Saturday, March 19, 2016

🚩🚩🚩🚩 ଦେଶ 🚩🚩🚩🚩

ଗାଁ, ନଗର ଅବା କିଛି ଲୋକଙ୍କ
କର୍ମଫଳ ନୁହେଁ ଦେଶ
ସଂସଦ, ସଡ଼କପଥ, କିମ୍ବା
ଆୟୋଗ ଗୁଡ଼ିକର ନାମ ନୁହେଁ ଦେଶ

ଦେଶ ନୁହେଁ କେବଳ
ସୀମା ଦ୍ଵାରା ଆବଦ୍ଧ କିଛି ଘର
କି
ତହିଁ ରହୁଥିବା ଜନ

ଦେଶ ନୁହେଁ ସାଜସଜ୍ଜା ରେ ସୁଦୃଶ୍ୟ
କୌଣସି ଭବ୍ୟ ଉଚ୍ଚ ଦୋକାନ

ଦେଶ ନୁହେଁ କ୍ଲବ ଯେଉଁଠି
ବସିରହି କରୁଥିବା ସଦା ମଉଜ

ଦେଶ ନୁହେଁ ଶସ୍ତ୍ରାଗାର
ନା କେବଳ ଫଉଜ

ଯେଉଁଠି ମୈତ୍ରୀ ସଦଭାବ ଏକତା ର ଦୀପ
ଜଳୁଥାଏ ସଦା
ତାକୁ କୁହାଯିବ ଦେଶ

ଯେଉଁଠି ବଦଳେ ନା ଲକ୍ଷ କିମ୍ବା ଲକ୍ଷପଥ
ସର୍ବେ ଚଳନ୍ତି ହୋଇ ଏକାକାର
ତାକୁ କୁହାଯିବ ଦେଶ

ଯେଉଁଠି ସଜ୍ଜନ ଚାଲେ ଛାତି କରି ଚଉଡା ନିର୍ଭୟେ ନିର୍ବିକାରେ
ତାକୁ କୁହାଯିବ ଦେଶ

ଯେଉଁଠି ପୂର୍ଣ ହେଉଥାଏ
ପ୍ରତ୍ୟେକ ଟି ହୃଦୟର ସଦ୍ଇଚ୍ଛା
ହଁ !
ତାକୁ କହାଯିବ ଦେଶ

ଦେଶ କୁହାଯାଏ ତାକୁ ହିଁ
ଯେ ଠାରେ ସର୍ବେ ଚାଲନ୍ତି ସାଥୀ ହୋଇ

ଧର୍ମ, ଜାତି, ଭାଷା ଉଚ୍ଚ କରେ ଦେଶ ର ଧ୍ଵଜ
ହଁ ପ୍ରକୃତ ପକ୍ଷେ
ଏକତା ହିଁ ଦେଶ ର ଆତ୍ମା

ଯେଉଁଠି ଥିବ ଏକତା ତାକୁ ହିଁ କୁହାଯିବ ଦେଶ

-ମୂଳରଚନା - ଶେରଜଙ୍ଗ୍ ଗର୍ଗ-

No comments:

Post a Comment

“ଗ୍ରାହାମ ଗ୍ରୀନ୍ ଓ ଆର୍.କେ. ନାରାୟଣ: ଏକ ଅଦ୍ଭୁତ ସାହିତ୍ୟିକ ସଂଯୋଗ”

1930 ମସିହା କଥା। ସେତେବେଳେ ରସିପୂରମ ନାମରେ ଜଣେ ଭାରତୀୟ ଛାତ୍ର ମହୀଶୂରର ମହାରାଜା କଲେଜରେ ପାଠ ପଢ଼ୁଥିଵାବେଳେ  ଇଂରାଜୀ ଭାଷାରେ କାହାଣୀ ଲେଖୁଥିଲେ। ଇଂରାଜୀ ଭାଷାର...