Thursday, June 13, 2019

ଵର୍ଷ

ଵର୍ଷ ଶବ୍ଦଟି ସାରା ଭାରତରେ ସାଧାରଣତଃ year ଅର୍ଥରେ ଵ୍ୟଵହୃତ ହୋଇଥାଏ କିନ୍ତୁ ଏ ଶବ୍ଦର ଆହୁରି ଅନେକ ଅର୍ଥ ମଧ୍ୟ ରହିଛି ।

ଯଥା―
●ଵର୍ଷାଋତୁ; ଵର୍ଷାକାଳ
●ମେଘ
●ରେତଃପାତ
●ଦେଶ
●ପୃଥିବୀର ବିଭାଗ

ଆମେ ଆମ ଦେଶକୁ ଗର୍ଵରେ ଭାରତଵର୍ଷ କହିଥାଉ । ଏଠାରେ ଵ୍ୟଵହୃତ ଵର୍ଷ ଶବ୍ଦଟି ପୃଥିବୀର ଏକ ଦେଶ ଵା ଵିଭାଗ ଅର୍ଥରେ ଵ୍ୟଵହୃତ ହୋଇଅଛି । ପୃଥିବୀର ପୁରାଣୋକ୍ତ ଦେଶ ବା ବିଭାଗମାନଙ୍କ ମଧ୍ଯରୁ ଭାରତ ଗୋଟିଏ ବର୍ଷ । ପ୍ରାଚୀନ ହିନ୍ଦୁମାନେ ପୃଥିବୀରେ ନଅଗୋଟି ବର୍ଷ ଥିବାର ଉଲ୍ଲେଖ କରିଅଛନ୍ତି; ଯଥା—
■ଭାରତ
■କୁରୁ
■ହିରଣ୍ମୟ
■ରୁମଣ୍ବକ
■ଇଳାବୃତ
■ହରି
■କେତୁମାଳ
■ଭଦ୍ରାଶ୍ବ
■କିନ୍ନର ବା କିଂପୁରୁଷ

ଇତ୍ୟାଦି

ଏହି ଵର୍ଷ ଶବ୍ଦକୁ ଵୃଷ୍ ଧାତୁରୁ ନିଷ୍ପନ୍ନ କରାଯାଇଛି । ଵୃଷ୍ ଧାତୁର ଅର୍ଥ
●ବର୍ଷଣ କରିଵା
●ପ୍ରଭୁ ହେଵା
●ଝରାଇଵା; ବୁହାଇଵା
●ଓଦା କରିଵା;ବତୁରାଇଵା
●ଉତ୍ପନ୍ନ କରିବା; ଜନ୍ମ କରିବା
●ଆଘାତ କରିବା
●ଖଣ୍ଡ ଖଣ୍ଡ କରିଵା

ଵୃଷ୍ ଧାତୁରୁ ନିଷ୍ପନ୍ନ ଶବ୍ଦଗୁଡ଼ିକ ମଧ୍ୟରେ ଅଧିକାଂଶକୁ ଏହାର ―ବର୍ଷଣ କରିଵା,ଝରାଇଵା; ବୁହାଇଵା,ଓଦା କରିଵା;ବତୁରାଇଵା ଇତ୍ୟାଦି ଅର୍ଥରେ ନିଷ୍ପନ୍ନ କରାଯାଇଛି । ସେହି ଶବ୍ଦଗୁଡ଼ିକ ଯଥା ― ବର୍ଷଣ ,ବର୍ଷ୍ମ ,ବାର୍ଷୁକ,ବୃଷ୍ଟି ଇତ୍ୟାଦି
ସେହିପରି ଵୃଷ,ଵୃଷଭ,ଵୃଷା ଆଦି ଶବ୍ଦ
ପ୍ରଭୁ ହେଵା ଓ ଉତ୍ପନ୍ନ ଵା ଜନ୍ମ କରିଵା ଅର୍ଥରେ ଵୃଷ୍ ଧାତୁରୁ ନିଷ୍ପନ୍ନ ହୋଇଅଛି ।

ଦେଶ ଵା ଵିଭାଗ ଅର୍ଥରେ ‛ଭାରତଵର୍ଷ’ ଶବ୍ଦରେ ଵ୍ୟଵହୃତ ‛ଵର୍ଷ’ ଶବ୍ଦଟି ଵୃଷ୍ ଧାତୁରୁ ଖଣ୍ଡ ଖଣ୍ଡ କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି ।

(ତଥ୍ୟ-ଶିଶିର ସାହୁ ମନୋଜ)

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...