Thursday, June 13, 2019

●●●●ଅତିଶୟୋକ୍ତି ଅଳଙ୍କାର●●●●

କାଵ୍ୟକଵିତାରେ ଏକ ପ୍ରକାରର ଅଳଙ୍କାରକୁ ଅତିଶୟୋକ୍ତି କୁହାଯାଏ । ଉପମେୟ ଵା ପ୍ରକୃତ ବିଷୟର ଅଧଃକରଣ ହେତୁରୁ ଉପମାନ ଵା ଅପ୍ରକୃତ ବିଷୟରେ ଯେଉଁ ସିଦ୍ଧ ଅଧ୍ଯବସାୟ ହୁଏ ତାହାକୁ ଅତିଶୟୋକ୍ତି ବୋଲାଯାଏ ।

କୌଣସି ଵସ୍ତୁକୁ ଵର୍ଣ୍ଣନା କଲାବେଳେ ଯେଵେ ତାକୁ ଅସମ୍ଭଵ ଵା ଅଵାସ୍ତଵ ଵସ୍ତୁ ଵା କାଳ୍ପନିକ ଵସ୍ତୁ ସଙ୍ଗେ ତୁଳନା କରାଯାଏ ତେଵେ ଅତିଶୟୋକ୍ତି ହୁଏ ।

ଯଥା—
“ଜୀବନକ ନୀଳ ଜଳଜଯୁଗଳ,
ବିଧୁଵିମ୍ବେ ହୋଇ ଵିଳାସ ଵିଲୋଳ ।
ଜାତ କଲା ଗର୍ଭ ଜରଜର
ଶର ନିଜର ବରଷା ଖରତର ।
(କବିସୂର୍ଯ୍ୟ କିଶୋର ଚମ୍ପୁ)

ଏଠାରେ ଉପମେୟ ଚକ୍ଷୁଦ୍ବୟ ଓ ମୁକ ଅଧଃକରଣ କରି ତାହା ସ୍ଥାନରେ ଯଥାକ୍ରମେ ନୀଳ ଜଳଜଯୁଗଳ ଓ ବିଧୁଵିମ୍ବକୁ ସିଦ୍ଧ କରାଯିଵାରୁ ଏହା ଅତିଶୟୋକ୍ତି ହେଲା ।

“ବୃଥା ହାଣୁଥିଲା ମୃଗୀ ଅଙ୍ଗେ
ବାଣ ସିନା ସୁନ୍ଦରୀ ଚାହାଣୀ
ଭଙ୍ଗୀରୁ ଥିଲେ ସେହୁ
ୟେଣୁ ଅଚାହୁଁ ମରି ।।”
(ଉଷା,ରାଧାନାଥ)

ଏଠାରେ ଉଷାର ଚାହାଣୀଭଙ୍ଗୀ ଦ୍ବାରା ହରିଣଙ୍କର ମୃତ୍ୟୁ ଅସମ୍ଭଵ ହେଲେ ସୁଦ୍ଧା କଵି ତାହା ସିଦ୍ଧ ଵା ନିଶ୍ଚିତ ବେଲି ଵର୍ଣ୍ଣନା କରିଥିଵାରୁ ଏଠାରେ ଅସମ୍ବନ୍ଧରେ ସମ୍ବନ୍ଧରୂପ ଅତିଶୟୋକ୍ତି ଅଳଙ୍କାର ହେଲା ।

ସାଧାରଣ କଥା ପ୍ରସଙ୍ଗରେ ମଧ୍ଯ ଆମ୍ଭେମାନେ 'ଅତିଶୟୋକ୍ତି' ଅଳଙ୍କାର ପ୍ରୟୋଗ କରି ଥାଉଁ ।ଯଥା—

→ଆଜି ଦିପହରେ ଗୁଡା଼ଏ ନିଆଁ ଵରଷି ଗଲା ।
→ ତାଙ୍କୁ ଜର ହୋଇ ତାଙ୍କ ଦିହରେ ଖଇ ଫୁଟୁଛି।
→ଏ ସଂଵାଦ ଶୁଣି ମୋ ଛାତି ଫାଟିଗଲା ।

(ତଥ୍ୟ ଓ ସମ୍ପାଦନା―ଶିଶିର ସାହୁ ମନୋଜ )

No comments:

Post a Comment

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କ...