ଖଳାନାମ୍ କଣ୍ଟକାନାମ୍ ଚ ଦ୍ଵିଵିଧୈଵ ପ୍ରତିକ୍ରିୟା ।
ଉପାନ୍ମୁଖ ଭଙ୍ଗୋ ଵା ଦୁରତୋ ଵା ଵିସର୍ଜନମ୍ ।।
“ଖଳ ଓ କଣ୍ଟା ତାଙ୍କ ପାଇଁ ଦ୍ଵିଵିଧ ପ୍ରତିକାର
ଭାଙ୍ଗ ତାଙ୍କ ମୁଖ କିମ୍ବା ନିଜ ଠାରୁ ଦୂର କର”
■ଦୁଷ୍ଟବୁଦ୍ଧି ଲୋକ ଆଉ କଣ୍ଟା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏ ଉଭୟ ସାଧୁଜନର ପଥରେ ଅଵରୋଧ ହୋଇଥାନ୍ତି । ଏମାନଙ୍କୁ ସାବାଡ଼ କରିବାର ଶାସ୍ତ୍ରରେ ଦୁଇଗୋଟି ମାର୍ଗ କୁହାଯାଇଛି । ଯଦି ତୁମ୍ଭେ କ୍ଷମତାଶୀଳ ଓ ବଳଶାଳୀ ତାହେଲେ ବଳପ୍ରୟୋଗ ପୂର୍ଵକ ଖଳଜନଙ୍କ ମୁହଁ ବନ୍ଦ କରିଦିଅ ଆଉ ଯଦି ତାଙ୍କ ଠାରୁ ଶକ୍ତିରେ ସାମନ୍ୟ ତେବେ ସେମାନଙ୍କ ଠାରୁ ଦୂରେଇ ରହି ଉଚିତ୍ ସମୟରେ ତାଙ୍କର ସାମ୍ନା କର .....
No comments:
Post a Comment