ଥରେ ଜଣେ ଜମିଦାର ଗାଆଁର ସବୁ ଲୋକଙ୍କୁ
ନିମନ୍ତ୍ରଣ କରିଆଣି ଗୋଟାଏ ବଡ଼ ଭୋଜି ଦେଲେ । ଦିନବେଳେ ଓ ରାତିରେ ଦୁଇ ଓଳିଯାକ ଲୋକେ ତାଙ୍କ ଘରେ ପେଟେ ଲେଖାଏଁ ଖାଇଲେ । କିନ୍ତୁ ଏହି ଭୁରିଭୋଜନରେ ଯୋଗ ଦେଇପାରିନଥିଲା ଗାଆଁର ସବୁଠାରୁ ଦରିଦ୍ର ଲୋକ କାଶିଆ । କେତେଦିନ ଉତ୍ତାରୁ ଦିନେ କାଶିଆକୁ ଦେଖି ଜମିଦାର ପଚାରିଲେ
“ଗାଆଁରେ ଏତେ ବଡ଼ ଭୋଜି ଟେ ଦିଆଗଲା ତୁମ ଘରକୁ ଅନେକ ଥର ଲୋକ ଡକେଇ ପଠାଗଲା ହେଲେ ତମେ କିପାଁଇ ଆସିନଥିଲ ” ?
କାଶିଆ କହିଲା―
“ଆଜ୍ଞା ! ମୁଁ ଜଙ୍ଗଲରୁ ଯୋଉ କାଠକାଟିଆଣେ
ତାକୁ ଆରଦିନ ବିକିକରି ଯାହା ଟଙ୍କା ପାଏ ତହିଁରୁ ହାଟବାଟ ଖରଚ କଲାରୁ ଯାଇ ମୋ ଘରେ ଚୁଲି ଜଳେ । ଆପଣଙ୍କ ଘରେ ସେଦିନ ସଭିଁଏ ଖାଇବେ ବୋଲି ମୋ କାଠ ଆଉ କେ କିଣିଲେନି । ସେହି ଦିନ ମୋତେ ଉପାସ ରହିବାକୁ ହେଲା”
ଜମିଦାର ବୋଇଲେ―
“ହଁ ଯେ ! ଉପାସ କିଲାଗି ରହିଲୁ କହ ତ !
ଆମ ଘରେ ଆସି ଖାଇଦେଲୁନି
କେତେ ଅନ୍ନ ବଳିଥିଲା ଯେ ନଷ୍ଟ ଗଲା ଜାଣିଚୁ”
କାଶିଆ କହିଲା―
“ଆଜ୍ଞା ! ଅନ୍ୟମାନେ ନିମନ୍ତ୍ରଣ ରକ୍ଷା ଲାଗି ଥିଲାଘରର ଲୋକ ହେଇ ଵି ଆପଣଙ୍କ ଘରେ ଖାଇଲେ । ମୁଁ ଯଦି ଖାଇଥାଆଁନ୍ତି ତାହେଲେ ସେଟା ପୁରା ବାଜେ କଥାଟେ ହେଇଥାଁନ୍ତା । ଯଦି ଖାଇଥାଁନ୍ତି ତେବେ ଲାଗିଥାଁନ୍ତା ସତେ କି ମୋତେ ଖାଇବାକୁ ନମିଳିଲାରୁ ମୁଁ ଭିକମାଗି କି ଖାଉଛି !
କିରା ଆଉ କରିଥାଆଁନ୍ତି ସେଇଥି ଲାଗି ମୁଁ ଭୋଜିକୁ ଯାଇନଥିଲି” ।
No comments:
Post a Comment