ରଙ୍ଗ ର ପର୍ବ ହୋଲିରେ
କାହିଁ ଦେଖୁନାହିଁ
ପୂର୍ବାପୁରୁଷୁଁ ଚାଲି ଆସିଥିବା
ରୀତିନୀତି
ଯୁଗ ବଦଳିଛି,
ଯୁଗ ସହ ତାଳ ଦେଇ
ବଦଳିଲାଣି ଅତୀତ ର
ଯେତେ ଯେତେ ପ୍ରଥା ।
ହୋଲିକା ର ଦହନ,
କୃଷ୍ଣ ରାଧା ମିଳନ
ଲୁଚିଅଛି କେତେ କେତେ
ହିତାବହ କଥା ।
ଭୂଲିଛନ୍ତି ଛାଡ଼ିଛନ୍ତି
ଅତୀତର ଆଦର୍ଶ
ଆଧୁନିକତାର ନିଶାରେ
ଯୋଡ଼ିଲେଣୀ କେତେ ନୂଆ ପ୍ରଥା ।
ମଦ ପିଇ ଭାଂଗ ଦଳି
କରିଲେଣି ହୋଲିରେ ତାଣ୍ଡବ
ଈଶ୍ଵର ଙ୍କ ନାମ ନେଇ
ମାତିଛନ୍ତି ପାସାଣ୍ଡ ।
ଦ୍ଵାପର ଯୁଗର ହୋଲି
ଆଜି ହୋଇଅଛି ବିଷାକ୍ତ
ଦ୍ଵୀଅର୍ଥୀ ସଙ୍ଗିତ
ଅର୍ଧନଗ୍ନ ନୃତ୍ୟ
ଏ ହେଉଛି ଆଧୁନିକ ହୋଲି !
ପ୍ରତିବର୍ଷ
କ୍ଷଣେ କ୍ଷଣେ
ମରୁଅଛି ହୋଲିର ଯେ ଆତ୍ମା
ମାତିଛନ୍ତି ଦେଶ ଯାକ
ଧର୍ମ ନାମେ
ଏ ଆଡକୁ କା'ର ଯେ
ନିଘା ନାହିଁ ଜମା
No comments:
Post a Comment