Saturday, July 21, 2018

ଓଡ଼ିଆ ଉପନ୍ୟାସର କଥା

୧୮୭୮ ମସିହା ଯାଏଁ ରମାଶଙ୍କର ରାୟଙ୍କ ସୌଦାମିନୀ ର ପ୍ରକାଶ ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ଆଧୁନିକ ଅର୍ଥରେ ଜନ୍ମଲାଭ କରିନଥିଲା । ତେବେ ଉତ୍କଳ ମଧୁପର ପୃଷ୍ଠା ଅତିକ୍ରମ କରି ସୌଦାମିନୀ କେବେ ବି ପୁସ୍ତକାକାରରେ ପ୍ରକାଶିତ ହୋଇପାରିନଥିଲା ଏବଂ ପରେ ଏହି ସମ୍ବାଦପତ୍ରର ପ୍ରକାଶନ ବନ୍ଦ ହୋଇଯିବା ହେତୁରୁ ଏହି ଉପନ୍ୟାସ ଟି ସବୁଦିନ ପାଇଁ ଅପୂର୍ଣ୍ଣ ରହିଯାଇଥିଲା ।
ଖ୍ରୀ ୧୮୭୮ରୁ ୧୮୮୯ ଯାଏଁ ଵିଭିନ୍ନ ପତ୍ରପତ୍ରିକାରେ ଏଭଳି ପାଞ୍ଚଥର ଅସଫଳ ପ୍ରୟାସ ହୋଇଥିଲା  ହେଲେ ୧୮୮୯ ମସିହା ଓଡ଼ିଆ ଭାଷା ପାଇଁ ଆଶା ଓ ଭଵିଷ୍ୟତ ର ସନ୍ଧାନ ଘେନି ଆସିଥିଲା । ଏହି ଵର୍ଷ ଓଡ଼ିଆ ଭାଷାର ପ୍ରଥମ ସ୍ଵୟଂ ସଂପୂର୍ଣ୍ଣ ଉପନ୍ୟାସ “ପଦ୍ମମାଳୀ” ଜନ୍ମଲାଭ କରିଥିଲା ଯାହାକୁ ଲେଖିଥିଲେ ଜନୈକ ବଙ୍ଗାଳୀ ବଂଶୋଭବ ଓଡ଼ିଆ ଉମେଶ ଚନ୍ଦ୍ର ସରକାର.....

ଏହି ସମୟକାଳକୁ ଓଡ଼ିଆ ଉପନ୍ୟାସ ଯୁଗର ଆଦିକାଳ କହିଲେ ମଧ୍ଯ ଅତିଶୟୋକ୍ତି ହେବନାହିଁ । ଗୋପାଳଚନ୍ଦ୍ଳ ଦାସଙ୍କର “ଭୀମାଭୂୟାଁ” ଓ ଫକୀର ମୋହନ ସେନାପତିଙ୍କର “ଛ ମାଣ ଆଠଗୁଣ୍ଠ” ପରି ଉପନ୍ୟାସ ତତ୍କାଳୀନ ସମାଜର ପ୍ରତିଲିପିର ପ୍ରତିଫଳନ କରିବାରେ ସଫଳ ହୋଇଥିଲା । ପରଵର୍ତ୍ତୀ କାଳରେ କାଳନ୍ଦୀଚରଣ,କାହ୍ନୁଚରଣ,ଗୋପୀନାଥ,ନିତ୍ୟାନନ୍ଦ ଓ ଶାନ୍ତନୁ ଆଚାର୍ଯ୍ୟ ଆଦି ଔପନ୍ୟାସିକ ମାନେ ଅନେକ ଵାସ୍ତଵଵାଦୀ ଉପନ୍ୟାସ ସୃଷ୍ଟି କରିଥିଲେ । ଏ ଯୁଗରେ  ‛ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ’ ପାଞ୍ଚ ପାଞ୍ଚ ଟି ଉପନ୍ୟାସ ଲେଖିଯାଇଅଛନ୍ତି ଏବଂ ତନ୍ମଧ୍ୟରୁ ତାଙ୍କର “ଗଡ଼ଜାତ କୃଷକ” ଓ “ଶିଶୁ” ଖୁବ୍ ଜଣାଶୁଣା ।
କାଳନ୍ଦୀଚରଣଙ୍କ ‛ମାଟି ର ମଣିଷ’ ହେଉ କି କାହ୍ନୁଚରଣଙ୍କର ‛ହା ଅନ୍ନ’ ଓ ‛ଶାସ୍ତି’ ହେଉ,
ଗୋପୀନାଥ ମହାନ୍ତିଙ୍କ ମାଟିମଟାଳ,ପରଜା ହେଉ କିମ୍ବା ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଶକୁନ୍ତଳା ହେଉ ଉପନ୍ୟାସ ଲେଖନର ସେହି ଆଦିଯୁଗରେ ପ୍ରତ୍ୟେକ ଟି ଉପନ୍ୟାସରେ ଭରି ରହିଥିଲା ସାମାଜିକ ସମସ୍ୟା ଓ ଵିପ୍ଲଵର ସ୍ଵର....
ଧୀରେ ଧୀରେ ଓଡ଼ିଆ ଉପନ୍ୟାସ ଉନ୍ନତି ଆଡ଼କୁ ଗତି କରିବାକୁ ଲାଗିଲା ଏବଂ ଅନ୍ୟ ଭାରତୀୟ ଭାଷା ଗୁଡିକ ସହିତ ତାଳ ଦେଇ ଉପନ୍ୟାସ ରଚନା ହେବାକୁ ଲାଗିଲା....
ପ୍ରକୃତରେ ୧୮୦୩ ରୁ ୧୯୮୦ ମଧ୍ୟବର୍ତ୍ତୀ  ସମୟକାଳ ଓଡ଼ିଆ ଉପନ୍ୟାସ ସାହିତ୍ୟ ପାଇଁ ଏକ ଵିସ୍ତୃତ ପୃଷ୍ଠଭୂମି, ଏକ କୌତୁହଳପ୍ରଦ ସମୟକାଳ ଥିଲା କହିଲେ ଭୂଲ ହେବ ନାହିଁ ।
ସ୍ଵାଧୀନତା ପରଵର୍ତ୍ତୀ କାଳରେ କିନ୍ତୁ ଓଡ଼ିଆ ଉପନ୍ୟାସ ର ଵିକାଶଧାରାରେ କେତେକ ପ୍ରମୁଖ ପରିଵର୍ତ୍ତନ ଦେଖାଦେଇଥିଲା ।

ପୂର୍ଵେ ଓଡ଼ିଆ ଭାଷାର ଉପନ୍ୟାସ ଗୁଡିକ ସାମାଜିକ ସମସ୍ୟା ତଥା ଵିପ୍ଳବର କଥା କହୁଥିଲା ଵେଳେ ସ୍ଵାଧୀନତା ପରଵର୍ତ୍ତୀ ଉପନ୍ୟାସ ମାନ ମାନଵର ଦୈନନ୍ଦିନ ଜୀଵନ ଵିଷୟ ଆଧାରିତ ହେବାକୁ ଲାଗିଲା ।
ଉପନ୍ୟାସ ସାହିତ୍ୟରେ ଏଭଳି ପରଵର୍ତ୍ତନ ସପକ୍ଷରେ ଭଵିଷ୍ୟତଵାଣୀ ସମ
ଏ.ଏ. ମେଣ୍ଡିଲୋ ଙ୍କ ପରି ଚିନ୍ତାନାୟକ କୁହନ୍ତି
“ମାନବର ଦୈନନ୍ଦିନ ଜୀବନର ଵିଷୟକୁ ନେଇ
ଉପନ୍ୟାସ ର କଳେଵର ଗଢିଉଠିବ । ମାନଵର ରୀତି,ନୀତି ଉପନ୍ୟାସ ରେ ପ୍ରକଟିତ ହେବ”
। ଭାରତୀୟ ଉପନ୍ୟାସ ସାହିତ୍ୟ କ୍ଷେତ୍ରରେ ଏହା ହିଁ ଘଟିଥିଲା । ସ୍ଵାଧୀନତା ପରବର୍ତ୍ତୀ କାଳରୁ ଏଯାବତ ଅନେକ ଉପନ୍ୟାସ ଲେଖାଯାଇସାରିଛି ଏବଂ ତହିଁରେ ସାମାଜିକ,ବ୍ୟକ୍ତି କୈନ୍ଦ୍ରିକ,ରାଷ୍ଟ୍ରୀୟ ଓ “ପ୍ରେମ ପ୍ରସଙ୍ଗ ଯୁକ୍ତ” ବିଷୟ ଠାରୁ ଆରମ୍ଭ “ବିଜ୍ଞାନ କଥାସାହିତ୍ୟ” ଯାଏଁ ନାନାଦି ପ୍ରସଙ୍ଗରେ ଲେଖାଯାଇସାରିଛି । 

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...