Thursday, June 13, 2019

ଉତ୍ତର ଓଡି଼ଆ ଶୈଳୀରେ ପ୍ରଚଳିତ କେତେକ ନିଆରା ଶବ୍ଦ

ଅଖା—ବୋରା,ବସ୍ତା,ମୁଣା
ଅଖଳ—ଖୋଲା,ମେଲା
ଅଘା—ଲକ୍ଷ୍ଯ, ଉଦ୍ଦେଶ୍ୟ
ଅଟଙ୍ଗା—ନଡା଼ଗୁଚ୍ଛ
ଅଇଣ୍ଡି—ମାଆ ଛେଉଣ୍ଡ,
ଅଇଣ୍ଡିଆ—ଅଜୀର୍ଣ୍ଣ ଝଡ଼ା
ଅକଳିଆ—ଅସୁଵିଧା
ଅଞ୍ଚେଇଵା—ମୁଖ ଧୋଇଵା
ଅଖାଡୁ଼ଆ—ଵିଚାରଶୂନ୍ଯ(ଗଡ଼—ଅସୁଵିଧାଜନକ)
ଅକଳାଣ—ନିଅଣ୍ଟ
ଅକାଣ୍ଡିଆ—ମଳିଚ୍ଛିଆ,
ଅକାଟ—ଯାହାକୁ କଥା କାଟେନି;ଅଲଜ୍ଯା
ଅଖଵା—ଅଵାଗିଆ
ଅଗତ୍ୟା—ଵାଧ୍ଯ ହୋଇ
ଅଜରା—ବେହିଆ
ଅଝାଲ—ଡଙ୍ଗାରେ ବନ୍ଧାଯିଵା ପାଲ
ଅଟା—ନିଆଁବାଡ଼
ଅଠାକାଠି—ଚଢେ଼ଇ ଧରିଵା ନଳ
ଅଡେ଼ଇଵା—ପଶୁକୁ ପଛରୁ ଚଳେଇଵା(ତୁଳନା ହିନ୍ଦୀରେ ହାଁକନା)
ଅଢ଼ଙ୍ଗ—କସଜଡା଼
ଅଣଖା—ଖାଡି଼ ଜାତୀୟ ଏକ ପ୍ରକାରର ଗଛ
ଅଣ୍ଟା ଦଉଡ଼ି—ଅଣ୍ଟା ସୂତା
ଅଣ୍ଟାଗୁଞ୍ଜ—ଲାଞ୍ଜ
ଅଣ୍ଡିଆ—ଷଣ୍ଢ
ଅଥାତା—ଆଶ୍ରୟହୀନ
ଅଧାଡୁ଼ଆ—ଅଵାଗିଆ
ଅଧିଆ—ଧାରଣା ଦେଵା(ଓଡ଼ିଆ—ଠାକୁରଙ୍କ ପାଖରେ ଅଧିଆ ପଡି଼ଵା)
ଅପଘାତ—ଆକସ୍ମିକ ମରଣ(ତୁଳନା—ଗୁଜରାଟୀରେ ଅପଘାତର ଅର୍ଥ ଆତ୍ମହତ୍ୟା)
ଆପପାକା/ଆକପାକା—ଛାନିଆଁ ହେଵା,କକର୍ଥନିଆ,
ଅଲରା—ଏଣେ ତେଣୁ (ଗଡ଼—ଆଲୁରୁ (ମାଲୁରୁ) ?)
ଅଵାହୁଳା—ଅଵିଵାହିତ
ଅଶୁଦିଆ—ଅଶୌଚ
ଅମଳ—ସମୟ ଅର୍ଥରେ
ଅଲାତ—ନିର୍ଲଜ
(ଅଲଜ୍ଯା>ଅଲାଜ>ଅଲାଦ>ଅଲାତ ?)
ଅସକିରା—ଅପରିଷ୍କାର ସ୍ଥାନ
(ଗଡ଼ଜାତ–ଅସ୍କିଣା,ଅସୁକୁଣିଆ)
ଅହନ୍ତା—ଶତ୍ରୁତା
ଅହିଆ—ଚୁଲି
ଆଉଣ୍ଟିଵା—ଘାଣ୍ଟିଵା
ଆକ୍ତାମାକ୍ତ—ଅଣନାଃଶ୍ଵାସୀ
ଆଗତକହି—ଉପରେ ପଡ଼ି କହୁଥିଵା ଲୋକ
ଆଗାପିଛା—ଠିକ୍ ଠିକଣା
ଆଗୁଳି—ଆକଟ
ଆବୁରିଵା—ଆୟତ୍ତ କରିଵା(ଧରି ରଖିଵା)
ଆସା—ଅଗାଡି଼ ହୋଇଯିଵା
ଉଚ୍ଚଵାଚ୍ଚ—ଏଣୁତେଣୁ କରି କହିଵା
ଉଠିଆ—ମାଗଣା(ତୁ—free,मूफ्त्)
ଉତିଆଣି—ଦୁଧଖିଅ ଛୁଆ
ଉଦାରିଆ—ବୋକି
ଉପିଵା—ଚିକ୍କଣ କରିଵା
ଉବୁକା—ଉପରମୁହାଁ ଉଠିଵା
ଉସୁଆଁ—ଅଧାସିଝା
ଏକଶିଙ୍ଗା—ନିଜେ ସବୁ କରିପାରେ ବୋଲି ଅହଂକାର;Over conference
ଏଣ୍ଡୁଳିଆ—କ୍ଲାନ୍ତ
ଓଲାଉଠା—ହଇଜା
କର୍କଥନ—ଦୁଃଖ ଯନ୍ତ୍ରଣା
କଚୁ—ସାରୁ
କଟି—ଛୋଟ(କେଵଳ ଛୋଟ ପିଲାଙ୍କ ଅର୍ଥରେ ପ୍ରୟୋଗ ହୁଏ ଯଥା କଟିଛୁଆ = ଛୋଟପିଲା)
କଡ଼ମା—ମାଛ ଵିଶେଷ,ଧାନ ବିଡ଼ା ବାନ୍ଧିଵା କୁଟାଗୁଚ୍ଛ
କଢା଼ଣ—ପ୍ରଥମ ହଳ କରିଵା
କଣ୍ଟିଆ—ମାଛ ଵିଶେଷ(ଗଡ଼—ବିଚ୍ଛା)
କନକନ—ଉଦ୍’ଵିଘ୍ନ ହୋଇଯିଵା
କଵଟା—ଛୋଟ ଲୁଗା
କରଚୁଲି—ଛୋଟ ଡଙ୍କି
କରାଣ୍ଡି—ମାଛ ଵିଶେଷ(କେରାଣ୍ଡି ?)
କରିଆ—ଛୋଟ ଗାମୁଛା
କାଇଲି—ଅନୁନୟ କରିଵା(ଦକ୍ଷିଣ ଓଡ଼ିଶାରେ ଏ ଶବ୍ଦର ଅର୍ଥ ଦୁର୍ଵଳ)
କାଚ୍ଛା—ଲେଙ୍ଗୁଟି(ତୁ—କାଛିଆ)
କାଟୁ—ଫଳପ୍ରଦ
କାଟୁଣୀ—ଭୂତ ଛଡ଼ାଇଵା ଲାଗି ଵ୍ଯଵସ୍ଥା
କାଠା—ଜମିର କିଛି ଅଂଶ
କାଣ୍ଟିଆ—ତେଲର ମଇଳା ଅଂଶ(ତୁ—ଗଡ଼ଜାତରେ ସେହିପରି ଶଗଡ଼ ଚକାରେ ଦିଆଯିଵା କଳା ତେଲକୁ କାଣ୍ଟି କୁହାଯାଏ)
କାନ୍ଥକୁରା—ଠଣା
କାଵା—ଆଶ୍ଚର୍ଯ୍ୟ
କିରିଆ—ପୋକର ଚାଉଳ
(କୀଟ>କିଡ଼(କିର)>କିରିଆ ; କୀଟ ଦ୍ଵାରା ନଷ୍ଟ ହୋଇଯିଵା ଅର୍ଥେ ‘ଆ’ ?)
କୁଣିଆ—ଛୋଟ ମାଛ ଵିଶେଷ
କୁତ—ହାରହାରୀ ମୂଲ୍ୟ ନିର୍ଦ୍ଧାରଣ
କୁମୁଟି—ଜଣକ ଵିରୋଧରେ କୁମନ୍ତ୍ରଣା କରିଵା  (କୁମତି ? ; ଦକ୍ଷିଣ ଓଡ଼ିଶାରେ ଏକ ଜାତି         ଵିଶେଷର ନାମ )
କୁରୁଣ୍ଡ—ବର୍ଦ୍ଧିତ ଅଣ୍ଡକୋଷ
କୁଳୁକୁଞ୍ଚା—କୁଳି କରିଵା
       (ତୁ—ଗଡ଼ଜାତରେ କୁଳ୍କୁଞ୍ଚା କୁହାଯାଏ)
କୁଡୁ଼ଚି—ଅଣ୍ଡା ଖାଇଯିଵା ପରେ ମାଈ କୁକୁଡ଼ାର ଅଵସ୍ଥା)
କେନ୍ଦୁଆ—ହେଟାଵାଘ(ହି—ତେନ୍ଦୁଆ), ଅଳସୁଆ ହୋଇ ବସି ରହିଵା
କୋତରା—ମଇଳା(ତୁ—ଗଡ଼ଜାତରେ କଳା ପଦାର୍ଥ ଓ ଵ୍ଯକ୍ତିଙ୍କୁ କୋତରା କୁହାଯାଏ;ମଳିଛିଆ ଵସ୍ତ୍ର ବି ଵେଶି ମଳି ହେଲେ କଳା ଦେଖାଯାଏ)

କ୍ରମଶଃ...

                              

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...