Wednesday, July 11, 2018

ମୋହ ମନ, ମୋହରି ସେ ନୋହିଲା ରେ

ମୋହ ମନ,
ମୋହରି ସେ ନୋହିଲା ରେ.....!

ମୋ ମନ ମୋତେ ଭଗାରୀ
ନ ଭଜିଲା ରାମହରି...............
ଯମ ନେବ ଧରିକରି
ବୋଇଲା ରେ.......................!

ମୋହ ମନ,
ମୋହରି ସେ ନୋହିଲା ରେ..........

ଆସି ହେଲା ପ୍ରାନ୍ତକାଳ
ନ ଭଜିଲୁ ନନ୍ଦଵାଳ.......
ଯେତେ ଥିଲା ପୁଣ୍ୟଫଳ ସଇଲାରେ.......!

ମୋହ ମନ,
ମୋହରି ସେ ନୋହିଲା ରେ..........

ମୋ ମନ ମୋତେ ରସାଇ
ନାନା ଅମୃତେ ଭସାଇ
ଵିଷୟାରେ ଵିଷ ଦେଇ ମାରିଲାରେ.......!

ମୋହ ମନ,
ମୋହରି ସେ ନୋହିଲା ରେ.........

କହେ ସାଲଵେଗ ହୀନ
ଏହି ମୋର ନିଵେଦନ
ବୃନ୍ଦାବନ ଭ୍ରମଣ ମୋ ନୋହିଲା ରେ

ମୋହ ମନ,
ମୋହରି ସେ ନୋହିଲା ରେ............

              ★★ବି:ଦ୍ର★★
ଭକ୍ତକଵି ସାଲଵେଗ ଏଠାରେ ମୋହାଚ୍ଛନ୍ନ ମନକୁ ଧିକ୍କାର କରିଅଛନ୍ତି କାରଣ ସବୁଠାରୁ ଦୃତଗତିମାନ ଏହି ମନ କାହାର ଆୟତ୍ତରେ ନଥାଏ । କେଵଳ ପ୍ରକୃତ ଯୋଗୀମାନେ ହିଁ ମନକୁ ଆୟତ୍ତ କରିପାରି ତହିଁ ବଳରେ ଯୋଗ ସାଧନାରେ ତଲ୍ଲୀନ ହୋଇପାରନ୍ତି । ଭକ୍ତକଵି ଏଠାରେ ମନକୁ ଜୀଵର ଶତୃ ବୋଲି କହି ଅଛନ୍ତି ଏବଂ ଆପଣାର ଉପମା ଛଳରେ ପ୍ରାପ୍ତ ଵୟସ୍କ ମାନଙ୍କୁ ସାଵଧାନ କରିଣ କହୁଅଛନ୍ତି ଯେ ହେ କୁଳବୃଦ୍ଧମାନେ ତୁମ୍ଭେମାନେ ଆସି ପ୍ରାନ୍ତକାଳରେ ପାଦ ଦେଲଣି ହେଲେ ତଥାପି ତୁମ୍ଭ ମାନଙ୍କର ଵିଷୟାସକ୍ତି କମୁନାହିଁ । ନାମଭଜନ ପାଇଁ ଯେ ଏ ଵିଷୟ ଵାସନା କେତେ ଵିଷତୁଲ୍ୟ ତାହା ଏହି ଗୀତରେ ଭକ୍ତକଵି ସ୍ପଷ୍ଟ ଭାବରେ ଵର୍ଣ୍ଣନା କରିଅଛନ୍ତି । ବୃନ୍ଦାବନଭ୍ରମଣ ଵିଷୟକ ଵାକ୍ୟରେ ଭକ୍ତକଵି କହିଛନ୍ତି
“କହେ ସାଲଵେଗ ହୀନ ଏହି ମୋର ନିଵେଦନ
ବୃନ୍ଦାବନ ଭ୍ରମଣ ମୋ ନୋହିଲା ରେ”
ଏଠାରେ
ଅନୁଭୁତ ହେଉଛି
ପ୍ରଥମତଃ ସେ ଭଜନପ୍ରେମୀ ଓ ନାମସଂକୀର୍ତ୍ତକଙ୍କଙ୍କୁ ଅନ୍ତତଃ ଥରୁଟିଏ
ବୃନ୍ଦାବନଧାମ ଯାତ୍ରା କରିବାକୁ କହୁଅଛନ୍ତି
ପୁନଶ୍ଚ ସ୍ଵୟଂ ର ବୃନ୍ଦାବନ ଯାତ୍ରା ଆଶା ଅଦ୍ୟାବଧି ପୂର୍ଣ୍ଣ ହୋଇନଥିବା ଵର୍ଣ୍ଣନା କରୁଛନ୍ତି ।
ସାଲଵେଗଙ୍କର ଏହି ବୃନ୍ଦାବନ ଯାତ୍ରା ସମ୍ପର୍କିତ ଆହୁରି କେତୋଟି ଭଜନ ମଧ୍ଯ ଅଛି ତନ୍ମଧ୍ୟରୁ
ଗୋଟିଏ
“ଜୀଵନରେ ଥିବି ଯେବେ ଯିବି ବୃନ୍ଦାବନ”

“ବୃନ୍ଦାବନେ ବଂଶୀ କେ ବଜାଇଲା”
ଖୁବ୍ ଲୋକପ୍ରିୟ ହୋଇଅଛି ।★★★★■

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...