ଏହି ଦିନଟି ପ୍ରଥମେ ୧୯୯୯ ମସିହାରେ ଟ୍ରିନିଡାଡ୍ ଆଣ୍ଡ୍ ଟୋବାଗୋରେ Dr. Jerome Teelucksinghଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା।
ପ୍ରଥମ ଅନ୍ତର୍ଜାତୀୟ ମହିଳା ଦିଵସ ୧୯୧୧ ମସିହା ୧୯ ମାର୍ଚ୍ଚରେ ଅଷ୍ଟ୍ରିଆ, ଡେନମାର୍କ, ଜର୍ମାନୀ ଓ ସୁଇଜରଲ୍ୟାଣ୍ଡରେ ପାଳନ କରାଗଲା। ମହିଳାଙ୍କ ଅଧିକାର, ସମାନତା ଓ ମୁକ୍ତି ପାଇଁ ସଂଗ୍ରାମର ଏକ ଦିନ ଭାବେ ଅନ୍ତର୍ଜାତୀୟ ମହିଳା ଦିଵସ ପାଳିତ ହୋଇଥିଲା । ଏହାର ଆଠ ଦଶକ ପରେ ଜଣେ ପୁରୁଷ ମନରେ ଅନ୍ତର୍ଜାତୀୟ ପୁରୁଷ ଦିଵସ ପାଳନର ଵିଚାର ଜାତ ହେଲା । ଅଵଶ୍ୟ କେହି କେହି ନାରୀଵାଦୀ ଏହାକୁ ଅନ୍ତର୍ଜାତୀୟ ମହିଳା ଦିଵସର ଅନୁକରଣ ଆଖ୍ୟା ଦିଅନ୍ତି।
ଡା. ତିଲକସିଂ ତାଙ୍କ ବାପାଙ୍କ ଜନ୍ମଦିନ (୧୯ ନଭେମ୍ବର)କୁ ସମ୍ମାନ ଜନିତ କରି ଏହି ଦିନକୁ ବଛିଥିଲେ। ସେ ଭାବିଥିଲେ ଯେ, ବାପା, ପୁଅ ଓ ପୁରୁଷମାନଙ୍କର ସମାଜ ପ୍ରତି ଅଵଦାନକୁ ସ୍ମରଣ କରିଵା ପାଇଁ ଏହା ଏକ ଉତ୍ତମ ଦିନ।
ଉଲ୍ଲେଖଯୋଗ୍ୟ ଯେ ଥମାସ୍ ଓ’ଟୁଲ (Thomas Oaster) ୧୯୯୨ରୁ ଫେବୃଆରି ମାସରେ ପୁରୁଷ ଦିଵସ ପାଳନର ପ୍ରସ୍ତାଵ ଦେଇଥିଲେ, କିନ୍ତୁ ତାହା ସେତେ ଗ୍ରହଣୀୟ ହୋଇନଥିଲା ଏଵଂ ୧୯୯୯ରୁ ନଭେମ୍ବର ୧୯ ସ୍ଥାୟୀ ରୂପେ ଅନ୍ତର୍ଜାତୀୟ ପୁରୁଷ ଦିଵସକୁ ଗ୍ରହଣ କରାଗଲା।
ପୁରୁଷ ଦିଵସ ପାଳନର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଲା :
(କ)ପୁରୁଷମାନଙ୍କ ପରିଵାର, ସମାଜ, ଦେଶ ପ୍ରତି ଥିଵା ସକାରାତ୍ମକ ଅଵଦାନକୁ ସମ୍ମାନ ଦେଵା
(ଖ)ଶୋଷଣର ଶିକାର ହୋଇଥିଵା ପୁରୁଷଙ୍କୁ ସାହାଯ୍ୟ ତଥା ସହାନୁଭୂତି ପ୍ରଦାନ କରିଵା
(ଗ)ପୁରୁଷମାନଙ୍କ ସ୍ୱାସ୍ଥ୍ୟ (ମାନସିକ ଓ ଶାରୀରିକ) ପ୍ରତି ସଚେତନତା ସୃଷ୍ଟି କରିଵା ଅଟେ ।
(ଘ)ଲିଙ୍ଗ ସମାନତାକୁ ପ୍ରୋତ୍ସାହିତ କରିଵା । ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ସମାନ ଅଧିକାର ଓ ସମ୍ମାନର ସମରରଥନ କରିଵା।
(ଙ)ପରିଵାର ଆଇନ୍, ଶିକ୍ଷା, ଚାକିରିରେ ଭେଦଭାବ ଇତ୍ୟାଦି ପୁରୁଷମାନଙ୍କ ସମସ୍ୟା ଉପରେ ଆଲୋଚନା କରିଵା।
ଵର୍ତ୍ତମାନ ୮୦ରୁ ଅଧିକ ଦେଶରେ ଏହି ଦିଵସ ପାଳନ କରାଯାଏ, ଓ ଭାରତରେ ମଧ୍ୟ ଧୀରେ ଧୀରେ ଏହାର ଜନପ୍ରିୟତା ବଢ଼ୁଛି। ତେଣୁ, ନଭେମ୍ବର ୧୯ ଏକ ବାପାଙ୍କ ଜନ୍ମଦିନଠାରୁ ଆରମ୍ଭ ହୋଇ ସାରା ଵିଶ୍ୱରେ ପୁରୁଷମାନଙ୍କ ସମ୍ମାନ ଓ ସଚେତନତାର ଦିନ ଭାବେ ପରିଣତ ହୋଇଛି।
Dr. Jerome Teelucksingh ଜଣେ ତ୍ରିନିଦାଦୀୟ (Trinidadian) ଐତିହାସିକ ଓ ଵିଶ୍ୱଵିଦ୍ୟାଳୟ ଅଧ୍ୟାପକ । ଡ. ଟିଲକସିଂହ୍ ଵା ତିଲକ୍ସିଂହ ୧୯୭୨ ସେପ୍ଟେମ୍ବର ୩୦ ତାରିଖରେ “ତ୍ରିନିଦାଦ-ଟୋବାଗୋ”ରେ ଜନ୍ମଗ୍ରହଣ କରିଥିଲେ।
ସେ ଜଣେ Indo-Caribbean, ଯାହା ୧୯ଶ ଶତାବ୍ଦୀରେ ଭାରତରୁ ତାଙ୍କ ପୂର୍ଵଜ ବନ୍ଧକୀୟ ଶ୍ରମିକ ଭାବେ ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜକୁ ଯାଇଥିଲେ । ତାଙ୍କ ଗଵେଷଣା ମଧ୍ୟ Indo-Caribbean Diaspora, ପ୍ରେସ୍ବିଟେରିୟନ୍ ଚର୍ଚ୍ଚରେ "East Indians" ପ୍ରଭାବ ଓ ତ୍ରିନିଦାଦରେ ଇଣ୍ଡୋ-ତ୍ରିନିଦାଦୀୟମାନଙ୍କର ଅଵଦାନ ଉପରେ କେନ୍ଦ୍ରିତ।
ଡା. ଜେରୋମ୍ ତିଲକସିଂହ୍ ନିଜେ ଅନେକ ଥର ସାକ୍ଷାତକାର ଓ ଲେଖାରେ ଅନ୍ତର୍ଜାତୀୟ ପୁରୁଷ ଦିଵସ ପାଳନର ମୁଖ୍ୟ କାରଣ ସ୍ପଷ୍ଟ କରିଛନ୍ତି। ସେ ତାଙ୍କ ବାପାଙ୍କୁ ଏକ ଆଦର୍ଶ ପୁରୁଷ ଓ ଆଦର୍ଶ ବାପା ଭାବେ ଦେଖୁଥିଲେ,କାରଣ ତାଙ୍କ ବାପା ସମାଜରେ ନିଜର କର୍ତ୍ତଵ୍ୟକର୍ମ ନିଷ୍ଠାର ସହିତ ପାଳନ କରୁଥିଲେ।
ତାଙ୍କ ବାପାଙ୍କ ଜନ୍ମଦିନ (୧୯ ନଭେମ୍ବର) ଥିଲା, ତେଣୁ ସେ ଏହି ଦିନକୁ ବାପାଙ୍କ ସମ୍ମାନରେ ବାଛିଥିଲେ। ଏ ଵିଷୟରେ ସେ ଏକଦା କହିଥିଲେ –
“I chose my father’s birthday because he was a role model – a good man, a good father, a good citizen.”
ସେ ଦେଖୁଥିଲେ ଯେ, ସମାଜରେ ପୁରୁଷମାନଙ୍କର ସକାରାତ୍ମକ ଭୂମିକା (ବାପା, ଭାଇ, ସ୍ୱାମୀ, ସମାଜସେବୀ) କେଵଳ ନକାରାତ୍ମକ ଖବର ମଧ୍ୟରେ (ଅପରାଧ, ହିଂସା) ହଜିଯାଉଛି। ସେ ଚାହୁଁଥିଲେ ଯେ ପୁରୁଷମାନଙ୍କର ଭଲ କାମ ଓ ବଳିଦାନକୁ ମଧ୍ୟ ସମ୍ମାନ ମିଳୁ। ସେ ଭାବୁଥିଲେ ଯେ, ଯେମିତି ମହିଳା ଦିଵସ ମହିଳାମାନଙ୍କ ଅଵଦାନ ଓ ଅଧିକାର ପାଇଁ ରହିଛି, ସେହିଭଳି ପୁରୁଷମାନଙ୍କ ପାଇଁ ମଧ୍ୟ ଏକ ଦିଵସ ପାଳିତ ହେଉ – ଯାହା ଲିଙ୍ଗ ସମାନତାକୁ ସମର୍ଥନ କରିଵ ଏବଂ ପୁରୁଷମାନଙ୍କ ସମସ୍ୟା ଉପରେ ଆଲୋକପାତ କରିବ।
ଏହା ସମ୍ବନ୍ଧରେ ଆଲୋକପାତ କରି ସେ କହିଛନ୍ତି –
“My father represented the positive qualities that many men possess – integrity, responsibility, sacrifice, and love for family and community. I wanted a day to celebrate men like him.”
ତେଣୁ ଏହା କେଵଳ ତାଙ୍କ ବାପାଙ୍କ ପ୍ରତି ଵ୍ୟକ୍ତିଗତ ସମ୍ମାନ ନୁହେଁ ଵରଂ ସମାଜରେ ଯେତେ ସାଧାରଣ ପୁରୁଷ ନିଜ ପରିଵାର ଓ ସମାଜ ପାଇଁ ସକାରାତ୍ମକ କାର୍ଯ୍ୟ କରୁଛନ୍ତି ଓ ବଳିଦାନ ଦେଉଛନ୍ତି ସେମାନଙ୍କର ସମ୍ମାନ ପାଇଁ ଗୋଟିଏ ଦିନ ପାଳନ କରିଵାର ଉଦ୍ଦେଶ୍ୟ ନେଇ ଅନ୍ତର୍ଜାତୀୟ ପୁରୁଷ ଦିଵସ ପାଳିତ ଥିଲା।
ତେଣୁ ଆଜିର ଦିନରେ ପାରିଵାରିକ କଳହ ଓ ଆଇନର ଜାଲରେ ଛନ୍ଦି ହୋଇ ଆତ୍ମହତ୍ୟା କରୁଥିଵା କିମ୍ବା ଆଜୀଵନ ଦହଗଞ୍ଜ ହୋଇ ମରି ମରି ବଞ୍ଚୁଥିଵା ଅତୁଲ୍ ସୁଭାଷଙ୍କ ଭଳି ପୀଡ଼ିତ ପୁରୁଷଙ୍କୁ ସ୍ମରଣ କରନ୍ତୁ । ଆଜିର ଦିନରେ ସୀମାରେ ଶହୀଦ ହୋଇଥିଵା ଵୀରମାନଙ୍କୁ ସ୍ମରଣ କରନ୍ତୁ । ଆଜିର ଦିନରେ ମାତୃଭୂମି ଓ ମାତୃଭାଷାର ସୁରକ୍ଷା ତଥା ଅଧିକାର ପାଇଁ ଲଢ଼ିଥିଵା ମହାପୁରୁଷଙ୍କୁ ସ୍ମରଣ କରନ୍ତୁ । ଆଜିର ଦିନରେ ଆପଣଙ୍କ ପାଇଁ ଲୁହ ଲହୁ ଢାଳି ଆକ୍ଳାନ୍ତ ପରିଶ୍ରମ କରୁଥିଵା ଆପଣଙ୍କର ବାପା,ଭାଇ,ସ୍ଵାମୀ ଓ ପୁତ୍ର ଆଦିଙ୍କର ସକାରାତ୍ମକ କାର୍ଯ୍ୟକୁ ସ୍ମରଣ କରନ୍ତୁ ।
No comments:
Post a Comment