ଜଗତସିଂହପୁର ଜଣାଶୁଣା ପାରାଦୀପ ବନ୍ଦର ଓ Oil refinery ତଥା fertiliser factory ପାଇଁ । ଏହି ଜିଲ୍ଲା ମଧ୍ୟରେ
ଦେବୀ, ଅଳକା,ବିଲୁଆଖାଇ,କୁସୁମୀ,ହଂସୁଆ,କୁଁଆରିଆ ଓ ଲୁଣିଝର ଆଦି ନଦୀ ପ୍ରଵାହିତ ହେଉଅଛି ।
■ଇତିହାସ■
ଜଗତସିଂହପୁର ର ଲାଲାସାହି ଭିତରେ ଜଗତ୍ ସିଂ ଧାରୀ ଜଣେ ପ୍ରଖ୍ୟାତ ମଣିଷଙ୍କ ନାମ ଅନୁସାରେ ହରିପୁର ର ନାମ କରଣ ଜଗତସିଂହପୁର ହୋଇଥିଲା । ହରିପୁରର ଶାସକ ରାଜା ଭଗତସିଂହଙ୍କ ପୁଅ ଜଗତସିଂହ ତାଙ୍କରି ନାମ ଅନୁସାରେ ଆଜି ଜଗତସିଂହପୁର ନାମିତ ହୋଇଅଛି । ଏହି ଜଗତସିଂହପୁର ର ପୁରୁଣା ନାଁ ହରିହରପୁର ଥିଲା ।
କୁହାଯାଏ ଭଗତସିଂହ' ଜାମ୍ମୁ ଅଞ୍ଚଳର ଜଣେ 'ପଠାଣିଆ ରାଜପୁତ' ଥିଲେ । ପଠାଣ ମାନଙ୍କର ଆକ୍ରମଣ ପ୍ରତିରୋଧ କରିଥିବାରୁ ସେ ରାଜପୁରୁଷ ମାନଙ୍କୁ “ପଠାଣିଆ ରାଜପୁତ” କୁହାଯାଉଥିଲା । ଏହି ଭଗତସିଂହଙ୍କର ସୁପୁତ୍ର ଥିଲେ ଜଗତସିଂହ ଯାହାଙ୍କ ନାମାନୁସାରେ ଅଵିଭକ୍ତ କଟକ ଜିଲ୍ଲାର 1993 ରେ ଵିଭାଜନ ହୋଇ ଜଗତସିଂହପୁର ଜିଲ୍ଲାର ନାମକରଣ ହୋଇଥିଲା ।
ଜଗତସିଂହ ନାମକ ଜଣେ ସର୍ଦ୍ଦାର ଙ୍କୁ ମରାଠା ମାନେ 1748 ରେ ଏ ଅଞ୍ଚଳର ଶାସନ ଦାୟିତ୍ୱ ଦେଇଥିଲେ । 1786 ବେଳକୁ ଜଗତସିଂହଙ୍କ ନାମ ଅନୁସାରେ ଏ ଅଞ୍ଚଳର ନାଆଁ ଜଗତସିଂହପୁର ହୋଇସାରିଥିଲା । .
No comments:
Post a Comment