Monday, September 19, 2016

ତାଳ ମୂଳୀ

ତାଳ ମୂଳୀ (Asparagus sarmentosus)
ଅସପରାଗସ ପରିବାର ଅର୍ନ୍ତଭୁକ୍ତ ଏହି ପାଦପ ଟି
ମୁଖ୍ୟତଃ ଭାରତୀୟ ଉପମହାଦ୍ଵିପରେ ମିଳିଥାଏ ।

ଏହାର ଫୁଲ ହଳଦିଆ ଗନ୍ଧହୀନ ଓ ଷଟ୍ ଦଳ !

ଏହାର ମୂଳ ଔଷଧ ରୁପେ ବ୍ୟବହୃତ ହୁଏ ।

ଏହି ଗଛ ପ୍ରତିବର୍ଷ ମରିଯାଏ ଓ ପୁଣି ଆର ବର୍ଷ ବର୍ଷାକାଳ ଆଗମନରେ ଏହାର ଭୂଗର୍ଭସ୍ଥ ଚେର ରୁ ଗଜା ବାହାରେ ।

ଏହାର ମୂଳର କନ୍ଦ ଆଳୁ ପରି ।

ଏହାର ପତ୍ର ଓ ଡାଳପତ୍ର ଓ ବାହୁଙ୍ଗାର ଆକୃତି ପରି ।

ଧଳା ଓ କଳା ଭେଦରେ ଏହା ଦୁଇ ପ୍ରକାର ।

ଏହା ମଧୁର ତିକ୍ତରସ ,ଶୁକ୍ର ବର୍ଦ୍ଧକ ,ଉଷ୍ମ ବୀର୍ଯ୍ୟ ,ପୃଷ୍ଟିକାରକ ,ଗୁରୁ ,ରସାୟନ ଓ ଅର୍ଶଃ ଏବଂ ବାୟୁନାଶକ


ସଂସ୍କୃତଭାଷାରେ
ଏହାର
ତାଳମୂଳିକା ,ତାଳପତ୍ରିକ ,ହେମପୁଷ୍ପୀ ,ଦୀର୍ଘକଳିକା ,ମୂଷଳୀ ,ଭୂତାଳୀ ତଥା ମୂଷଳୀକନ୍ଦ
ଆଦି ନାମ ଅଛି ।

ବଂଗାଳୀରେ ତାଳମୁଲୀ

ହିନ୍ଦୀ ରେ କାଳିମୁସାଳ ,ସୁଜାମୁସାଳ

ତେଲୁଗୁରେ ନେଲାତାଡ଼ି ,ନେଲତାରୁଁ
କୁହାଯାଉଥିଲା ବେଳେ
ଗୁଜରାଟୀ ମରାଠୀ ରେ
କାଳୀମୂଷଳୀ କୁହାଯାଏ !

(Purnachandra bhasakosa)

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...