Tuesday, July 21, 2020

ଅତି ସର୍ଵତ୍ର ଵର୍ଜୟେତ୍

ଇଂଲଣ୍ଡରେ ହେନେରୀ ନାମକ ଵୃଦ୍ଧ ଶହେ ଵର୍ଷର ହୋଇଯାଇଥିଲେ ହେଁ ତାଙ୍କ ଦେହରେ ଯୁଵତୁଲ୍ୟ ବଳ ଥିଲା । ସେ କେଵଳ ଫଳ ଖାଇ ବଞ୍ଚିଥିଲେ । ସ୍ଥାନୀୟ ରାଜା ଯେତେଵେଳେ ଜାଣିଲେ ତାଙ୍କ ରାଜ୍ୟରେ ଏମିତି ଜଣେ ଵୃଦ୍ଧ ଅଛନ୍ତି ସେ ତାଙ୍କୁ ଲୋକ ପଠେଇ ଡକେଇଲେ ।

ତାଙ୍କ ପାଇଁ ଶହ ଶହ ପ୍ରକାରର ଖାଦ୍ୟ ଦ୍ରଵ୍ଯ ଆସିଲା । ଵୃଦ୍ଧଙ୍କର ଅଭାଵ ଥିଵାରୁ ସେ କିଛି ଖାଇଵାକୁ ପାଉନଥିଲେ । ଜଙ୍ଗଲରୁ ଫଳମୂଳ ଆଣି ଚଳୁଥାନ୍ତି ଏବେ ଭୂରିଭୋଜନ ମିଳିଵାରୁ ସେ କୋଉ ଛାଡୁଛନ୍ତି । ପେଟ ଫାଟିଲାଯାଏଁ ଖାଇଲେ । ଏତେ ଖାଇଲେ ଏତେ ଖାଇଲା ଯେ...
ତାହା ଶବ୍ଦରେ ଵର୍ଣ୍ଣନାତୀତ ...

ହେଲେ ତା ପରଦିନ ଜଣାଗଲା ଯେ ଦେଶର ସବୁଠାରୁ ଵୃଦ୍ଧ ଵ୍ଯକ୍ତି ସେହି ଵୟୋଵୃଦ୍ଧ ହେନେରୀ ଆଉ ନାହାନ୍ତି  ମରି ସାରିଛନ୍ତି

ତେଣୁ ଶାସ୍ତ୍ରରେ କୁହାଯାଇଛି ଅତି ସବୁଵେଳେ ଘାତକ ଏଵଂ  ଅତିକୁ ସଵୁଵେଳେ ଵର୍ଜନ କରିଵା ଵିଧେୟ

“ଅତିରୂପେଣ ଵୈ ସୀତା ଅତିଗର୍ଵେଣ ରାଵଣଃ ।
ଅତିଦାନାଦ୍ ବଳିର୍ବଦ୍ଧୋ ହ୍ଯତି ସର୍ଵତ୍ର ଵର୍ଜୟେତ୍ ।।”

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...