Wednesday, July 11, 2018

●କଳାପାହାଡ଼ ଐତିହାସିକ ପାତ୍ର ନା କିମ୍ବଦନ୍ତୀ ର...?●

🚩🚩🚩🚩🚩🚩🚩🚩🚩🚩🚩🚩🚩
🚩🚩🚩🚩🚩🚩🚩🚩🚩🚩🚩🚩🚩

ଭଵାନୀ ଶଙ୍କରମ୍ ବନ୍ଦେ ନିତ୍ୟାନନ୍ଦଂ ଜଗଦ୍ ଗୁରୁମ୍ ।
କାମଦଂ ବ୍ରହ୍ମରୂପଂ ଚ ଭକ୍ତାନାମଽଭୟପ୍ରଦମ୍ ।।

ନୀଳାଚଳ ନିଵାସାୟ ନିତ୍ୟାୟ ପରମାତ୍ମନେ ।
ବଳଭଦ୍ର ଶୁଭଦ୍ରାଭ୍ୟାମ୍ ଜଗନ୍ନାଥାଷ୍ଟକଂ ତେ  ନମଃ ।।
🚩🚩🚩🚩🚩🚩🚩🚩🚩🚩🚩🚩🚩
🚩🚩🚩🚩🚩🚩🚩🚩🚩🚩🚩🚩🚩

କୁହାଯାଏ ୧୫୬୮ରେ କଳାପାହାଡ଼ ଆସି ଓଡ଼ିଶାର କେତେ ମନ୍ଦିର ସୌଧ ଅଟ୍ଟାଳିକା ଭାଙ୍ଗି ଦେଇଯାଇଥିଲା ।
ମାଦଳାପାଞ୍ଜି କୁ ଏକ ଐତିହାସିକ ପୁସ୍ତକ ଭାବରେ ଅନେକେ ଗଵେଷକ ଗ୍ରହଣ କରନ୍ତିନି ତଥାପି ଏଥିରେ ତତ୍ ସମୟର କେତେକ ଜନସୃତି ଲିପିବଦ୍ଧ ଅଛି ଯାହା ଅତିଶୟୋକ୍ତି କୁହାଯାଉଥିଲେ ହେଁ ଆଦୌ ସମ୍ପୂର୍ଣ୍ଣ ମିଥ୍ଯା ନୁହଁଇ ।

କଳାପାହାଡ଼ର ଜଗନ୍ନାଥ ମନ୍ଦିର ଆକ୍ରମଣକୁ ନେଇ ଅନେକ କିମ୍ବଦନ୍ତୀ ଚଳୁଅଛି ।
ଗୋଟାଏ କିମ୍ବଦନ୍ତୀ ଅନୁସାରେ
କଳାପାହାଡ଼ ଯେତେବେଳେ କଟକ ଅଧିକାର କରିନେଲା । ଏ ଦୁଃସମ୍ବାଦ ପାଇ ଜଗନ୍ନାଥ ମନ୍ଦିରର ସେବାୟତମାନେ ଦିଅଁଙ୍କ ପ୍ରତିମାକୁ ଚିଲିକାରେ ଲୁଚାଇ ରଖିଥିଲେ । ତାହା ଜାଣିପାରି କଳାପାହାଡ଼ ସେଠାରୁ ପ୍ରତିମାଙ୍କୁ ଅାଣି ବଙ୍ଗସ୍ଥିତ ଗଙ୍ଗାନଦୀ କୂଳରେ ଦାହ କରିଥିଲା । ବିଶର ମହାନ୍ତି ଵା ଵିସାର ମହାନ୍ତି ନାମକ ଜଣେ ବୈଷ୍ଣବ ଉକ୍ତା ପୋଡି ଯାଇଥିବା ସେହି ଦାରୁ ପ୍ରତିମାଙ୍କର ବ୍ରହ୍ମଙ୍କୁ ଏକ ମୃଦଙ୍ଗ ଭିତରେ ଅାଣି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିଲେ ।

ଅନ୍ୟ ଏକ ଜନସୃତି ଅନୁସାରେ କଳାପାହାଡ଼
ଶ୍ରୀଜଗନ୍ନାଥମନ୍ଦିର ମଧ୍ୟରୁ ଶ୍ରୀଜଗନ୍ନାଥ ବିଗ୍ରହକୁ ଦଉଡି଼ରେ ବାନ୍ଧି ଘୋଷାରି ନେଇଯାଇଥିଲା ଆଉ ତାହା ନେଇଯାଇ ହୁଗୁଳୀ ନଦୀରେ ଜଳାଇ ଭସାଇ ଦେଇ ଆସିଥିଲା କିନ୍ତୁ ଉକ୍ତ ବିଗ୍ରହରେ ବ୍ରହ୍ମକୁ ସେଵାୟତମାନେ ବହୁ ପୂର୍ବରୁ କାଢି ନେଇଥିଲେ ।

କେତେକ ବିବରଣୀରେ କଳାପାହାଡ଼ ଜଗନ୍ନାଥ ମନ୍ଦିର ଧ୍ୱଂସ କରିଥିବା କଥା ମଧ୍ୟ ଉଲ୍ଲେଖ ଅଛି ।
ମାତ୍ର ପ୍ରତ୍ନତାତ୍ତ୍ୱିକ ତଥ୍ୟ ଅନୁସାରେ ଚୋଡ଼ଗଙ୍ଗଦେବଙ୍କ ସମୟରେ ନିର୍ମିତ ଜଗନ୍ନାଥ ମନ୍ଦିର ଉପରେ ନୂତନ କରି ପୁଣି ଥରେ ମନ୍ଦିର ନିର୍ମାଣ ହୋଇଥିବାର କୌଣସି ପ୍ରମାଣନାହିଁ । କିମ୍ୱଦନ୍ତୀ ଅନୁସାରେ କଳାପାହାଡ଼ ଜଗନ୍ନାଥ ମନ୍ଦିର ଧ୍ୱଂସ ନ କରି କେବଳ ତହିଁରୁ ପ୍ରତିମାଙ୍କୁ ନେଇ ଯାଇଥିଲା ।
ସେହି ବିଗ୍ରହଙ୍କ ଦଗ୍ଧାବଶେଷ ଉଦ୍ଧାରକରାଯାଇ ପରବର୍ତ୍ତୀ କାଳରେ ନୂତନ ଭାବେ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା ।
ନିଜେ କଳାପାହାଡ଼ ଓଡ଼ିଶାର ଚାରିଅାଡେ଼ ଯାଇ ମନ୍ଦିର ଧ୍ୱଂସ କରିଥିବା କଥାକୁ ମଧ୍ୟ ଏକ ଐତିହାସିକ ସତ୍ୟ ଭାବରେ ଗବେଷକମାନେ ସ୍ୱୀକାର କରି ପାରନ୍ତି ନାହିଁ ।

No comments:

Post a Comment

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କ...