My Blog List
Wednesday, March 9, 2016
@@@@କେ ଜାଣେ@@@@
ଟୋପାଏ ଲୋତକ ମଧ୍ୟ କର ନାହିଁ ବେକାର-
କେ ଜାଣେ କେବେ ଯଦି ସମୁଦ୍ର ର ଲୋଡ଼ା ହୁଏ !
ନିକଟକୁ ତୂଷାର୍ତ୍ତ ର ଆସେନା କୂପ
ଏହା ଲୋକକଥା ଅମରବାଣୀ ନୁହେଁ !
ଏବଂ ନ ଥିବ ତା ପାସେ ଦେବାକୁ କିଛି
ଏଠି ଏମିତି କେହୀ ବି ପ୍ରାଣୀ ନାହିଁ
କର ସ୍ଵୟଂ ପ୍ରତ୍ୟେକ ଗୀତ ର ଶ୍ରୃଙ୍ଗାର
କେଜାଣେ ଦେଵତାଙ୍କୁ କେଉଁ ଟା ପସନ୍ଦ ହେବ ।
ଆଘାତ ପାଇ ଭାଙ୍ଗିଥାଏ କେବଳ ଦର୍ପଣ
କିନ୍ତୁ ଆକୃତି ଭାଙ୍ଗେ ନାହିଁ ପୂର୍ବବତ୍ ରହିଥାଏ ।
ଵ୍ୟକ୍ତି ଠାରୁ ଦୂରେଇ ଯାଏ ସମୟ ସହ ସବୁ କିଛି
କିନ୍ତୁ ସମସ୍ୟା ଗୁଡ଼ିକ ମିତ୍ର ପରି ରହିଥାନ୍ତି ମଲାଯାଏଁ
ପ୍ରତ୍ୟେକ ଛଳଛଳ ଅଶ୍ରୁ କୁ କର ପ୍ରେମମୟ
କେଜାଣେ ଆତ୍ମା କୁ କେଉଁଟା ବୁଡ଼ାଇ ଯିବ
ବ୍ୟର୍ଥ ଅଟେ କରିବା ଖୁଶାମଦ୍ ରାସ୍ତା ର,
ପାଦ ହିଁ କାମରେ ଆସେ ଯାତ୍ରାରେ,
ଈଶ୍ଵର ଙ୍କ ଉଠାରେ ମଧ୍ୟ ତା'ର ଉଠିବାର ନାହିଁ
ଯେହେତୁ ସେ ନୀଚ ଆଜି ନିଜ ଆଗେ ନିଜେ
ପ୍ରତ୍ୟେକ ଲହରୀ ର ତୁମେ କରିନିଅ ପ୍ରଳୟ ସ୍ଵୀକାର
କେ ଜାଣେ କେଉଁ ତଟରେ ନେଇ ପହଚାଁଇ ଦେବ ।
_///ମୂଳ ରଚନା- ରାମାଵତାର ତ୍ୟାଗୀ\\\_
Subscribe to:
Post Comments (Atom)
No comments:
Post a Comment