Monday, September 19, 2016

କାଳିଆରାଜା



ଅଂଶୁମତୀ ତୀରେ
ଜନ୍ମି ସେ କହ୍ନେଇ
ମହୋଦଧୀ କୂଳେ କରଇ ଲୀଳା

ଉତ୍କଳେ ଉତ୍କୁଳ ତାରିବା
ଶକାସେ
ଜଗନ୍ନାଥ ରୁପ ହେଲା

ଏକମନ ସହସ୍ରଜନର
ପତିତପାବନ
ରାଷ୍ଟ୍ର ଧ୍ଵଜ ତେଣୁ ହେଲା

ଜଗନ୍ନାଥ ଜଗଦ୍ଦିଶ୍ଵର
ଜଗତ ଉଦ୍ଧାରକର୍ତ୍ତା
ଆମ୍ଭେ ଛାରଭକ୍ତ ତୋର
ତୁ ଆମ୍ଭ ଭୟତ୍ରାତା

ତୁଳସୀ ଦାସ ଙ୍କୁ ଦେଖାଇ
ତୋ ପାଦପଦ୍ମେ
ଶ୍ରୀରାମ ରୁପ ମାଧୁରୀ

ଭକ୍ତ ନାନକଙ୍କ ପାଇଁ
ଉଡାଇଲୁ
ଶୂନ୍ୟେତୁ ଯେ ସ୍ଵର୍ଣ ଥାଳି

ଭକ୍ତ ରାଜା ଆସି ଦେଖିଗଲା
ତୋ ମଧ୍ୟେଁ ଗଣପତିଙ୍କର ରୁପ

ତୋ ନାମ ଗାଇ ଗାଇ
ଧନ୍ୟ ହେଲା ଧନ୍ୟ ହେଲା
ସେ
ଯବନ ଭକ୍ତ ସାଲବେଗ

କବୀର ଶଙ୍କର ରାମାନନ୍ଦ
କେତେ କେତେ ବିଜ୍ଞଵ୍ୟକ୍ତି
ତୋ ପାସେ ଆସିଣ
ଗାଇଲେ ତୋହର କୀର୍ତ୍ତି

ଉତ୍କଳ କଳିଙ୍ଗ ଉଡ୍ର କୋଶଳ
ଜନତା ହୋଇଲେ ତୋ ନାମେ ଏକାକାର
କାଳିଆ ଛଳିଆ
ତୁ ଏକା ଆମ୍ଭ ରାଜା
ଓଡିଆ ପରଜା ତୋର

No comments:

Post a Comment

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...