ଦିନେ ମହିଳାଙ୍କ ଫୋନ ଆସିଲା, "ଶୀଘ୍ର ଆସ, ମୋ ସ୍ୱାମୀ ଘରେ ନାହାନ୍ତି।" ପଣ୍ଡାବାବୁ ଏତେ ଉତ୍ସାହିତ ହୋଇଗଲେ ଯେ କାଳ ଵିଳମ୍ବ ନକରି ସେଠାକୁ ଚାଲିଗଲେ । ମହିଳାଙ୍କ ଘରେ ପହଞ୍ଚି ପଣ୍ଡାବାବୁ ଯେମିତି
ପ୍ରେମ ସାଗରରେ ପହଁରିବେ ବୋଲି ଭାବିଛନ୍ତି କବାଟର ଘଣ୍ଟି ବାଜି ଉଠିଲା ।
ମହିଳା ଜଣକ ପଣ୍ଡାବାବୁଙ୍କୁ କହିଲେ ତମେ ଘର ସଫାକାର୍ଯ୍ୟରେ ଲାଗିଯାଅ ନଚେତ୍ ସମସ୍ୟା ବଢ଼ିଵ। ପଣ୍ଡାବାବୁ ନାଚାର ହୋଇ ସେଇ କାମ କଲେ ।
ମହିଳାଙ୍କ ସ୍ୱାମୀ ଘରେ ପହଞ୍ଚି ପଣ୍ଡାବାବୁଙ୍କୁ ଦେଖି ପଚାରିଲେ, "ଏ କିଏ?" ମହିଳା କହିଲେ, "ହାଉସ କିପିଂ କମ୍ପାନୀରୁ ଆସିଛନ୍ତି।"
ପଣ୍ଡାବାବୁ ଝାଡୁ, ଡଷ୍ଟର ଧରି ଘର ସଫା କଲେ। କାମ ଶେଷ ହେଵା ପରେ ଥକି ଯାଇ ବାହାରକୁ ଆସିଲେ। ପଣ୍ଡାବାବୁ ଘର ସଫା କରି ଫେରିଲା ବେଳେ ମହିଳାଙ୍କ ସ୍ବାମୀ ମହିଳାଙ୍କୁ ଘରସଫା ପାଇଁ କେତେ ଟଙ୍କା ଦେଵାକୁ ପଚାରିଵ ବୋଲି ପଚାରିଵାରୁ ମହିଳା କହିଲେ ଯେ ହାଉସ୍ କିପିଙ୍ଗ୍ କମ୍ପାନୀକୁ ସେ ଆଡଵାନ୍ସ ଦେଇ ସାରିଛନ୍ତି । ସେଇଠୁ ମହିଳାଙ୍କ ସ୍ବାମୀ ପଣ୍ଡାବାବୁଙ୍କୁ ଚାଆପାଣି ପାଇଁ ପଚାଶ ଟଙ୍କା ଧରେଇ ଦେଲେ ।
ପଣ୍ଡାବାବୁ ମନଦୁଃଖରେ ମହିଳାଙ୍କ ଘରୁ ଫେରୁଥାନ୍ତି ଏତିକିବେଳେ ତାଙ୍କ ବନ୍ଧୁ ଦାସବାବୁ ତାଙ୍କୁ ଦେଖି ହସି କହିଲେ, "ଘର ସଫା କାମ କରି ମଜ୍ଜା ଲାଗିଲା ତ ? ଗତ ଵର୍ଷ ମୋତେ ବି ଏହି ମହିଳା ସଫେଇ କାମରେ ଲଗେଇ ଥିଲା !"
ପଣ୍ଡାବାବୁ ନିରାଶ ହୋଇ ଫେସବୁକରୁ ଦୂରେଇ ଗଲେ ଓ ଅନଲାଇନ ପ୍ରେମରେ ଠକାମିରେ ପଡ଼ିଥିଵାରୁ ପଶ୍ଚାତ୍ତାପ କଲେ।
No comments:
Post a Comment