ଇଂଗ୍ରେଜୀ ପାଇଁ ଉଛୁଳେ ପିରତୀ,
ଓଡ଼ିଆ ହିନ୍ଦୀ ପାଣିଚିଆ ,
କହି ବୁଲନ୍ତି ଇଂଡିଅନ ସେ
ହୃଦୟ ଟା କିନ୍ତୁ ଇଂରେଜୀଆ
#
ଭୀତର କଳା ହୃଦୟ ଯେ,
ଊପର ଊପର ଗୌର ମୁଖ,
ଏମିତି ଲୋକଙ୍କୁ ହିଁ ମିଳେ,
ପରନିନ୍ଦାରେ ବଡ଼ ସୁଖ
#
ବୁଦ୍ଧିମାନଙ୍କୁ କହୁଛନ୍ତି,
ମିସ୍ଟର ମୂର୍ଖାନନ୍ଦ,
ଦେଶ-ଧର୍ମ ର କଣ ଟା ଅଛି,
ଧନ ରେ ପରମାନନ୍ଦ
#
ଅନ୍ଧ ପ୍ରେମୀ ର ଅକଲ ଟା,
କାମ ଦିଏନି ଯମା
ପ୍ରେମ-ନିଶାରେ ଗଧୀ ଟେ ମଧ୍ୟ,
ଦିଶଇ ରୁପତ୍ତମା
#
ଏକ ପୁଷ୍ପକୁ ଅନେକ କଣ୍ଟା
ଗଢ଼ି ନ ଥିଲେ ସ୍ରଷ୍ଟା
ଜୀବ ଯେ ଛନ୍ତି କୌତୁକପ୍ରିୟ
କରନ୍ତେ ହଟହଟା
#
ନିର୍ବାଚନ ବେଳ ପ୍ରତିଶୁତି କୁ
ପୂର୍ଣ କରନ୍ତା ଯଦି ସରକାର
ପ୍ରତୀକ୍ଷା ଯେତେ ମିଳୁଛି ସବୁ
ଯାଅନ୍ତା ବେକାର
#
ମୋର ଭାବ ବାଧା ହର,
ପୂଜ୍ୟ ବିହାରୀଲାଲ
ପଦ ରୁପେ ସମ୍ମୁଖେ
ଦର୍ଶନ ଦିଅ ତତ୍କାଲ
No comments:
Post a Comment