My Blog List

Tuesday, July 17, 2018

ମାଟିର ମଣିଷ

ତୁମ ଗାଳୀ କି ପ୍ରଶଂସା
କରିନପାରେ ମୋତେ ପଥଚ୍ୟୁତ
ମୁଁ ମାଟିର ମଣିଷ ମାଟିରେ ହିଁ
ଚାଲୁଥିବି ସତତ ।।

ତୁମ ପ୍ରଶଂସାରେ ପକ୍ଷୀ ହୋଇ
ଆକାଶରେ ଉଡିଵିନି କି
ଗାଳୀ ଦେଲେ ନର୍କଗାମୀ
ହେବି ନାହିଁ ତୁରନ୍ତ ।।

ଗାଳି କର କିମ୍ବା ଚାହଁ ଯଦି
କରିପାର ପ୍ରଶଂସା
ପ୍ରୀତିଜଳେ ଭାସେନା ମୁଁ କଦାପି
ଜାଳି ନ ପାରେ  କା’ର ହିଂସା ମୋ ମହତ ।।

No comments:

Post a Comment