Wednesday, June 19, 2019

ଅନୁକରଣ

ଦୁଇ ଗଧଙ୍କ ପିଠିରେ ଦିଇଟା ପୁଟୁଳା ଲଦା ହୋଇଥିଲା । ଗୋଟେ ଗଧ ପିଠିରେ କପା ଆର ଗଧଟା ପିଠିରେ ଲୁଣ ଲଦା ହୋଇଥାଏ । ପ୍ରତିଦିନ ସେମାନେ ଏକ ନଦୀ ବାଟଦେଇ ହାଟକୁ ଯାଆନ୍ତି । ଲୁଣ ପୁଟୁଳି ବୋହୁଥିଵା ଗଧର ଦିନେ ଗୋଡ଼ ଖସିଗଲା ଯେ ସେ ଯାଇ ନଦୀ ପାଣିରେ ପଡି଼ଗଲା । ନଦୀରେ ପଡ଼ିଯିଵାରୁ ତା ପିଠିରେ ବନ୍ଧା ହୋଇଥିଵା ପୁଟୁଳିର ଲୁଣ କେତେକାଂଶରେ ପାଣିରେ ମିଳେଇଗଲା ।





ସେ ନଦୀରୁ ଉଠିଆସି ଆର ଗଧକୁ କହିଲା

“ଦେଖିଲୁ ପାଣିରେ ପଡି଼ଵା ଯୋଗୁଁ ମୋ ପୁଟୁଳିଟା କେତେ ହାଲୁକା ହୋଇଗଲା” !!

ଦ୍ଵିତୀୟ ଗଧ ମନରେ ଭାଵିଲା 💡

“ମୋ ପୁଟୁଳିଟା  ସେତେ ଭାରୀ ନଥିଲେ ବି ଆଉ ଟିକିଏ ହାଲୁକା ହୋଇପାରନ୍ତା ଯଦି ବହୁତ ବଢି଼ଆ ହୁଅନ୍ତା”

ମନରେ ଏମନ୍ତ ପାଞ୍ଚି ଦ୍ଵିତୀୟ ଗଧଟା ନଦୀ ଭିତରେ ପସିଗଲା ହେଲେ ତା ପୁଟୁଳିର ଓଜନ କମିଵା ବଦଳରେ ଅନେକଗୁଣ ବଢି଼ଗଲା । ଦ୍ଵିତୀୟ ଗଧଟା ନଦୀରେ ବୁଡ଼ିଗଲା ।

(ପରର ଅନୁକରଣ ବୁଝିବିଚାରି କଲେ ଭଲ,ଅନ୍ଧ ଭଳି ଅନୁକରଣ କଲେ ଦ୍ଵିତୀୟ ଗଧ ଭଳି ଦଶା ଭୋଗିଵାକୁ ପଡି଼ପାରେ)

No comments:

Post a Comment

ମୂର୍ଖର ଲକ୍ଷଣ ଓ ପରିଣାମ : ଏକ ମନୋଵୈଜ୍ଞାନିକ ଵିଶ୍ଳେଷଣ

ଗୋଟିଏ ଦେଶିଆ ଢଗ ଅଛି : “ଗିଆନି କେ ଗିଆନ୍ ଗାଲା ଭେଦି ମୁରୁକ୍ କେ ଠେଙ୍ଗା ଗାଲା ଖେଦି” ଅର୍ଥାତ୍ ଜ୍ଞାନୀକୁ ଜ୍ଞାନ କଥା କହିଲେ ବୁଝିଯାଏ,ଜ୍ଞାନୀକୁ ଜ୍ଞାନ ଦ୍ଵାରା ଵଶ...