Thursday, September 14, 2017

ହିନ୍ଦୀ

ମିକ୍ସଚର୍ ଖାଇଲେ ମିଳଇ ଯେଉଁ ସୁଖ
ହିନ୍ଦୀରେ ମିଳଇ ପରା ତତୋଧିକ ସୁଖ ।
ହେଲେ କରିବୁନି ବେଶୀ ଭକ୍ଷଣ କଥନ
ସ୍ବାସ୍ଥ୍ୟ ପାଇଁ ମୋଟେ ଭଲ ନୁହେଁ ଧନ ।
ଓଡ଼ିଆ କରିଲେ ହିନ୍ଦୀରେ କଥନ ଲିଖନ
ବଙ୍ଗଳା ଭଳିଣ ହୁଅଇ ତା କଥାଟି ଜାଣ ।
ହିନ୍ଦୀରେ ମିଶିଛି ନାନା ବୈଦେଶିକ ଶବ୍ଦ
ହିନ୍ଦୀକୁ କହିଲେ ଲୁପ୍ତ ହେବ ଆମ ଶବ୍ଦ ।
ହୃଦୟ ଶବ୍ଦ ଯେ ହ୍ରୀଦୟ ଉଚ୍ଚାରଣ ହେବ
ଭାଷାରେ ‛ଋ’ ଶବ୍ଦ ମୂର୍ମୁଷୁ ରହିଯିବ ।
ଆମ ଭାଷାର ‛ଳ’ ଟି ‛ଲ’ ହୋଇଯିଵ,
ଅଵର୍ଗ୍ୟ ‛ଯ’ ଟି ‛ୟ’ ହୋଇ ମରିଯିବ ।
ଵର୍ଣ୍ଣେ ରେଫ୍ ଯୋଗ ହୋଇ ହୁଏ ଦ୍ଵିତ
“ର୍ଣ୍ଣ” ବଦଳରେ “ର୍ଣ” ହେଵ ସେ ତ
ହିନ୍ଦୀ ର ଏମନ୍ତ ଦୁର୍ଗୁଣ ହଜାର
ଗାଇଲେ ଦିଵସ ହୋଇଵ ଅନ୍ଧାର ।
ଦୋଷ ଛଡ଼ା ଅଛି ଭଲ ଯଦି କିଛି
ଜଣାଅ ଜାଣିଛ ଯଦି ତମେ କିଛି ।

No comments:

Post a Comment

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କ...