ମଧୁସୂଦନ ଙ୍କ ଅକାଳ ବିୟୋଗ ପରେ......
ଶତ ସିଂହ ପରାକ୍ରମ,ସଦା ଉଚ୍ଚ ଶିର,
ଆଜୀବନ ଯୁଝିଲା ଯେ ଏକଛତ୍ର ବୀର ।
ଦୁର୍ଜ୍ଜୟ ସୈନିକ ମାତୃସେବା ଅନୁରାଗୀ,
ଦିଗନ୍ତ ଜନମ ଭୂମି ମାନ ରକ୍ଷା ଲାଗି-
ପ୍ରତି ରକ୍ତବିନ୍ଦୁ ରଣେ କରି ସମର୍ପଣ
କରିଛି ଏଥି ତାର ଅନ୍ତିମ ଶୟନ ।
ଜନନୀ ଜନମ ଭୂମି ସ୍ଵର୍ଗ ଠାରୁ ବଳି,
ବକ୍ଷେ ବହି ଧୂଳିକଣା ପଡ଼ୁଥିଲା ଗଳି-
ଯା' ସରଳ ଶିଶୁ ପ୍ରାଣ ,
କୀରତି ଶ୍ରବଣେ,ଦେବତାରୁ ଆପଣାକୁ ଭାଗ୍ୟବାନ ମଣେ ।
ଥିଲା ଯେ ଜନନୀ ହୃଦ ବରିଷ୍ଠ ରତନ,
ନୟନ ସମ୍ପତ୍ତି ଏଥି ମୁଦିଛି ନୟନ ।
ହେ ପଥିକ !
ରହ କ୍ଷଣେ କର ନମସ୍କାର
ଢ଼ାଳି ଯାଅ ଅଚ୍ଛି ଯେବେ କ୍ଷୀଣ ଅଶ୍ରୁଧାର ।
*କୁଳବୃଦ୍ଧ ମଧୁସୂଦନ ଙ୍କ ମୃତ୍ୟୁ ଉପଲକ୍ଷେ ରଚିତ ।
କବି - ବୈକୁଣ୍ଠନାଥ ପଟ୍ଟନାୟକ ।
No comments:
Post a Comment