Monday, September 4, 2017

ସୋମନାଥ ମନ୍ଦିର ର କବାଟ ନାଆଁରେ ଇଂରେଜମାନେ କରିଥିଲେ ଭାରତୀୟ ଙ୍କ ସହ ଧୋକା

1842 ରେ ଯେତେବେଳେ ଇଂରେଜ ମାନେ ଆଫଗାନିସ୍ତାନ ଆକ୍ରମଣ କରିଥିଲେ
ସେତେବେଳର ଗଭର୍ନର ଜେନରାଲ୍ ଲର୍ଡ ଏଲେନବୁରୋ ଏହି ଆକ୍ରମଣ କୁ ହିନ୍ଦୁ ହିତରେ କରାଯାଇଥିବା ଦର୍ଶାଇ ଥିଲେ ।
ସେ ନିଜ ଘୋଷଣା ରେ କହିଥିଲେ

“ଆମ ବିଜୟୀ ସେନା ବୀରତ୍ବର ପ୍ରମାଣ ଦେବାକୁ ଯାଇ ଭାରତ ଉପରେ ମହମ୍ମଦ ଗଜନବୀର ଆକ୍ରମଣ ପ୍ରତିଶୋଧ ନେବାରେ ସଫଳ ହୋଇଛି । ଆମେ ପବିତ୍ର ସୋମନାଥ ମନ୍ଦିର ର କବାଟ ଫେରେଇ ଆଣିବୁ । ମହମଦ ଗଜନବୀର ଅପବିତ୍ର କଵର ଗଜନୀର ଧ୍ବସ୍ତ ମହଲ ଦେଖି କାନ୍ଦି ଉଠିବ....ଆମେ
ଆଠ ଶହ ବର୍ଷ ତଳର ଅପମାନ ର ପ୍ରତିଶୋଧ ନେଇଛୁ । ସୋମନାଥ ମନ୍ଦିର ର କବାଟ ଯାହା ଭାରତୀୟଙ୍କର ପରାଜୟ ର ଚିହ୍ନ ଥିଲା ଆଜି ବିଜୟର ଚିହ୍ନ ହେବାକୁ ଯାଉଛି । ଏ ବିଜୟ ଭାରତୀୟଙ୍କ ପାଇଁ ତାଙ୍କ ବୀରତ୍ବର ଅନ୍ୟତମ ପ୍ରମାଣ”

ପ୍ରକୃତରେ କିନ୍ତୁ ଏମିତି ନଥିଲା ।

ସେ କବାଟ ଯାହାକୁ କି ଇଂରେଜ ସୋମନାଥ ମନ୍ଦିର ର କବାଟ ବା ସିଂହଦ୍ଵାର କହୁଥିଲେ ତାହା କୌଣସି ସାଧାରଣ ଗୃହର କବାଟ ଥିଲା ବୋଲି ପରେ ଜଣାପଡି଼ଲା..... !

ହିନ୍ଦୁ ମୁସଲମାନ ମାନଙ୍କ ମଧ୍ୟରେ ବୈରୀଭାବ ବୃଦ୍ଧି ହେତୁ ଇଂରେଜମାନେ ଏଇଭଳି ନାନାପ୍ରକାରର କୁଟଚକ୍ର କରିଥିଲେ ।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...