Tuesday, September 27, 2016

ମଧୁସୂଦନ ଙ୍କ ଅକାଳ ବିୟୋଗ ପରେ......

ମଧୁସୂଦନ ଙ୍କ ଅକାଳ ବିୟୋଗ ପରେ......

ଶତ ସିଂହ ପରାକ୍ରମ,ସଦା ଉଚ୍ଚ ଶିର,
ଆଜୀବନ ଯୁଝିଲା ଯେ ଏକଛତ୍ର ବୀର ।

ଦୁର୍ଜ୍ଜୟ ସୈନିକ ମାତୃସେବା ଅନୁରାଗୀ,
ଦିଗନ୍ତ ଜନମ ଭୂମି ମାନ ରକ୍ଷା ଲାଗି-

ପ୍ରତି ରକ୍ତବିନ୍ଦୁ ରଣେ କରି ସମର୍ପଣ
କରିଛି ଏଥି ତାର ଅନ୍ତିମ ଶୟନ ।

ଜନନୀ ଜନମ ଭୂମି ସ୍ଵର୍ଗ ଠାରୁ ବଳି,
ବକ୍ଷେ ବହି ଧୂଳିକଣା ପଡ଼ୁଥିଲା ଗଳି-
ଯା' ସରଳ ଶିଶୁ ପ୍ରାଣ ,
କୀରତି ଶ୍ରବଣେ,ଦେବତାରୁ ଆପଣାକୁ ଭାଗ୍ୟବାନ ମଣେ ।

ଥିଲା ଯେ ଜନନୀ ହୃଦ ବରିଷ୍ଠ ରତନ,
ନୟନ ସମ୍ପତ୍ତି ଏଥି ମୁଦିଛି ନୟନ ।

ହେ ପଥିକ !
ରହ କ୍ଷଣେ କର ନମସ୍କାର
ଢ଼ାଳି ଯାଅ ଅଚ୍ଛି ଯେବେ କ୍ଷୀଣ ଅଶ୍ରୁଧାର ।

*କୁଳବୃଦ୍ଧ ମଧୁସୂଦନ ଙ୍କ ମୃତ୍ୟୁ ଉପଲକ୍ଷେ ରଚିତ ।
କବି - ବୈକୁଣ୍ଠନାଥ ପଟ୍ଟନାୟକ ।

No comments:

Post a Comment

ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ଆଇସି ୪୧୦ର ଅପହରଣ କେମିତି ହୋଇଥିଲା ?

୧୯୭୮ ମସିହା ଡିସେମ୍ଵର ୨୦ ତାରିଖ। ଭାରତରେ ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଅସ୍ଥିର ଥିଲା। କେନ୍ଦ୍ରରେ ମୋରାରଜୀ ଦେସାଇଙ୍କ ନେତୃତ୍ୱାଧୀନ ଜନତା ପାର୍ଟି ସରକାର କ୍ଷମତା...