ଆଜି ମନ୍ଦିରରେ ବହୁତ ଭିଡ଼ ଥିଲା । ଦେଵଦର୍ଶନ ପାଇଁ ଶହ ଶହ ଲୋକ ଲମ୍ଵା ଧାଡ଼ି ଲଗେଇ ଠିଆହୋଇଥାନ୍ତି । ଯୁଵକଟେ ବଡ଼ କୌତୁହଳ ପୂର୍ଵକ ସେମାନଙ୍କ ଆଡ଼େ ଚାହିଁଥାଏ ।
ଜଣେ ଧାର୍ମିକ ସ୍ଵେଚ୍ଛାସେଵୀ ଯୁଵକ ପାଖକୁ ଆସି କହିଲେ—
“ଦେଖନ୍ତୁ ଆଜି ମନ୍ଦିରରେ ବହୁତ ଭିଡ଼, ଏମିତିରେ ଦର୍ଶନ ସହଜ ନୁହେଁ କିନ୍ତୁ ଵିଶିଷ୍ଟ ଵ୍ଯକ୍ତିଙ୍କ ପାଇଁ ମନ୍ଦିର ପ୍ରଶାସନ ଵିଶେଷ ଵ୍ଯବସ୍ଥା କରିଛନ୍ତି । ଦେଵ ସେଵା ହେତୁ ଟ. ୫୦୧.୦୦ ଙ୍କା ଵ୍ଯୟ କରନ୍ତୁ ସିଧା ଦର୍ଶନ ପାଇପାରିବେ !”
ଯୁଵକ କହିଲା — “୧୦୦୧.୦୦ ଦେବି । ଭଗଵାନଙ୍କୁ ଟିକିଏ କୁହ ତ ମୋ ସହ ବାହାରେ ଭେଟି ଯିଵେ । ତାଙ୍କୁ କହିଵ ମୁଁ ଆଇଛି,ମୋ ନାଆଁ ଶୁଣିଲେ ସେ ନିଶ୍ଚେଁ ଅସିଵେ ଯେ !”
ସ୍ଵେଚ୍ଛାସେଵୀ ଟା ସାମାନ୍ୟ ଚିଡ଼ି ଯାଇ କହିଲା—
“ହେଇ ଟୋକା କମ୍ ବହପ ନୁହେଁ ତ ତୋର ! ଗମାତ କରୁଛୁ । କେଵେ ଶୁଣିଛୁ ଅଦିନେ ଈଶ୍ଵର ମନ୍ଦିର ଛାଡ଼ି ବାହାରକୁ ଆସନ୍ତି ! କିଏ ରେ ତୁ !”
ଯୁଵକ ପୁଣି କହିଲା—
“ରାଗୁଛନ୍ତି କାହିଁକି ଯେ ? ୧୦୦୦୧.୦୦ ଦେବି
ତାଙ୍କୁ କହିଵ ମୁଁ ଅମେକେଇ ପୁଅ ସମକେଇ ମୋତେ ମୋ ଘରେ ଅସି ଥରେ ମାତ୍ର ଭେଟି ଯିଵେ ଟି”
ଏତକ ଶୁଣିଲା କ୍ଷଣି ସ୍ଵେଚ୍ଛାସେଵୀର ରକ୍ତ ଗରମ ହେଇଗଲା, ଆଖି ରଙ୍ଗ ହେଇଗଲା,ଜଗତ ଅନ୍ଧାର ଦିଶିଲା ! ସ୍ଵେଚ୍ଛାସେଵୀଟା ଚାଲ୍ଲେଇକି କହିଲା
“ଏ ତୁ ଭଗଵାନଙ୍କୁ କଣ୍ ଭାବୁଛୁ ଵେ !”
ଯୁଵକ ବି ପ୍ରତ୍ୟୁତ୍ତର ଦେଲା—
“ସେଇକଥା ତ ତେମେ ଭଗବାନଙ୍କୁ କିୟଣ ଭାବୁଛ କି ?”
ଏତିକିଵେଳେ ‘ସଂସ୍କୃତି ରକ୍ଷକ ସେନା’ର ଦଳେ ‘ସାଂସ୍କୃତିକ ଗୁଣ୍ଡା’ ଆସି ଯୁଵକକୁ ଭଗଵାନଙ୍କ ଅପମାନ କରିଵା ଦୋଷରେ ପିଟିଦେଇ ଗଲେ ।
No comments:
Post a Comment