Saturday, September 9, 2017

●●●●ଓଡ଼ିଶା ଏକତ୍ରୀକରଣ ର ପ୍ରଥମ ଶଙ୍ଖନାଦ●●●●

ବଙ୍ଗଳା ଅଧୀନରେ ଥିବା ଉପକୂଳବର୍ତ୍ତୀ ଓଡ଼ିଶା ଅଞ୍ଚଳ ଯେତେବେଳେ ନ’ଅଙ୍କ ଦୂର୍ଭିକ୍ଷର କରାଳ
କାୟାରେ କବଳିତ ହୋଇ ଅର୍ଦ୍ଧାଧିକ ଓଡ଼ିଆ ଙ୍କୁ ହରାଇ ନିଜ ସ୍ଥିତି ସୁରକ୍ଷିତ ରଖିବାର ପ୍ରୟାସରତ ଥିଲା,ସେତେବେଳେ ଓଡ଼ିଆ ଭାଷା,ଜାତି ଓ ସଂସ୍କୃତିର ସୁରକ୍ଷା ପାଇଁ କନ୍ଧମାଳ ଭଳି ନିଘଞ୍ଚ ଜଙ୍ଗଲ ଓ ସୁଉଚ୍ଚ ପାହାଡ଼ ଘେରା ଅଜଣା ଅଶୁଣା ଅଞ୍ଚଳରେ ଏକ ଉଜ୍ବଳ ଜ୍ୟୋତିଷ୍କର ଆବିର୍ଭାବ ହେଲା ।
ସେହି ଜ୍ୟୋତିଷ୍କ ହେଉଛନ୍ତି ବର୍ତ୍ତମାନ ର ଦାରଙ୍ଗବାଡି଼ ପଞ୍ଚାୟତ ସମିତି ଅନ୍ତର୍ଗତ କାଟିଙ୍ଗିଆ ଜମିଦାର ଉତ୍କଳ ରକ୍ଷକ ଶ୍ରୀ ଭେଙ୍କଟେଶ୍ବର ରାଓ.....

ସେ ଅନୁଭବ କରିଥିଲେ ଯେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କେବଳ ଓଡ଼ିଆ ଙ୍କର ସ୍ବାଭିମାନୀ ସ୍ବତନ୍ତ୍ର ଶାସନରେ ହିଁ ସମ୍ଭବପର ହୋଇପାରିବ ତେଣୁ ସେ ସ୍ବପ୍ନ ଦେଖୁଥିଲେ
ମଧ୍ଯପ୍ରଦେଶ,ମାନ୍ଦ୍ରାଜ ଏବଂ ବଙ୍ଗରେ ମିଶିଯାଇଥିବା ଓଡ଼ିଆ ଅଞ୍ଚଳର ଏକତ୍ରୀକରଣ ।

1866ରେ ଜମିଦାରୀ କ୍ଷମତା ପାଇବା ପରେ ସେ ନିଜ ଚିନ୍ତାଧାରା କୁ କାର୍ଯ୍ୟରେ ପରିଣତ
କରିବା ପାଇଁ ହଦଗଡ଼,ମୁଠା(ଟିକାପାଲି),ଚକାପାଦ,ଗଞ୍ଜାମ,ଅଠର ଓ ବାରମୁଠାର ସମସ୍ତ ରୟତ,କରଡା଼,ରଣବା,ଗଦାପୁର,ପାଲୁର,ହୁମା,ଗଞ୍ଜା,ମହୁରୀ,ସୁରଙ୍ଗୀ,ଜରଡା,ଖଲ୍ଲିକୋଟ,ଆଠଗଡ଼, ଘୁମୁସର,ଧରାକୋଟ,ସୋରଡା଼,ଖେମୁଣ୍ଡି,ଚିକିଟି,
ଜଳନ୍ତର,ମଞ୍ଜୁଷା,ପାରଳା ଆଦି ଅଞ୍ଚଳର ଦେଶୀୟ ରାଜା,ଭାଷାପ୍ରେମୀ ଶିକ୍ଷିତ ଓଡ଼ିଆ,ବିଭିନ୍ନ ଛୋଟ ବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଂଗଠନ ସଦସ୍ୟଗଣଙ୍କ ସହ ଯୋଗସୂତ୍ର ସ୍ଥାପନକରି ସେପ୍ଟେମ୍ବର ୧୮୭୦ରେ ରସୁଲକୁଣ୍ଡା(ବର୍ତ୍ତମାନ ର ଭଞ୍ଜନଗର)ଠାରେ
ଏକ ସଭାର ଆୟୋଜନ କଲେ ।

ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାଷୀଙ୍କ ପାର୍ଦୁଭାବକୁ ତୀବ୍ର  ଭର୍ତ୍ସନା କରାଯିବା ସହ ଏଠିକାର ନ୍ୟାୟାଳୟ ଓ ବିଦ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିବା ମାନପତ୍ର ତତ୍କାଳୀନ ମାନ୍ଦ୍ରାଜ ଲାଟଙ୍କୁ ପ୍ରଦାନ କରାଯାଇଥିଲା ।

ତେବେ ଏହି ସଭାର ସବୁଠାରୁ ଗୁରୁତ୍ୱପୂର ପ୍ରସଙ୍ଗ ହେଉଛି
‛ସମଗ୍ର ଓଡ଼ିଆ ଅଞ୍ଚଳ ଏକତ୍ର କରାଯିବାର ଶୁଭଶଙ୍ଖ ସର୍ବ ପ୍ରଥମେ ଏହିଠାରେ ହିଁ ନିନାଦିତ ହୋଇଥିଲା ଏବଂ ଯାହା ମଧ୍ଯପ୍ରଦେଶ ଓ ବଙ୍ଗ ଅନ୍ତର୍ଭୁକ୍ତ ତତ୍କାଳୀନ ଜାତୀୟତାବାଦୀ ଓଡ଼ିଆଙ୍କର ହୃଦୟତନ୍ତ୍ରୀରେ କମ୍ପନ ସୃଷ୍ଟି କରିଥିଲା .......

【ଡ଼ ସୁବ୍ରତ କୁମାର ପୃଷ୍ଟିଙ୍କର ଭାଷା ଓ ଜାତୀୟତା ପୁସ୍ତକରୁ.....】

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...