My Blog List

Saturday, July 21, 2018

ଆଖି ମାରିବା

କାଲିଠୁଁ ଚର୍ଚ୍ଚା ସଂସଦରେ ଜନୈକ ନେତା
ଆଖିମାରି ମାରି ଵୈଚାରିକ ଭୂକମ୍ପ କରେଇଦେଲେ ....
କାଲିଯାଏଁ ଆଖିମରା ଆଗକୁ ଆମେ ଆଉ କୋଉ ଶବ୍ଦ ଜାଣିନଥେଲୁ କିନ୍ତୁ କାଲିର ଘଟଣା ପରେ ଇଂରାଜୀ ସମ୍ବାଦପତ୍ରଵାଲା ନୂଆ ଇଂରାଜୀ ଶବ୍ଦଟେ ଶିଖେଇଦେଲେ “Wink”
....
ଆଖିମରା ଉପରେ ଏତେ ଚରଚା ଦେଖି ଆମର ମନଟା ଵି ଭାଆରି ସରସା କରୁଥିଲା ଟିକିଏ ଆଖି ମାରନ୍ତେ ହେଲେ ମାଗଣାରେ ପପୁ କିଏ କୁହେଇବାକୁ ଭଲ ପାଏ 😀😀😀

ତେବେ ଆମ ଭାଷାରେ ଇଂରାଜୀ wink ଶବ୍ଦ ପାଇଁ କେଵଳ ଏଇ ଗୋଟାଏ “ଆଖି ମାରିବା” ଛଡ଼ା ଆଉ ପ୍ରତିଶବ୍ଦ ନାହିଁ କି....?
ପ୍ରଶ୍ନଟି ନିଜେ ନିଜକୁ ପଚାରି ଖୋଜିବାକୁ ବାହାରି ପଡିଲୁ....
କିଛି ପ୍ରତିଶବ୍ଦ ମିଳିଲା...

●ଆଖିଛଟା
●ଆଖିଠାର/ଆଖିଠରା
●ଅପାଙ୍ଗଦୃଷ୍ଟି(ଏହାର ଏକ ଅର୍ଥ ବାଙ୍କ ଚାହାଣୀ ମଧ୍ଯ ଅଟେ)
●ଆଖି ପିଛଡା଼ପକେଇବା/ଆଖି ପିଛଡେଇବା
●ଆଖିମିଟିକାମାରିବା

Wink ର ଏତକ ପ୍ରତିଶବ୍ଦ ପାଇଲା ପରଠାରୁ ମୁଁ ଆଶ୍ଵସ୍ତ ଯେ ଆଉ ଯାହା ହେଉ ପଛେ ଓଡ଼ିଆ ଭାଷାରେ ଅନେକ ଶବ୍ଦ ଏବେ ଅଛି ଯାହା ଲୋକେ କେବେ ଛାଡ଼ି ପାରିବେନି ....

No comments:

Post a Comment