My Blog List

Friday, March 11, 2016

ବସନ୍ତ ର ଗୀତ

ପାଦପ ମାନବ
ସର୍ବ ଜୀବ ଜନ୍ତୁ
ଗାଉଛନ୍ତି ଆଜ
ବସନ୍ତର ମିଠାଗୀତ

ଋତୁରାଜ ଆଙ୍କେ
ଧରଣୀ ବକ୍ଷରେ
ତୂଳୀ ଧରି
ନୀତୀ ଚିତ୍ର

ଜଗତ ର ଶୋଭା
ଦ୍ଵିଗୁଣିତ ହେଲା
ଚାଲି ଗଲା ପରେ
ଶୋଷକ ଭୀଷଣ ଶୀତ

ପୃଥ୍ଵୀ କୁ ପୁନଃ
ପ୍ରାପ୍ତ ହୋଇଛି
ନାନା ନାନା
ରଙ୍ଗର ପୁଷ୍ପ

ଶୀତ ର ମସ୍ତକେ
ଫଗୁଣ ଢ଼ାଳେ ଧୂଳି
ଦେଖାଇ ଅଯଥା ଦର୍ପ

ଚଢ଼େଇ ଙ୍କର କାକଳି
କୃଷ୍ଣଚୁଡ଼ା ର ଦୋ ଗୋଟି ଫୂଲ
କେଉଁଠି ଲୁଚାଇ ରଖିବି ଯେମିତି
ଧୂଳି ଲାଗି ନ ହେବ ଭେଲ

ଜଗତ ପାଉଛି ସ୍ଵର୍ଗ ସମ ଶୋଭା
ଲାଗିଛି ଜୀବ ଙ୍କ କୌତୁକ ଖେଳ
ଅମାନିଆ ବାଆ ମଝିରେ ମଝିରେ
ବୃକ୍ଷ ପତ୍ରାଦି ସଙ୍ଗେ
ହୋଇଯାଉ ଥାଏ ଗେଲ

ମାଦ୍ୟପ ଭ୍ରମର
ଗୁଣୁ ଗୁଣୁ ହୋଇ
ଗାଉଛନ୍ତି କେତେ ଗୀତ
କୁଞ୍ଜର ମନରେ ପାଳିଛି ଭ୍ରମ ଟି
ତାଙ୍କ ଗୀତ ଶୁଣି
ଭୀତ ହେଲା କାଳେ ଶୀତ

ଆମ୍ବ ବଉଳରେ ବାସିଲାଣି ତୋଟା
ଶାଳବନେ କଁଅଳିଛି ପୁଣ
ନୂଆ ପତ୍ର କେତେ ଗୋଟା
ଯେତେ ଋତୁ ଛନ୍ତି ସର୍ବଦୌ ଶ୍ରେଷ୍ଟ
ନୂତନ ସୃଷ୍ଟି କୁ ହୀତ
ଗାଇଲେ କେ ଶେଷ ହୋଇବ
ବନ୍ଧୁ ହେ !
ବସନ୍ତ ର ଏଇ ଗୀତ

No comments:

Post a Comment