Saturday, May 6, 2017

●●●ଓଡି଼ଶା ଆମର ଜନମ ଭୂଇଁ●●●

ଓଡ଼ିଶା ଆମର ଜନମ ଭୂଇଁ
ଓଡି଼ଆ ଆମରି ମାଆର କଥା
ନଦୀ ଝରଣା ଗାଆନ୍ତି ଗୀତ
ପାହାଡ କହେ ଅମର ଗାଥା

ଓଡି଼ଶା....ଆମ ଓଡି଼ଶା.......
ଓଡ଼ିଶା....ଆମ ଓଡି଼ଶା.......
ଓଡି଼ଶା....ଓଡ଼ିଶା......ଓଡ଼ିଶା..............

ଆମ ସାଧବ ବଣିଜ ପାଇଁ
ଯାଉଥିଲେ ସାତ ସାଗର ଡେଇଁ...(2)

ଅଝାଲ ଖୋଲି ବୋଇତ ମେଲି
ଜାଭା ସୁମାତ୍ରା ସିଂହଳ ବାଲୀ.....

ଆମ ପାଇକକୁ କେ ହେବ ସରି
ରଖିଥିଲେ ଯିଏ ଟେକ ଆମରି (2)

ଜିତିଥିଲେ ଗଙ୍ଗା ଠୁଁ ଗୋଦାବରୀ
ଆଜି ବି ଶୁଭେ ବିଜୟ ଭେରୀ

ମାଟିରେ ମାଟିରେ ଶିଳାଲେଖରେ
ଖୋଦିତ ଅଛି ତାଙ୍କରି କଥା
ନଦୀ ଝରଣା ଗାଆନ୍ତି ଗୀତ
ପାହାଡ଼ କହେ ଅମର ଗାଥା.....

ଓଡି଼ଶା.....ଆମ ଓଡି଼ଶା.....................
ଓଡି଼ଶା.....ଆମ ଓଡି଼ଶା..................
ଓଡି଼ଶା.... ଓଡି଼ଶା.....ଓଡି଼ଶା................

ନିହାଣ କଥା କୋଣାର୍କ କହେ
କଳାକୀର୍ତ୍ତିରେ ମନକୁ ମୋହେ 2

ଧନ୍ଯରେ ଧରମା ଧନ୍ୟରେ ତୁହି
ବଢେ଼ଇର ମାନ ତୋହରି ପାଇଁ

ଆମରି ଦିଅଁ ନୀଳାଦ୍ରିନାଥ
ଚଳାଏ ସିଏ ଜଗତରଥ(2)
କେତେ ପରିପାଟେ କେତେ ବେଶରେ
ଜବାବ ଦିଏ ସେ ଭକ୍ତଡା଼କରେ

ଆମରି ଓଡି଼ଶୀ ଆମ ମାହାରୀ
ଠାଣିରେ ବାଣୀରେ ଭାବର କଥା
ନଦୀ ଝରଣା ଗାଆନ୍ତି ଗୀତ
ପାହାଡ କହେ ଅମର ଗାଥା.....

ଓଡି଼ଶା .....ଆମ ଓଡି଼ଶା....
ଓଡି଼ଶା...... ଆମ ଓଡି଼ଶା....
ଓଡି଼ଶା...ଓଡି଼ଶା.... ଓଡି଼ଶା........

ଆମ ଚଉପଦୀ ଆମରି ଛାନ୍ଦ
ଆମର ଚମ୍ପୁ ଶରୀରଭେଦ (2)
ଗାରରେ ଠାରରେ ଆମ ନଥୀରେ
କେତେ ତ ରହସ୍ଯ ତାଳପୋଥୀରେ

ଆମ ମହୁରୀ ଆମରି ଢୋଲ
ଆମ ଘୁମୁର ଆମ ମାଦଲ (2)
ପୁନିଁଅ ପରବେ ଉଠେ ତ ମାତି
ଚାନ୍ଦିନୀ ରାତିରେ ଭରେ ସେ ତାତି......

କେବେ ଛଉରେ କେବେ ଝୁମରରେ
ନାଚି ଗାଇ ଆମେ ଭୂଲୁ ତ ବ୍ଯଥା
ନଦୀ ଝରଣା ଗାଆନ୍ତି ଗୀତ
ପାହାଡ କହେ ଅମର ଗାଥା....

ଓଡି଼ଶା .....ଆମ ଓଡି଼ଶା....
ଓଡି଼ଶା...... ଆମ ଓଡି଼ଶା....
ଓଡି଼ଶା...ଓଡି଼ଶା.... ଓଡି଼ଶା........

ପଠାଣିସାମନ୍ତ ବାଉଁଶ ନଳୀ
ପାରୁଥିଲା ଗ୍ରହ ନକ୍ଷତ୍ର କଳୀ (2)
ଚଣ୍ଡାଶୋକ ଏଠି ଯାଇଛି ହାରି*(ଥିଲେ ବଦଳି)
ସାଖୀ ତାର ଅଛି ଏଇ ଧଉଳୀ

ଏମିତି ରାଇଜ ପାଇବ କାହିଁ
ମହୋଦଧୀ ଯହିଁ ନୁଆଁଏ ମଥା (2)
ନଦୀ ଝରଣା ଗାଆନ୍ତି ଗୀତ
ପାହାଡ କହେ ଅମର ଗାଥା....

ଓଡି଼ଶା .....ଆମ ଓଡି଼ଶା....
ଓଡି଼ଶା...... ଆମ ଓଡି଼ଶା....
ଓଡି଼ଶା...ଓଡି଼ଶା.... ଓଡି଼ଶା........

ରଚନାକାର:- ???????????

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...