My Blog List

Sunday, September 10, 2017

●●●●ଉତ୍କଳର ଜୟଗୀତି●●●●

ଆଜି ସାଗରେ ଭୂଧରେ ପ୍ରାନ୍ତରେ ଅମ୍ବରେ
ଶୁଭୁ ଉତ୍କଳର ଜୟ ଗୀତି ।।୦।।

ଯାଇଛି ଅତୀତ ହଜିନାହିଁ ବୀଣା
ଦବିନାହିଁ ତାନ ହେଲେ ହେଁ ପ୍ରାଚୀନା,
ନବ ଜାଗରଣେ ନବ ଗୁଞ୍ଜରଣେ
ଉଠ ସେ ତନ୍ତୁରେ ନବ ସ୍ଫୀତି ।।୧।।


ଡାକି ହିମାଚଳ କହୁ ସୀମାଚଳେ----
କି ସଂଗୀତ ସ୍ଫୁରେ ଚିଲିକା-କଲ୍ଲୋଳେ
ମୋ ହିମ ଗଳଇ ତୋ ସୀମା ଟଳଇ
ଦେଖି ଉତ୍କଳର ପୁଣ୍ୟ ପ୍ରୀତି ।।୨।।


ଶିଶୁ ଦେଉ ତାର ଉଷାରୁଣ ବିଭା
ଦେଉ ଯୁବାଜନ ମଧ୍ଯାହ୍ନ-ପ୍ରତିଭା,
ଜ୍ଞାନ-ରଶ୍ମୀ ଶେଷ ଦେଉ ପକ୍ବ-କେଶ-
ଭାଙ୍ଗୁ ସାଧନାର ଭ୍ରାନ୍ତ ଭୀତି ।।୩।।


ଶରଦ ସଜାଉ ଚାରୁ ପକ୍ବଶାଳୀ
ବସନ୍ତ ସଜାଉ ଦୋଳ ଘଣ୍ଟାବଳି
ଶୁଭାଶିଷ ଘେନି ରବି ଶଶି ବେନି
ଉଠନ୍ତୁ ବୁଡ଼ନ୍ତୁ ନିତି ନିତି ।।୪।।



ଅଛି ହୀରାଖଣ୍ଡ଼ ଅଛି ସ୍ବର୍ଣ୍ଣରେଖା
ମନ୍ଦିରେ ମନ୍ଦିରେ ଇତିହାସ ଲେଖା
କୈବଲ୍ୟ ବିଧାନେ ଏବେ ହେଁ ଶ୍ରୀଧାମେ
ଅଛି ପ୍ରଚାରିତ ସାମ୍ୟ ନୀତି ।।୫।।

କବି ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକ ଙ୍କ ରଚନାରୁ

No comments:

Post a Comment