Saturday, July 7, 2018

ଆତ ଶବ୍ଦ ଓ ଜାଣିବା କଥା

ଆମେ Annona squamosa କୁ ବଢି଼ଆଳ
ଏବଂ Annona Reticulata କୁ ଆତ କହୁ ।
Annona reticulata କୁ ଆତ କୁହାଯିବାର ଏକ କାରଣ ହୋଇପାରେ
ଆମର ସେଓ ଫଳ ପାଇଁ ଆତ ଶବ୍ଦ ଟି ଚଳୁଥିଲା ଏବଂ ସେହି ସେଓ ସାଦୃଶ୍ୟ ଫଳ ହେଉଛି ଆତ ଵା ରାମଫଳ(ବଢିଆଳ ନୁହେଁ ଯେହେତୁ ତାହାର ଆକାର ସେଓ ଠାରୁ ଭିନ୍ନ) !
ତେଣୁ ସମ୍ଭଵତଃ ରାମଫଳକୁ ଆତ କୁହାଯାଏ ଓ ଅନ୍ୟ ଜାତୀୟ ଏହି Annona squamosa କୁ ବଢିଆଳ.....
ତେବେ ଦେଶଜ ଶବ୍ଦ ବଢି଼ଆଳ ର ଅର୍ଥ ଵର୍ଦ୍ଧନଶୀଳ,ଵର୍ଦ୍ଧିଷ୍ଣୁ ଵା ପୃଷ୍ଟକାୟ ....

ଏହି ଗଛ ଅତି ଶିଘ୍ର ବଢି଼ଥାଏ
ଓ ହୃଷ୍ଟପୃଷ୍ଟ ହୁଏ ବୋଲି ସମ୍ଭଵତଃ
Annona Squamosa କୁ ବଢି଼ଆଳ କୁହାଯାଇଥାଇପାରେ
ଏହି ଵ୍ୟୁତ୍ପତ୍ତିକ ପ୍ରତର୍କଣ ଯଥାର୍ହ ମନେ ହେଉଛି:-
ଯେ ବଢ଼େ ସେ — ବଢିଆଳ 
...
ଠିକ୍ ଲାଗୁଛି ଏଇଥି ପାଇଁ ଯେ ଓଡ଼ିଆରେ ପୂର୍ବରୁ ସମାନ ପ୍ରୟୋଗାତ୍ମକ ଶବ୍ଦ ରହିଛି ଯଥା :
→ଯେ କାଟେ ସେ — କଟୁଆଳ
→ଯେ ଜଗେ ସେ — ଜଗୁଆଳ
→ଯେ ଖେଳେ ସେ — ଖେଳୁଆଳ / ଖେଳୁଆଡ଼
→ଯେ ଚେତାଏ ସେ — ଚେତୁଆଳ
→ଯେ ଭାଗ ନିଏ ସେ — ଭାଗୁଆଳ
→ଯେ (ମଦ ପିଇ) ମାତେ ସେ — ମାତାଲ
→ଯେ (ବାଟ) କଢ଼ାଏ ସେ — କଢ଼ୁଆଳ
→ଯେ (ଛେଳି) ରଖେ ସେ — ରଖୁଆଳ
...
ଆଉ କିଛି ପାଖାପାଖି ଶବ୍ଦ ଯଥା :
→ଯେ ଆଡ଼େଇ ରଖେ ତାହା — ଆଡ଼ୁଆଳ / ଆଢୁଆଳ
→ଯେ ଘାଟ ଜଗେ ସେ — ଘାଟୁଆଳ
→ଯେ ଲାଠିରେ ପିଟେ ସେ — ଲାଠିଆଳ
→ଯେ ଘୋଡ଼ା ହାତୀଙ୍କୁ କଡ଼ିଆ (ଲଗାମ/ଅଙ୍କୁଶ) ଲଗାଏ ସେ — କଡ଼ିଆଳ
→ଯେ ମଇଁଷି ଚରାଏ — ମଇଁଷିଆଳ
→ଯେ ଗାଈ ଚରାଏ — ଗାଈଆଳ
→ଯେ ହବିଷ ବ୍ରତ କରେ ସେ — ହବିଷିଆଳ
ଇତ୍ୟାଦି.....
ଵିଭିନ୍ନ ଭାଷାରେ ଆତ ଵା ବଢିଆଳ....

→ବର୍ମୀ ଭାଷାରେ ଆନୋନା ଜାତୀୟ ଏକ ପ୍ରକାର ର ପାଦପକୁ “aajaa thee” କୁହାଯାଏ ।
→ମଳୟାଳମ୍ ଭାଷାରେ ଆତକୁ  aathakka(ആത്തക്ക) /seethappazham(സീതപ്പഴം) କୁହାଯାଏ
→ଇଣ୍ଡୋନେସିଆ ରେ ଆତକୁ “srimatikiya” ଏବଂ ସାଧାରଣତଃ “srikaya” କୁହାଯାଏ

→ଜାପାନ ରେ ଆତକୁ shakatou କୁହାଯାଏ ।
/釈迦頭
(କେହି କେହି ଏହାର ଅର୍ଥ କରନ୍ତି ଶାକ୍ୟମୁନୀଙ୍କ ମୁଣ୍ଡ 😀)
→ନେପାଳ ରେ ଆତୀ ଓ ଆଁଟ କୁହାଯାଏ ।
→ଆତକୁ ସିଂହଳୀ ଭାଷାରେ "Anoda" ଓ "Katu Atha" କୁହାଯାଏ
→ଭିଏତନାମ୍ ରେ ଆତକୁ mãng cầu ta
ଓ na ମଧ୍ଯ କୁହାଯାଏ
→ଥାଇଲାଣ୍ଡ ରେ ଆତକୁ noi-na(น้อยหน่า) କୁହାଯାଏ
→ଓମାନ୍ ରେ ଆତକୁ Sa'fal(سعفل) କୁହାଯାଏ

ପୂର୍ବ ଭାରତୀୟ ଦ୍ଵୀପପୁଞ୍ଜରେ କଳିଙ୍ଗ ନାମଯୁକ୍ତ ଦୁଇଟି ଭାଷା ଅଛି....
ତନ୍ମଧ୍ୟରୁ Limos Kalinga ଭାଷାରେ “atá” ଓ Lubuagan Kalinga ଭାଷାର “Ata” ଶବ୍ଦ ର ଅର୍ଥ କିନ୍ତୁ ଫଳ ନୁହେଁ ଚକ୍ଷୁ ଏବଂ ଏ ଶବ୍ଦ ଟି ଓଡ଼ିଆ ର ଆଖି ଶବ୍ଦ ସହ ସାମଜସ୍ୟତା ମଧ୍ଯ ରଖେ ।

Maia ବୋଲି ଏକ ଭାଷା ଅଛି ତହିଁ ରେ ନଡ଼ିଆ କୁ ଆତ କୁହାଯାଏ
ପର୍ତ୍ତୁଗୀଜର ଆତ ଶବ୍ଦ ଟେ ଅଛି ତହିଁ ର ମୂଳ ଏକ ଲାଟିନ୍ ଶବ୍ଦ ācta(ଏବଂ ଏହି ଶବ୍ଦ ର ଅର୍ଥ“register of public events”/ସର୍ବସାଧାରଣଙ୍କ କାର୍ଯ୍ୟକ୍ରମ ର ପଞ୍ଜିକରଣ).

ବିଶେଷ୍ୟ ଭାବେ ପର୍ତ୍ତୁଗୀଜରେ ଏହାର ଅର୍ଥ ମିନିଟ୍ ଅଟଇ
ସଂସ୍କୃତରେ ଆତ କୁ ଆତୃପ୍ୟ କୁହାଯାଏ । ଆ+ତୃପ୍ ଧାତୁ(ତୃପ୍ତ ହେବା)+କରଣ. ଯ=ଯାହା ଖାଇଲେ ତୃପ୍ତି ହୁଏ

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...