ।
ଏଇଠୁ ଆରମ୍ଭ ହେଲା
ତା'ର
ଗ୍ରୀନ୍ ବେଲ୍ଟ ଆନ୍ଦୋଳନ....
ଏଇ ଆନ୍ଦୋଳନ ଯୋଗୁଁ ସମ୍ପୂର୍ଣ୍ଣ ଆଫ୍ରିକାରେ ଲାଗିଥିଲା କୋଟି କୋଟି ଗଛ.....

"People are fighting over water,over food . We plant the seeds of peace."
*****ଓ୍ବଙ୍ଗାରୀ ମାଥାଇ*****
ନୋବେଲ ପୁରସ୍କାର ରେ ସମ୍ମାନିତ ହୋଇଥିବା ସେ ଆଫ୍ରିକାର ପ୍ରଥମ ମହିଳା ।
1977ରେ ଗ୍ରୀନ୍ ବେଲ୍ଟ ମୁବମେଣ୍ଟର ଶ୍ରୀଗଣେଶ ସେ ତାଙ୍କ ଛୋଟ ନର୍ସରୀରୁ କରିଥିଲେ ।
ଅନେକ ଚାରା ପ୍ରସ୍ତୁତକରି ନିଜ ଗାଁ ରେ ଲୋକଙ୍କୁ ପବର୍ତ୍ତାଇ ବୃକ୍ଷରୋପଣ କରାଇଥିଲେ,କରିଥିଲେ ମଧ୍ଯ ।
ଧୀରେ ଧୀରେ ପାଖ ପଡୋଶୀ ଗାଆଁରୁ ସହଯୋଗ ମିଳି ଏହା କେନିଆରେ ଏକ ବିରାଟ ସବୁଜ ବିପ୍ଳବର ରୂପ ଧାରଣ କଲା ।
କେନିଆର ତତ୍କାଳୀନ ସରକାର କିନ୍ତୁ
ଓ୍ବଙ୍ଗାରୀ ମାଥାଇ ଙ୍କୁ ଜଣେ ବିକାଶ ବିରୋଧୀ ଆନ୍ଦୋଳନକାରୀ ଆଖ୍ଯା ଦେଇ ତାଙ୍କୁ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।
ତେବେ ଵାଙ୍ଗାରୀ ହାରିନଥିଲେ ସେ ନିଜ ଆନ୍ଦୋଳନ ଜାରୀରଖିଲେ ।

ଓ୍ବଙ୍ଗାରୀ ସେତେବେଳକୁ ଆଫ୍ରିକୀୟ ମହିଳା ମାନଙ୍କ ପାଇଁ ଏକ ଆଇକନ୍ ପାଲଟି ଯାଇଥିଲେ .....
କେନିଆରେ ଓ୍ବଙ୍ଗାରୀ ମାଥାଇଙ୍କ ସମର୍ଥନରେ ଲକ୍ଷାଧିକ ବୃକ୍ଷରୋପଣ କରାଗଲା
ଶେଷରେ  କେନୀଆନ୍ ସରକାରଙ୍କୁ ବାଧ୍ଯହୋଇ
ଵାଙ୍ଗରୀ ମାଥାଇକୁ ମୁକ୍ତ କରିଥିଲେ ।
କେନିଆର ଏଇ ଆନ୍ଦୋଳନ ପରବର୍ତ୍ତୀ କାଳରେ ଅନ୍ଯ ଆଫ୍ରିକୀୟ ଦେଶରେ ବ୍ଯାପିଲା
ବେଳ ଥାଉଁ ଥାଉଁ ଆଫ୍ରିକାନ୍ ଲୋକେ ଆଫ୍ରିକାକୁ ପୁଣି ସବୁଜ ସୁନ୍ଦର କରିଦେଲେ ।

ପ୍ରବଳ ଲୋକପ୍ରିୟତା ଯୋଗୁଁ 2002ରେ ଓ୍ବଙ୍ଗାରୀ କେନିଆରେ ସାଂସଦ ହୋଇପାରିଥିଲେ
ଏମିତିକି କିଛି କାଳ ମନ୍ତ୍ରୀ ପଦରେ ରହି ଜନସେବା ମଧ୍ଯ କରିଥିଲେ ।
2004ରେ ଓ୍ବଙ୍ଗାରୀ ମାଥାଇ ଙ୍କୁ ନୋବେଲ ପୁରସ୍କାର ମିଳିଥିଲା । ତତ୍ପରବର୍ଷ ତାଙ୍କୁ ଜବାହରଲାଲ ନେହରୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

1 ଏପ୍ରିଲ୍ 1940ରେ ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ହୋଇ ଓ୍ବଙ୍ଗାରୀ ମାଥାଇ ସମ୍ପୂର୍ଣ୍ଣ ଆଫ୍ରିକାରେ ସବୁଜସୁନ୍ଦର କରି/କରାଇ
25 ସେପ୍ଟେମ୍ବର 2011ରେ ନାଇରୋବି ସହରରେ ପରଲୋକ ଗମନ କରିଥିଲେ ।

No comments:

Post a Comment

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା...