Tuesday, September 5, 2017

●●●●ବାଘଖିଆ କୁକୁର●●●●

କଟୁଆଳ ର କୁକୁର ଟା ଭାରି ଚାଲାକ ଥିଲା । ଦିନେ ନଟାରେ(ଜଙ୍ଗଲରେ)
ଗୋଟାଏ ଚୋର କୁ ତଡୁ଼ ତଡୁ଼ ସେ ବାଘ ହାବୁଡ଼ରେ ପଡି଼ଗଲା
ଏବେ କଣ କରିବ ବୋଲି  ମୁଣ୍ଡ ଖଟଉ ଖଟଉ
ତାକୁ ଏକ ଉପାୟ ମିଳିଲା ....

ପାଖରେ ପଡିଥିବା ଗୋଟିଏ ହାଡକୁ ଉଠେଇ ବାଘ ଆସୁଥିବା ଦିଗର ବିପରୀତ ଦିଗକୁ ମୁହଁ କରି ବସି ହାଡକୁ କଡମଡ କରି ଚୋବାଇବା ଆରମ୍ଭ କରିଦେଲା ......

ଏଣେ କହୁଥାଏ
ଯାହା ହେଉ ଗୋଟାଏ ବାଘ ଖାଉଥିଲି ଆଉ ଗୋଟେ ଆସିଲାଣି
ତା ପରେ
ଏତିକି କହି ସେ ଜୋରରେ ହାକୁଟି ମାରିଲା ....

ବାଘ ଯୋଉ କୁକୁର ଆଡ଼କୁ ମାଡ଼ି ଆସୁଥିଲା ଏସବୁ ଶୁଣି ସଂଶୟରେ ପଡିଗଲା ଯେ ଭାବିବାକୁ ଲାଗିଲା ......

‛ଆରେ ହେ, ମୁଁ ତ ଭାବୁଥେଲି ଏଇଟା ସାଧାରଣ କୁକୁର ଟାଏ ହେଲେ ଲାଗୁଛି ଇଏ କୁକୁର ନୁହେଁ ବାଘଖିଆ ଜାଗୁଆର୍ ବୋଧେ ନା କଣ୍ ! ନା ନା ଆଉ ଆଗକୁ ନ ଯାଇ ପଛକୁ ବାହୁଡି଼ ଗଲେ ବରଂ ଭଲ ହେବ ।’

ବାଘ ଯୋଉ ବାଟ ଦେଇ ଆସୁଥିଲା
ସେଇବାଟରେ ଫେରିଯାଉଥାଏ ।

ଗୋଟିଏ ମାଙ୍କଡ଼ ଗଛ ଉପରେ ବସି ସବୁ ଦେଖୁଥାଏ
ସେ ଭାବିଲା ଏଇଟା ହିଁ ପ୍ରକୃଷ୍ଟ ସମୟ ...
ବାଘକୁ କୁକୁର ର ଭେଦ କହିଦେବି ତା'ର ମଇତ୍ର ହୋଇଯିବି .....

ସେ ଗଛରେ ଡେଇଁ ଡେଇଁ ବାଘ ପାଖକୁ ଯାଇ କୁକୁର ର ସତ କଥା କହିଦେଲା.....

ବାଘ ଶୁଣି ନିଆଁ ବାଣ୍ ......

ରକ୍ତଚାଉଳ ଚୋବାଇ ମାଙ୍କଡ଼ କୁ କହିଲା
ବସ୍ ମୋ ପିଠିରେ .....
ତା କଥା ବୁଝୁଛି ଆଜି ଆରେ’.....

କୁକୁର ଏଣେ ଚୋର ଗନ୍ଧ ସୁଙ୍ଗି ସୁଙ୍ଗି ଜଙ୍ଗଲ ଟା ଯାକ ଖୋଜି ବୁଲୁଥାଏ

ବାଘକୁ ଦାନ୍ତ କଡମଡ କରି ମାଙ୍କଡ଼ କୁ  ପିଠିରେ ବସାଇ ତା ଆଡକୁ ମାଡି଼ ଆସୁଥିବାର
ଦେଖି ସେ ବୁଝିଗଲା ଯେ କିଛି ଗୋଳମାଳ ହୋଇଯାଇଛି ।

ତା ମୁଣ୍ଡକୁ ପୁଣି ଗୋଟେ ବୁଦ୍ଧି ଯୁଟିଲା

ସେ ପୁଣି ବାଘ ଆସୁଥିବା ଦିଗକୁ ପଛ କରି ବସି ବାଘ ଶୁଣିପାରିଲା ଭଳି
ଯୋରରେ କହିଲା
“ସଳା ଗୋଟେ ମାଙ୍କଡ଼ କୁ ଘଣ୍ଟାଏ ହେଲା ବାଘକୁ ଓଲୁ ବନେଇ ଆଣିବାକୁ ପଠେଇଛି ଯେ ଏଯାଏଁ ଆସିନି”

ବାଘ ଯେମିତି ଶୁଣିଛି
ସେ କି ଆଉ ରହେ
ମାଙ୍କଡ଼ କୁ ତଳେ କଚାଡି ପ୍ରାଣ ବିକଳରେ ପାର୍ .....
😂😂😂😂😁😀😝😝😜😜

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...