Friday, March 18, 2016

🌹🌸🍀🍁🍁ହୋଲି🌺🍃🌼🌻☀🌿

ରଂଗ ର ଚମକ ଭରୁ ହୋଲି
ସର୍ଵଜନ ମନେ ସୁଖ ଦେଉ ହୋଲି
ଦ୍ଵେଷ ଘୃଣା ହେଉ ହୃଦୟରୁ ବିସ୍ମୃତ
ଏମିତି ପରସ୍ପରେ ସ୍ନେହ ଦେଉ ହୋଲି

---

ଘୃଣାର ପ୍ରାଚୀର ଭାଙ୍ଗି ଦିଅ ହୋଲିରେ
ବହାଅ ପ୍ରୀତିର ରସଧାର ହୋଲିରେ
ଝଙ୍କୃତ କରଦିଏ ଯାହା ସଭି ଙ୍କ ତନ ମନ କୁ
ସରଗମ୍ ର ତାର ଏମିତି ବଜାଅ ହୋଲି ରେ

---

ମନ ରେ ଭରିଅଛ ଦୂର୍ଭାବନା ଯେ ଯେତେ
ଏଥର ସେ ସବୁ ଜଳାଅ ହୋଲି ରେ
ରଙ୍ଗ ଛିଟା ରେ ଭିଜାଅ ଦେହ
ମନ ରେ ବି ଲାଗଯାଉ ରଙ୍ଗ ଛିଟା ହୋଲି ରେ

---

ପିଆଲାରେ ପିଏଇଛ ଏଯାଏଁ
ନଯନୁଁ ପିଏଇ
ଯାଅ ଥରୁ ଟେ ହୋଲୀ ରେ

---

ଶାନ୍ତି ସୌହାର୍ଦ୍ୟ ଏକତା ରହୁ
ସଭିଙ୍କ ହୃଦୟେ
ଏମିତି ଏ ସଂସାର ହୁଆନ୍ତା କି ହୋଲିରେ

---

ଯେତେ ଯେତେ ତିଆରିଛି
ନିଜେ ନିଜେ ପାଇଁ ମନୁଷ୍ୟ
ଅଛି ଯେତେ ପ୍ରାଚୀର
ସବୁ ଭାଙ୍ଗିଦିଅ ହୋଲି ରେ

ମୂଳ ରଚନା- ଗୋଵିଂଦ କୁମାର [ହିନ୍ଦୀ]

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...