Tuesday, September 27, 2016

ସମଲାଈ ଦେବୀଙ୍କ ପ୍ରତି-ସ୍ଵଭାବକବି ଗଙ୍ଗାଧର ମେହେର

ଜୟ ମାତଃ ସମଲାଈ ରତ୍ନକିରୀଟିନୀ,
କବରୀ ଶୋଭିତ ତୋର କେତକୀର ଦଳେ
ଶ୍ଵେତ ଶାନ୍ତ ରୂପେ ହେଉ ତ୍ରିଦଶ-ତଟିନୀ,
ଧବଳ କୁସୁମମାଳ ଲମ୍ବୁଥାଏ ଗଳେ ।
ଜବାପୁଷ୍ପ ଗଭା ମଧ୍ଧେ ହୀରକର ଭୂଷା,
ଚାହିଁ ମୋ ହୂଏ ଆଶା-ପଦ୍ମାକର,
ମଣି ତୋତେ ସଉଭାଗ୍ୟ ଦିନଶଂସୀ ଉଷା,
ନିକଟେ ଲଭିବ ବୋଲି ସୁଖ ଦିବାକର ।
ତୁହି ଭକ୍ତି ତୁହି ବୁଦ୍ଧି ତୁହି ସରସ୍ଵତୀ,
ତୁ ପ୍ରତିଭା ତୁହି ମାଗୋ ଲକ୍ଷ୍ମୀ ସ୍ଵରୂପିଣୀ,
ଜଗତ ଜନନୀ ତୁହି ଆଦ୍ୟା ଭଗବତୀ,
ସମ୍ପତ୍ତିଦାୟିନୀ ସର୍ବ ବିପଦ ନାଶିନୀ ।
ଜଗତରେ ଯାହା ଅଚ୍ଛି ସବୁ ତୋର ସିନା,
କି ଦେଇ ପୂଜିବି ପଦେ ପ୍ରେମ ଭକ୍ତି ବିନା ?

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...