Friday, June 14, 2019

ଓଡି଼ଶାର ପ୍ରାକୃତିକ ପର୍ଵ ରଜର ଶାବ୍ଦିକ ଵ୍ଯାଖ୍ଯା

ଆଜିକାଲି ରଜ ଶବ୍ଦର ଭାଵନାତ୍ମକ ଵ୍ଯାଖ୍ଯା କରାଯାଉଛି

ର+ଜ=ରଜ
*‘ର’ ର ଅର୍ଥ ସଂସାର, 
*‘ଜ’ ର ଅର୍ଥ ଯୋଚିଵା
ତେବେ ଏଭଳି ଶହ ଶହ ଵ୍ଯାଖ୍ଯା କରାଯାଇପାରେ
ଯଥା
*‘ର’ ର ଅର୍ଥ ରଚନା
*‘ଜ’ ର ଅର୍ଥ ଜଳ

କିନ୍ତୁ ଶବ୍ଦର ଏଭଳି ଵ୍ଯାଖ୍ଯା ଯେତେ ମନୋଜ୍ଞ ଲାଗୁଥିଲେ ହେଁ ନିରୁକ୍ତି ଵ୍ଯାଖ୍ଯା ପରି ବୈଜ୍ଞାନିକ ଓ ପ୍ରାମାଣିକ ନୁହେଁ । ତେବେ ରଜ ଶବ୍ଦର ବହୁବିଧ ଅର୍ଥ ରହିଛି ।

ମାନଵର ତିନିଗୋଟି ପ୍ରକୃତି 
ଯଥା—ସତ୍ତ୍ଵ,ରଜ,ତମ ମଧ୍ୟରେ
ଏହି ‘ରଜ’ ଗୁଣ ସୃଷ୍ଟିତତ୍ତ୍ଯର ଧ୍ଯୋତକ । 
‘ରଜ’ ତତ୍ତ୍ଵ ଯୋଗୁଁ ଜୀଵ ସୃଷ୍ଟି ସମ୍ଭଵ ହୁଏ ତେଣୁ ଏ ଶବ୍ଦକୁ ନେଇ କାହାର ହୀନଭାଵନା ଵ୍ଯକ୍ତ ତାହାର ପରମ ମୂର୍ଖତା ହିଁ ପ୍ରମାଣ କରେ ।

ତେବେ ଏହା ରଜ ଶବ୍ଦର ଏକମାତ୍ର ଅର୍ଥ ନୁହେଁ ଏହାର ଅନ୍ୟ କେତେକ ଅର୍ଥ ବି ରହିଛି 
ଯଥା—

🔅ଆକାଶ

🔅ଜଳ;ପାଣୀ
🔅ହଳ କରାହୋଇଥିଵା କ୍ଷେତ
🔅ବାଦଲ
🔅ଵାଷ୍ପ
🔅ପୁଷ୍ପ ପରାଗ
🔅ଭୁଵନ
🔅ରେଣୁ; ଧୂଳି
🔅ପାଉଁଶ(ଓଡ଼ିଆ ଦେଶଜ)
🔅ରାତ୍ରୀ
🔅ପ୍ରକାଶ
🔅 ଚୂର୍ଣ୍ଣ

ଇତ୍ୟାଦି





ରଜଶବ୍ଦର ପ୍ରୋକ୍ତ ଅର୍ଥଗୁଡି଼କର ଵ୍ଯଵହାରରେ କଳିଙ୍ଗ ଦେଶର ରଜପର୍ଵ ସମୟର ଚିତ୍ର ଆଙ୍କାଯାଇପାରେ

ଯଥା—
“ଵର୍ଷାଋତୁର ଆଗମନରେ 
ଆକାଶରେ ବାଦଲମାନେ ଜଳ ଵର୍ଷା କରୁଅଛନ୍ତି । ଵର୍ଷାକାଳ ଆସିଵା ଦେଖି ଚାଷୀମାନେ ବିଲରେ ହଳ କରୁଅଛନ୍ତି । ଵର୍ଷାଋତୁର ଆଗମନରେ ବୃକ୍ଷରେ ନଵ ପୁଷ୍ପ ପ୍ରଷ୍ଫୁଟିତ ହୋଇ ତାହାର ପରାଗ ଓ ଵାସ ଚାରିଆଡ଼େ ଖେଳିଯାଇଛି । ଗ୍ରୀଷ୍ମକାଳୀନ ଧୂଳି ଉଡା଼କୁ ଵର୍ଷାଜଳ ରୋକି ଦେଇଛି ଫଳରେ ଚାରିଆଡ଼େ ସ୍ଵଚ୍ଛ ନିର୍ମଳ ପରିଵେଶ ଦୃଷ୍ଟିଗୋଚର ହେଉଅଛି । ଏଭଳି ସୁନ୍ଦର ପରିଵେଶରେ ରଜପର୍ଵର ଆଗମନ ହୋଇଗଲାରୁ କଳିଙ୍ଗରେ ସର୍ଵତ୍ର ସଜବାଜ ଆରମ୍ଭ ହୋଇଯାଇଛି,ଏଠାକାର ଭୁବନମାନ ଚଳଚଞ୍ଚଳ ଵ୍ଯସ୍ତଵହୁଳ ହୋଇଉଠିଛି ।”

ରଜ ଶବ୍ଦର ମୂଳରେ ରହିଛି ସଂସ୍କୃତ ଧାତୁଶବ୍ଦ 
‘ରନ୍ଜ ଵା ରଞ୍ଜ୍’ ।

ଏ ଧାତୁଶବ୍ଦରୁ ନିମ୍ନଲିଖିତ ଅର୍ଥରେ ରକ୍ତ,ରଙ୍ଗ ଆଦି ଶହ ଶହ ଶବ୍ଦ ନିଷ୍ପନ୍ନ ହୋଇଅଛି

✔️ରଙ୍ଗକରିଵା; ରଙ୍ଗାଇଵା
✔️ଆସକ୍ତ ହେଵା; ଅନୁରକ୍ତ ହେଵା
✔️ରଞ୍ଜିତ ହେଵା; ରଙ୍ଗାଯିଵା
✔️ନାଲି ପଡ଼ିଵା
✔️ପ୍ରଣୟାସକ୍ତ ହେଵା
✔️ଆନନ୍ଦିତ ହେଵା
✔️ସନ୍ତୁଷ୍ଟ ହେଵା

ଆମ ପ୍ରାକୃତିକ ପର୍ଵ ‘ରଜ’ ସମୟରେ ବି
ପୃଥିବୀ ସବୁଜ ରଙ୍ଗରେ ରଙ୍ଗେଇଯାଏ, ବର୍ଷା କାଳ ଆଗମନ ଯୋଗୁଁ ରଜଗୁଣରେ ବୃଦ୍ଧି ହେତୁ
ଚାରିଆଡ଼େ ସର୍ଵପ୍ରାଣିଙ୍କ ମନରେ ଅନୁରକ୍ତି,କାମନା ବୃଦ୍ଧି ପାଏ,ଜଗତଯାକରେ ସୁଖ ସନ୍ତୋଷ ଓ ଆନନ୍ଦମୟ ପରିଵେଶର ଆଗମନ ହୁଏ ।

ଏହା ହେଉଛି ରଜ ଶବ୍ଦ ଓ ରଜପର୍ଵ ମଧ୍ଯରେ ଥିଵା ପ୍ରାକୃତିକ ଗୂଢା଼ର୍ଥ ଯାହା ଏ ପର୍ଵର ମହାନତା ପ୍ରକଟ କରିଥାଏ ।

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...