Monday, September 11, 2017

●ମାଂସ ର ମୂଲ୍ୟ●

ଜଣେ ରାଜା ଦେଶରେ ଖାଦ୍ୟାଭାବ କୁ ନେଇ ଚିନ୍ତିତ ଥାନ୍ତି । ଦିନେ
ସେ ସମସ୍ତ ପାତ୍ର ମନ୍ତ୍ରୀଙ୍କ ସହ ରାଜ୍ୟରେ ଖାଦ୍ୟାଭାବ ଦୂରିକରଣର ଉପାୟ ଉପରେ ଚର୍ଚ୍ଚା କରୁଥାନ୍ତି ।
ରାଜା ସେମାନଙ୍କୁ ପଚାରିଲେ
କେଉଁ ଖାଦ୍ୟଦ୍ରବ୍ୟଟି ସବୁବେଳେ ସହଜରେ କମ୍ ମୁଲ୍ୟରେ ପ୍ରାପ୍ତ କରିହେବ ?

ଅଧିକାଂଶ ସଭାସଦଙ୍କ ମତ ଥିଲା ଯେ' ଧାନଗହମ ଡାଲି ଆଦି ଖାଦ୍ୟ ତ ମରୁଡ଼ି କି ବନ୍ୟା ହେଲେ ଚଢ଼ା ଦର ହୁଏ
ପୁଣି ଏସବୁ ଉତ୍ପାଦନ ହେତୁ ଅନେକ ଝାଳ ବୁହାଇବାକୁ ପଡେ଼ କିନ୍ତୁ ମାଂସ ପାଇଁ ସବୁଠାରୁ କମ୍ ଶ୍ରମ ବ୍ୟୟ କରି ମଧ୍ଯ ତଥା ପ୍ରାପ୍ତ କରିହୁଏ ।
ସମସ୍ତେ ସଭାସଦ ଏ ମତକୁ ସ୍ବୀକାର କରିନେଲେ କିନ୍ତୁ ପ୍ରଧାନମନ୍ତ୍ରୀ କିଛି ନ କହି ଚୁପ୍ ଥାନ୍ତି । ରାଜା ତାଙ୍କୁ ପୁଛନ୍ତେ ସେ ପରଦିନ ନିଜ ମତ ବ୍ୟକ୍ତ କରିବେ ବୋଲି କହିଲେ ।

ସେଇଦିନ ରାତ୍ରରେ ପ୍ରଧାନମନ୍ତ୍ରୀ ଜଣ ଜଣ କରି ଅଧିକାଂଶ ସଭାସଦଙ୍କ ଗୃହକୁ ଗଲେ ଆଉ କହିଲେ

“ରାଜାଙ୍କ ଜୀବନ ବିପଦରେ, ରାଜବୈଦ୍ୟ କହିଛନ୍ତି କୌଣସି ବଡ଼ ବ୍ୟକ୍ତିର ହୃଦୟରୁ ଦୁଇତୋଳା ମାଂସ ଆଣି ଦେଲେ ରାଜା ବଞ୍ଚି ଯିବେ”

ପାତ୍ର ମନ୍ତ୍ରୀ ଅମାତ୍ୟ ଯିଏ ବି ଏକଥା ଶୁଣିଲା
ପ୍ରାଧନମନ୍ତ୍ରୀଙ୍କୁ
ଲକ୍ଷାଧିକ ଟଙ୍କା ଲାଞ୍ଚ ପଛଘୁଞ୍ଚା ଦେଲା

କେହି ବି ରାଜାଙ୍କ ପାଇଁ ଦୁଇତୋଳା ମାଉଁସ ଦେଲେ ନାହିଁ କିନ୍ତୁ ସକାଳ ପାହିବା ଆଗରୁ ମନ୍ତ୍ରୀ ସଭାସଦଙ୍କ ଠାରୁ କୋଟି କୋଟି ଟଙ୍କା ପ୍ରାପ୍ତ କରିସାରିଥିଲେ ।

ସେ ଦିନ ଠିକ୍ ସମୟରେ ରାଜକାର୍ଯ୍ୟ ଆରମ୍ଭ ହେଲା ।
ପ୍ରଧାନମନ୍ତ୍ରୀ ଙ୍କ ଆଦେଶରେ ତାଙ୍କୁ ସଭାସଦଙ୍କ ଦ୍ବାରା ପ୍ରଦତ୍ତ ଅର୍ଥ ରାଜସଭାକୁ  ଅଣାଗଲା ।

ରାଜା ଆଶ୍ଚର୍ଯ୍ୟ ହୋଇ ବୋଇଲେ
ଏସବୁ କଣ କିହେ ପ୍ରଧାନମନ୍ତ୍ରୀ ?
ସେଇଠୁ ପ୍ରଧାନମନ୍ତ୍ରୀ
କହୁଛନ୍ତି,
"କାଲିରାତିରେ ଏତକ ଟଙ୍କା ଯୁଟେଇ
ଦୁଇତୋଳା ମାଂସ କିଣିବା ପାଇଁ ପ୍ରତ୍ୟେକ
ସଭାସଦ ଘରକୁ ଗଲି ହେଲେ
କେହି ବି ମୋତେ ଦୁଇତୋଳା ମାଂସ
ଦେଲେ ନାହିଁ । ଏଥିରୁ ଜାଣନ୍ତୁ ଆମ ଦେଶରେ ମାଂସ କେତେ ଶସ୍ତା"

No comments:

Post a Comment

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କ...