Tuesday, June 25, 2019

ଘୋଡ଼ା ଡିମ୍ଵ

ଜଣେ ଲୋକକୁ ଆଉ ଜଣେ ଲୋକ ପକ୍ଷୀରାଜ ଘୋଡ଼ାର ଅଣ୍ଡାର ନାଆଁରେ ଠକିଦେଇଥିଲା ।  ସେ ଜଙ୍ଗଲ ବାଟେ ଗଲାବେଳେ ତା ହାତରୁ ସେଇ ଅଣ୍ଡାଟା ବୁଦା ଭିତରେ ପଡ଼ିଯାଇଥିଲା । ବୁଦା ଭିତରେ ଗୋଟାଏ ସିଂହ ମଣିଷ ଶିକାରୀ ଭୟରେ ଲୁଚି ଥିଲା କିନ୍ତୁ ଏକଥା ଲୋକଟା ଜାଣିନଥିଲା ।

ଯେତେବେଳେ ଅଣ୍ଡାଟା ବୁଦା ଭିତରେ ପଡି଼ଲା ସିଂହଟି ଡରିକି ଏକ ଦୁଇ କରିପକେଇଲା  । ଏବେ ମଣିଷ ମୂଲ୍ଯଵାନ ଅଣ୍ଡାଟି ଅଣ୍ଡାଳିଵାକୁ ଯାଇ ବୁଦା ଭିତରୁ ସିଂହକୁ ପାଇ ତାକୁ ପକ୍ଷୀରାଜ ଘୋଡ଼ା ମନେ କରି ତା’ ଉପରେ ସବାର ହେଇଗଲା ।

ସିଂହର ସେତେବେଳକୁ ପିଳେହିପାଣି, ସେ ଭୟରେ ଦୌଡିବାକୁ ଲାଗିଲା ଆଉ ଏକ ସ୍ଥାନରେ ଲୋକଟାକୁ ପକେଇ ଦେଇ ଜଙ୍ଗଲ ଭିତରେ କୁଆଡେ଼ ଅଦୃଶ୍ୟ ହୋଇଗଲା ‌।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...