My Blog List

Sunday, July 29, 2018

●ଫୁଟବଲ୍ ଓ ଫଲି●

ଥରେ କେତେଜଣ ପିଲା ଫୁଟବଲ ଖେଳୁଥାନ୍ତି ।  ସେଇପଟ ଦେଇ ସନ୍ଥ ଜଣେ ତାଙ୍କର
ଶିଷ୍ୟ ସହିତ  ଚାଲିଯାଉଥାନ୍ତି । ଫୁଟବଲ କୁ ଦେଖି ଶିଷ୍ୟ ଟି ସନ୍ଥଙ୍କୁ କୌତୁହଳ ବଶତଃ ପଚାରିଲା
“ଆଜ୍ଞା ! ଏଇ ‛କନ୍ଦୁକ’ଟି ଏମନ୍ତି କି କର୍ମ କରିଥିଲା ଯେ ତାକୁ ଏତେ ଲୋକଙ୍କ ନାତ ଗୋଇଠା ଖାଇବାକୁ ପଡୁଛି ?”

ସନ୍ଥ କହିଲେ
“ଵତ୍ସ ! ଏହା ତାହାର କର୍ମ ନୁହେଁ ବରଂ ତା ମଧ୍ୟରେ ପଵନ ପୁରିରହିଛି ତେଣୁ ତାକୁ ସମସ୍ତେ ଫଲି ମାରି ମାରି ଖେଳନ୍ତି....
ଏହିପରି ମଣିଷ ମଧ୍ୟରେ ବି ଯେତେଦିନ ଯାଏଁ ପବନ ରୂପକ ଅହଂ ଭରି ରହିଥାଏ ସେତେ ଦିନ ଯାଏଁ ତାକୁ ଜୀବନରୂପକ ଖେଳପଡି଼ଆରେ ନାତ ଗୋଇଠା ଖାଇବାକୁ ପଡି଼ଥାଏ ।

ॐ ହରି ॐ ହରି ଶରଣମ୍ ....

No comments:

Post a Comment