Monday, September 19, 2016
କାଳିଆରାଜା
ଅଂଶୁମତୀ ତୀରେ
ଜନ୍ମି ସେ କହ୍ନେଇ
ମହୋଦଧୀ କୂଳେ କରଇ ଲୀଳା
ଉତ୍କଳେ ଉତ୍କୁଳ ତାରିବା
ଶକାସେ
ଜଗନ୍ନାଥ ରୁପ ହେଲା
ଏକମନ ସହସ୍ରଜନର
ପତିତପାବନ
ରାଷ୍ଟ୍ର ଧ୍ଵଜ ତେଣୁ ହେଲା
ଜଗନ୍ନାଥ ଜଗଦ୍ଦିଶ୍ଵର
ଜଗତ ଉଦ୍ଧାରକର୍ତ୍ତା
ଆମ୍ଭେ ଛାରଭକ୍ତ ତୋର
ତୁ ଆମ୍ଭ ଭୟତ୍ରାତା
ତୁଳସୀ ଦାସ ଙ୍କୁ ଦେଖାଇ
ତୋ ପାଦପଦ୍ମେ
ଶ୍ରୀରାମ ରୁପ ମାଧୁରୀ
ଭକ୍ତ ନାନକଙ୍କ ପାଇଁ
ଉଡାଇଲୁ
ଶୂନ୍ୟେତୁ ଯେ ସ୍ଵର୍ଣ ଥାଳି
ଭକ୍ତ ରାଜା ଆସି ଦେଖିଗଲା
ତୋ ମଧ୍ୟେଁ ଗଣପତିଙ୍କର ରୁପ
ତୋ ନାମ ଗାଇ ଗାଇ
ଧନ୍ୟ ହେଲା ଧନ୍ୟ ହେଲା
ସେ
ଯବନ ଭକ୍ତ ସାଲବେଗ
କବୀର ଶଙ୍କର ରାମାନନ୍ଦ
କେତେ କେତେ ବିଜ୍ଞଵ୍ୟକ୍ତି
ତୋ ପାସେ ଆସିଣ
ଗାଇଲେ ତୋହର କୀର୍ତ୍ତି
ଉତ୍କଳ କଳିଙ୍ଗ ଉଡ୍ର କୋଶଳ
ଜନତା ହୋଇଲେ ତୋ ନାମେ ଏକାକାର
କାଳିଆ ଛଳିଆ
ତୁ ଏକା ଆମ୍ଭ ରାଜା
ଓଡିଆ ପରଜା ତୋର
Subscribe to:
Post Comments (Atom)
“ଗ୍ରାହାମ ଗ୍ରୀନ୍ ଓ ଆର୍.କେ. ନାରାୟଣ: ଏକ ଅଦ୍ଭୁତ ସାହିତ୍ୟିକ ସଂଯୋଗ”
1930 ମସିହା କଥା। ସେତେବେଳେ ରସିପୂରମ ନାମରେ ଜଣେ ଭାରତୀୟ ଛାତ୍ର ମହୀଶୂରର ମହାରାଜା କଲେଜରେ ପାଠ ପଢ଼ୁଥିଵାବେଳେ ଇଂରାଜୀ ଭାଷାରେ କାହାଣୀ ଲେଖୁଥିଲେ। ଇଂରାଜୀ ଭାଷାର...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଶବ୍ଦ ମାନଙ୍କ ପରେ ବିଶେଷ ବିଶେଷ ଅର୍ଥରେ ଯେଉଁ ପ୍ରତ୍ୟୟମାନ ଯୋଗକରାଯାଇ ନୂତନ ଶବ୍ଦ ଗଠିତ ହୁଏ ସେଭଳି ବ୍ୟାକରଣଗତ ନିୟମକୁ ତଦ୍ଧିତ କୁ...
No comments:
Post a Comment