My Blog List

Sunday, February 28, 2016

॰॰॰॰॰॰॰॰ ଅରୁଣାଚଳ ପ୍ରଦେଶର ଲୁପ୍ତ ହେବାକୁ ଯାଉଥିବା ଭାଷା ବୁଗୁନ୍ ॰॰॰॰॰॰॰

ଅରୁଣାଚଲ ପ୍ରଦେଶ ର ଲୁପ୍ତପ୍ରାୟଃ ଭାଷା ମାନଙ୍କ ମଧ୍ୟରେ 'ବୁଗୁନ' ହେଉଛି ଏକ ପ୍ରମୁଖ ସଂକଟଗ୍ରସ୍ତ ଭାଷା ।

ଏହା ଅରୁଣାଚଲ ପ୍ରଦେଶ ର ପଶ୍ଚିମ କାମେଙ୍ଗ ଜିଲ୍ଲା ରେ ବୋଲାଯାଇଥାଏ । 2011 ଜନଗଣନା ଅନୁଯାଇ ବର୍ତମାନ ଏହି ଭାଷାକୁ କେବଳ 1432 [1400 ରୁ 1700] ଲୋକ ହିଁ ନିଜ ମାତୃଭାଷା ଭାବେ ବ୍ୟବହାର କରୁଅଛନ୍ତି । ତେଣୁ ୟୁନେସ୍କୋ ଏହି ଭାଷା କୁ ନିଶ୍ଚିତ ରୂପ ରେ ସଙ୍କଟଗ୍ରସ୍ତ ଭାଷା (Definitely endangered language) ଶ୍ରେଣୀ ରେ ରଖି ଅଛି ।

ବୁଗୁନ ଭାଷାଭାଷୀ ଲୋକେ ନିଜେ ନିଜ ଭାଷା ର ସଂରକ୍ଷଣ ଏବଂ ସଂବର୍ଦ୍ଧନ ଦିଗରେ ସଚେତନ ନୁଁହନ୍ତି!
ଵିଭିନ୍ନ ସାମାଜିକ, ଆର୍ଥିକ କାରଣ ଜେମିତି କି - ରୋଜଗାର ର ଅନୁପଲବ୍ଧତା, ସମ୍ପର୍କ ଭାଷା ରୂପ ରେ ହିଂଦୀ ର ପ୍ରଭୁତ୍ଵ ଆଦି ଯୋଗୁଁ ନିଜଭାଷା କୁ ତ୍ୟାଗ କରି ହିନ୍ଦୀ ,ନେପାଳୀ ଏବଂ ଚୀନୀ ଭାଷା ଗୁଡ଼ିକୁ ବହୁଳ ଭାବେ ବ୍ୟବହାର କଲେଣି !


ଆଜି ପରିସ୍ତିତି ଏମିତି ହୋଇଛି ଯେ ବୁଗୁନ ସମୁଦାୟ ର ଲୋକେ ନିଜ ଏବଂ ଅନ୍ୟ ସମୁଦାୟ ର ଲୋକଙ୍କ ସହିତ ମୁଖ୍ୟତଃ ହିନ୍ଦୀ ରେ ହିଁ କଥାଭାଷା କରିଛନ୍ତି ।

ସ୍ଥାନୀୟ ବୁଗୁନ ଯୁଵାପୀଢ଼ୀ ନିଶ୍ଚିତ ରୁପେ ବୁଗୁନ ପ୍ରତିବଦଳେ ହିନ୍ଦୀ ଇଂରାଜୀ ର ବହୁଳ ବ୍ୟବହାର କଲେଣି ।

ଏପଟେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବୁଗୁନ ଭାଷାର ଦୂରାବସ୍ଥା କହିଲେ ନ ସରେ ।


ଏଠାରେ ସୂଚନାଯୋଗ୍ୟ ଯେ ପଶ୍ଚିମୀ କୋମାଗଂ ଜିଲ୍ଲା ରେ ଇଣ୍ଡିଅନ ଆର୍ମି ଵେସ ଅଛି ଏବଂ ଏଇ କାରଣରୁ ହିନ୍ଦୀ ଇଂରାଜୀ ର ପ୍ରସାର ପ୍ରଚାର ତ୍ଵରାନ୍ଵିତ ହୋଇ ଅଛି !

ଦୁଃଖ ର ବିଷୟ
ବର୍ତ୍ତମାନ ଏଇ ଭାଷାରେ କେବଳ ପ୍ରାପ୍ତ ବୟସ୍କ ଲୋକ ମାନେ ହିଁ କଥାଭାଷା ହେଉଛନ୍ତି

ଅଧିକନ୍ତୁ ବୁଗୁନ ଭାଷୀ ଲୋକେ

"ମେଳା ରେ ନୁହେଁ
ବରଂ ନିଜ ଘରେ ନିଜକୁ ହଜାଇ ସାରିଲେଣି" !!!

Monday, February 22, 2016

---"ନାରୀବାଦ"---

“ନାରୀବାଦ ଏକ ରାଜନୈତିକ ଚିନ୍ତାଧାରା ଏବଂ ଏହାର ମୂଳ ଲକ୍ଷ ହେଉଛିନାରୀ କୁ ପୁରୁଷ ର ସମକକ୍ଷ ଏକ ମାନବ ର ପରିଚୟ ପ୍ରଦାନ କରିବା !!

ଏହି ‘ନାରୀବାଦ’ ଶବ୍ଦ ର ଜନ୍ମ French ଶବ୍ଦ ‘ଫେମିନିସ୍ମେ’ ରୁ ଉନଵିଁଶ ଶତାବ୍ଦୀ ରେ ହୋଇଥିବା ଜଣାଯାଏ ।

ସେ କାଳେ ଏହି ଫେମିନିସ୍ମେ ଶବ୍ଦ ଟି , ପୁରୂଷ ଶରୀର ରେ ସ୍ତ୍ରୀ ଜାତୀୟ ଗୁଣ ଦେଖାଗଲେ [Kinnar] ଅଥବା ନାରୀ ମଧ୍ଧରେ ପୁରୁଷୋଚିତ୍ତ ଗୁଣ ଥିଲେ [andirachandi] ପ୍ରୟୋଗ କରାଯାଉଥିଲା ।
ବିଂଶ ଶତାବ୍ଦୀ ର ପାରମ୍ଭିକ ଦଶକରେ
ସଂଯୁକ୍ତ ରାଜ୍ୟ ଅମେରିକା ରେ ଏହି ଶବ୍ଦ ଟିକୁ କିଛି ମହିଳା ସଂଗଠନକୁ ସମ୍ବୋଧନ କରିବା ହେତୁ ପ୍ରୟୋଗ ହେବାରେ ଲାଗିଲା ।
ବିଂଶ ଶତାବ୍ଦୀରେ ମୁଣ୍ଡ ଟେକିଥିବା ଏହି ମହିଳା ସଂଗଠନ ଗୁଡିକ ପ୍ରଥମେ ପ୍ରଥମେ ସ୍ତ୍ରୀ ଜାତିର ଏକତା ,ମାତୃତ୍ଵ ର ରହସ୍ୟ ତଥା ନାରୀଜାତିର ପବିତ୍ରତା ରକ୍ଷା ଉଦ୍ଦେଶ୍ୟ ନେଇ ଏକଜୁଟ ହୋଇଥିଲେ ।

ଏହାର ଠିକ ପରେ ପରେ ନାରୀବାଦ ର ବହୁଳ ରାଜନୀତିକରଣ ହେବାରେ ଲାଗିଲା ଏବଂ ଏହି ଶବ୍ଦ ର ପ୍ରୟୋଗ ଅଧୁନା ସେହି ସଂଗଠନ ,ବ୍ୟକ୍ତିବିଶେଷ ମାନଙ୍କ ପାଇଁ କରାଯାଉଛି ଯେଉଁମାନେ ନାରୀ ଜାତି ସପକ୍ଷରେ ସ୍ଵର ଉତ୍ତୋଳନ କରୁ ଅଛନ୍ତି !

ଆଧୁନିକ ମଧ୍ୟଯୁଗ ପରେ ପରେ ମାନବ ସମାଜରେ ଦୃତ ଲୌକିକ ଅବନତୀ ଯୋଗୁଁ ନାରୀ ଅନେକ କ୍ଷେତ୍ରରେ ହତାଦର କରାଗଲା ଏବଂ ଏହା ଧୀରେ ଧୀରେ ବିକଟ ପରିସ୍ଥିତି ଅକ୍ତିୟାର କରିବାରେ ଲାଗିଲା ।

ବୈଦିକ କାଳରୁ ମଧ୍ୟଯୁଗ ଯାଏଁ
ନାରୀ ମାନଙ୍କର ଭାରତୀୟ ସମାଜରେ ସମାଦର ହେଉଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ ।

ପ୍ରାଚୀନ ଗ୍ରୀକ୍ ଏବଂ ରୋମାନ୍ ଗ୍ରଂଥ ଗୁଡ଼ିକରୁ ସେ ସମୟେ ଇଉରୋପ ରେ ନାରୀ ମାନଙ୍କୁ ସ୍ଵତଂତ୍ରତା ମିଳୁଥିବା କଥା ମଧ୍ୟ ବହୁ ତର୍କ ବିତର୍କ ପରେ ବିଶ୍ଵ ଗ୍ରହଣ କରିସାରିଛି ।

ସାରା ବିଶ୍ଵରେ ଇସ୍ଲାମ ଧର୍ମ ର ଅଭ୍ୟୁଦୟ ପରେ ପରେ ମାନବ ସମାଜ ରେ ନାରୀ ମାନଙ୍କ ପ୍ରତି ଅନାଦର ତଥା ଅତ୍ୟାଚାର ବୃଦ୍ଧି ପାଇଥିଲା ଏବଂ ଏହା ଡିଂଆରୋଗ ଭଳି ଅନ୍ୟ ସମ୍ପ୍ରଦାୟ ଗୁଡ଼ିକରେ ବ୍ୟାପିବାରେ ଲାଗିଲା । ଭାରତରେ ମୁସ୍ଲିମ ରାଜତ୍ଵ ପରେ ପରେ ପରଦା ପ୍ରଥାର ପ୍ରଚଳନ ହୋଇଥିବା ଅନେକ ରାଷ୍ଟ୍ରଵାଦୀ ମତ ଦିଅନ୍ତି ।

Monday, February 15, 2016

ଭାରତ ରେ ଭାଷା ସଙ୍କଟ : ସ୍ଵଭାଷା ସୁରକ୍ଷା ସ୍ଵହସ୍ତରେ

ଏଯାବତ ମାନବ ଦ୍ଵାରା ପୃଥିବୀରେ ମୋଟ 196 ଟି ଦେଶ ର କଳ୍ପନା କରାଯାଇଛି ଏବଂ ଏହି ଦେଶ ମାନଙ୍କରେ ମଣିଷମାନେ ପ୍ରାୟଃ 6900 ରୁ ଅଧିକ ଭାଷାରେ ଭାବର ଆଦାନପ୍ରଦାନ କରନ୍ତି ।
ଜାଣିଲେ ଆଶ୍ଚର୍ଯ୍ୟ ହେବେ
ପୃଥିବୀର ମୋଟଭାଷାର ଏକଚତୁର୍ଥାଶଂ ଅର୍ଥାତ୍ 1652 ଭାଷା କେବଳ ଭାରତ ରେ ବୋଲାଯାଏ ।
ତେଣୁ ଭାରତ ଏକ ବହୁଜାତୀୟ ବା ବହୁଭାଷୀ ରାଷ୍ଟ୍ର ନିଶ୍ଚୟ ।

କେହି ଜଣେ ବଡ଼ଲୋକ କହିଯାଇଛନ୍ତି

"ଭାଷା ମରେନାହିଁ ଯେହେତୁ ସାସ୍ଵତ ସାରସ୍ଵତ କିନ୍ତୁ ତାହା ପ୍ରତି ଅବହେଳା ପଦର୍ଶନ କରି ଅଥବା ଯୋଜନାବଦ୍ଧ ଭାବେ ମାରିଦିଆ ଯାଇପାରେ !!"

ଉନବିଁଶ ଶତାବ୍ଦୀ ରୁ ବିଁଶ ଶତାବ୍ଦୀ ମଧ୍ୟେ ଆମ ବଙ୍ଗାଳୀ ଭାଇ ମାନେ ଯୋଉ ଓଡ଼ିଆ ଭାଷା କୁ ଲୁପ୍ତ କରିଦେବାକୁ ଷଡ଼ତନ୍ତ୍ର କରିଥିଲେ ତାହା ଉତ୍କଳ ଭୂଖଣ୍ଡେ ସର୍ବ ବିଦିତ !!
ବୁଦ୍ଧିଜୀଵୀ ମାନଙ୍କ ମତରେ ଗତ ପଚାସ ବର୍ଷ ମଧ୍ୟରେ ପୃଥିବୀ ପୃଷ୍ଠରୁ ପ୍ରାୟ 220 ଟି ଭାଷା ଲୁପ୍ତ ହୋଇ ଯାଇଅଛି ଏବଂ ଯଦି ଭାଷା ବିଲୁପ୍ତି ର ଏହି ଦର ନିୟମିତ ଏଇଭଳି ରହିଲା ତେବେ ଏକଵିଂଶ ଶତାବ୍ଦୀ ର ଶେଷ ସୁଧା 7000 ଭାଷା ରୁ କେବଳ 700 ହୀଁ ଜୀବିତ ରହିପାରିବାର ଆଶଂକା ଅଛି !
ଭାଷା ବିଲୁପ୍ତି ଏକ ବୈଶ୍ଵିକ ସମସ୍ୟା !
ବ୍ରାଜୀଲ, ଅର୍ଜେଂଟୀନା, ଇଂଡୋନେଶିଯା, ସ୍ଵୀଡନ, ଭାରତ ଭଳି ଦେଶ ଗୁଡିକରେ ଵିଭିନ୍ନ ସାମାଜିକ, ରାଜନୀତିକ, ଆର୍ଥିକ, ପ୍ରାକୃତିକ କାରଣ ହେତୁ ଏଇ କିଛି ଦଶନ୍ଧି ଧରି ଏହି କ୍ଷତି ଅଧିକ ତ୍ଵରାନିତ ହୋଇ ଅଛି ।

କିଛିଦିନ ତଳେ ୟୁନେସ୍କୋ ଦ୍ଵାରା ଭାଷା କୁ ନେଇ କରାଯାଇଥିବା ଏକ ସର୍ଭେ ରେ କୁହାଯାଇଥିଲା ଯେ ପ୍ରାୟ 196 ଭାରତୀୟ ଭାଷା ବିଲୁପ୍ତି ପଥରେ ଏବଂ ଏଥିରୁ 80 ଭାଷା କେବଳ ପୂର୍ଵୋତ୍ତର ଭାରତ ର.....

ତଳେ ପୂର୍ବୋତ୍ତର ଭାରତ ର କିଛି ବିଲୁପ୍ତି ଆଡ଼କୁ ମୁହାଁଇଥିବା ଭାଷା ଗୁଡ଼ିକର ନାମୋଲ୍ଲେଖ କରାଗଲା....

--- କବୁଈ, କୁକୀ, ତାଙ୍ଖୁଲ, ରାଲ୍ତେ, ଆଓ, ଅଂଗାମୀ, ସେମା, ଲୋଥା, କୋନ୍ଯାକ, ଫୋମ, ଇମଚୁଙର, ଲୁଶାଈ, ଚକମା,ପୈତେ, ହମର, ଚକମା, ଜମାତିଯା, ଆତୋଂଗ, ରୁଗା,ଗଙ୍ଗ୍ତେ, ପ୍ନାର(Pnar),ଲ୍ଯଙ୍ଗ୍ଙ୍ଗମ(Lyngngam) ରାଭା, ଦେଓରୀ, କାର୍ବୀ ,ଆଦୀ, ମୋଂପା, ଚୁଗ, ବୁଗୁନ, ଖାମ୍ତୀ, ଖଂବା, ଅପାତାନୀ, ନ୍ଯୀଶୀ, ସିଂହଫୋ, ସାଜୋଲାଇ, ଶେରଦୁକ୍ପେନ, ଜାଖରୀଂଗ.....

ପୁଣି ପୂର୍ଵୋତ୍ତର ଭାରତର ଏହି ଅଶି ଟି ଲୁପ୍ତପ୍ରାୟଃ ଭାଷାଗୁଡ଼ିକ ମଧ୍ୟରୁ କେବଳ 36 ଟି ଭାଷା ଅରୁଣାଚଲ ପ୍ରଦେଶ ର !!!

ଅରୁଣାଚଲ ପ୍ରଦେଶ ର ଅଧିକାଂଶ ଆଞ୍ଚଳିକ ଭାଷା କେବଳ ମୌଖିକ, ଏଗୁଡ଼ିକର ନିଜସ୍ଵ ଲିପି ନାହିଁ ! ପୁନଶ୍ଚ ଏହି ଭାଷାଗୁଡ଼ିକର ପରସ୍ପର ଅବୋଧ ଗମ୍ୟତା ଯୋଗୁଁ ଏଠାକାର ସ୍ଥାନୀୟ ଅଧିବାସୀ ସ୍ଵମାତୃଭାଷା ଛାଡ଼ି ସମାଜାର୍ଥିକ ଦୃଷ୍ଟି ରୁ ଅଧିକ ପ୍ରଭୁତ୍ଵଶାଲୀ ଭାଷା ଯଥା - ହିନ୍ଦୀ ଏବଂ ଇଂଗ୍ରେଜୀ କୁ ଅଧିକ ଗୁରୁତ୍ଵ ଦେଲେଣି ।

ସେପଟେ ନାଗାଲୈଣ୍ଡ ତିପୁରା ମେଘାଳୟ ଆସାମ ଭଳି ରାଜ୍ୟ ର ମୂଳ ବାସିନ୍ଦା ନିଜ କୂଳଧର୍ମ ସହ ଭାଷା ମଧ୍ୟ ତ୍ୟାଗ କରି ଖ୍ରିସ୍ତିୟନ ଇଂରେଜିଭାଷୀ ହେଲେଣି !

ଦକ୍ଷିଣଭାରତରେ ଇଂରାଜୀ ର ଏତାଦୃଶ ପ୍ରାଧାନ୍ୟ କିଏ ଜାଣେ କାଲିକୁ ଦ୍ରାବିଡ଼ ଭାଷା ସମୂହ ବିଲୁପ୍ତ ନ ହେବ !!!

ନିଜ ମାତୃଭାଷା ପ୍ରତି ଅବହେଳା ଉଣା ଅଧିକେ ଓଡ଼ିଶାରେ ମଧ୍ୟ ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳିଅଛି.....

ଓଡ଼ିଆ ହୋଇ ଇଂରେଜୀ ରେ ଲେଖୁଥିବା ଭାଇମାନଙ୍କୁ ଅନୁରୋଧ ଯଥାସମ୍ଭବ ସେମାନେ ସ୍ଵଭାଷା ରେ ଲେଖିବାକୁ ଅଧିକ ଚୈଷ୍ଠା କରନ୍ତୁ
ନ ହେଲେ ସ୍ଵ ଅଜାଣତେ ନିଜ ହାତେ ନିଜ ପୂର୍ବ ପୁରୁଷଙ୍କ ଦ୍ଵାରା ପ୍ରଦତ୍ତ ସଂସ୍କାର ସଂସ୍କୃତି ସଭ୍ୟତା ଏବଂ ଭାଷା ର ହତ୍ୟାକାରୀ ହୋଇଯିବେ !!

Wednesday, January 27, 2016

ସ୍ବାଭିମାନୀ ମଧୁବାବୁ

କିଛି ଓଡ଼ିଆ ଙ୍କ ଛୋଟପଣିଆ
ଓଡ଼ିଆ ହୋଇ ନିଜ ଜାତି କୁ ଦୋଷ ଦିଅନ୍ତି
ଓଡ଼ିଆରେ କହିବା ଲେଖିବାକୁ ଲାଜ ଲାଗେ
ଏମିତି କି ନିଜକୁ ଓଡ଼ିଆ କହିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି
କିନ୍ତୁ ମଧୁବାବୁ ଥିଲେ ଏହାର ଠିକ ବିପରୀତ ସତରେ ଜଣେ ସ୍ଵାଭିମାନୀ ଓଡ଼ିଆ !

ସେ କାଳ ର କଥା
ଥରେ ଜଣେ ଅତର ବେପାରୀ
ପଞ୍ଜାବ ରୁ ଓଡ଼ିଶା ର କଟକ ସହରକୁ ଅତର ବିକିବାକୁ ଆସିଲା !!
ସହର ର ଯେତେ ଗଳି କଦ୍ଧି ବୁଲିଲା ହେଲେ କେହି ତା'ର ଅତର କିଣିଲେ ନାହିଁ !!
ଲୋକ ଟି କଟକ କଚେରୀ ପାଖ ଦୋକାନରେ ଚା ପିଉଥିବା ସମୟରେ
ଜଣେ ଉତ୍ତରଭାରତୀୟ କୁ କହୁଥାଏ
ଦେଖିଲି !!!

ପଞ୍ଜାବ ରେ ଶୁଣିଥିଲି ଏଠିକାର ଲୋକ ଧନରେ ଗରୀବ
ଏଠି ଆସି ଦେଖିଛି
ଓଡ଼ିଆ ଯାକ ମନରେ ମଧ୍ଧ ଗରୀବ
ମଧୁବାବୁ ତା କଥା ଶୁଣୁଥିଲେ
ସବୁ ଶୁଣି ମଧୁବାବୁ ସେ ବେପାରୀ କୁ ପଚାରିଲେ
କେତେ ଟଙ୍କା ର ଅତର ଅଛି ତୁମ ପାଖରେ ?
ମୁଁ ସବୁକିଣିନେବି !!

ଭାବୁଛି ଆଜି ଅତରରେ ସ୍ନାନ କରିବି !!
ପଞ୍ଜାବୀ ଟା ତାଙ୍କ କଥା ଶୁଣି ଅବାକ୍ ରହିଗଲା !

ମୋ କାଳେ

ମୋ କାଳ ରେ,
ସୃଷ୍ଠି କରୁଅଛ
ତୁମ କାଳ ର
ଈଶ୍ଵରହୀନ ବସନ୍ତ



ତୁମ କାଳ ରେ
ଡାଳିମ୍ବ ଗଛର ସବୁଜତା
ଓ ଜବ୍ବା ପୁଷ୍ପ ର
ସୌନ୍ଦର୍ଯ୍ୟ କାହିଁ

କୌଣସି ରଚନା ବିଧାନ
ରାତ୍ରି ଏବଂ ଦିନ ମଧ୍ୟେ
କିଛି ଗନ୍ଧ ନହିଁ
ଚଢ଼େଇ ଙ୍କର କାକଳି
କି କୋଳାହଳ ମଧ୍ୟ କେଭେ ଶୁଣିନାହିଁ


ତୁମ କାଳ ରେ
ନିସ୍ତବ୍ଧ ଉଦାସ
ନକାରାତ୍ମକତାର
ବୋଧିଵୃକ୍ଷ ହିଁ ସବୁଜ ଦିଶେ ସର୍ବଦା

ତୁମ କାଳ ରେ
ସୁଷ୍ଟି କରେ
ମୁଁ ମୋ କାଳ ର
ଈଶ୍ଵରହୀନ ହୋଲି


ମୋ କାଳେ ମୁଁ
- ତୁମ ପାଇଁ
ଟାଙ୍ଗି ଦେବାକୁ ଚାହେଁ ଖୁସି କୁ
ତୁମ ଝରକା ର ବାମ ପାସେ
ଯେଉଁଠି ଭୋକିଲା ଦ୍ଵିପହର
ଚାହିଁରହିଥାଏ
ସମୁଦ୍ର ଜଳକୁ

ସମୁଦ୍ର ଲହରୀ ଭଳି
ତୁମ ହୃଦୟ ରେ ରେ
ପୁଣ ଢ଼େଉ ଉଠେ
.ଆଦିମ ସ୍ତ୍ରୀ ଭୟ କୁ
ମନରୁ ହଟାଇ ଦେବାକୁ ଚାହେଁ
ଲହରୀ ହୋଇ ଦୂର କୁ

ନିଜ କିଁଶୁକ-ମନ ର
ଗନ୍ଧହୀନ ଫୂଲରେ
ପୁଣି ତବ ଅଙ୍ଗ ସଜାଇବା ର ଇଛା


ମୋ କାଳେ ସ୍ତଗିତ ଅଛି ପ୍ରେମ
ସ୍ତଗିତ ଅଛି ଜନ-ଶୁଣାଣୀ
ଆଜି ବିଦ୍ରୋହୀଙ୍କୁ ଦେଖାଯାଏ ସନ୍ଦେହ ଚକ୍ଷୁରେ
ଏକାଳେ ଈଶ୍ଵରହୀନ ପର୍ବ ,
ଋତୁ ପାଳିବାକୁ କଟକଣା ଅଛି
ପ୍ରେମ ସ୍ନେହ ମମତା ଠୁଁ
ବଳବାନ ହେଲାଣି କମ୍ପ୍ୟୁଟର ର ଦୁନିଆ
...
ମୋ କାଳରେ ତୁମକାଳ ର
ସାଜସଜ୍ଜା ଏଇଥିପାଇଁ ନିରର୍ଥକ
ଲୋକେ ଗୋଡ଼ାନ୍ତି
ପ୍ରୀତି ଛାଡ଼ି ବସ୍ତୁ ପଛେ
ଚାହାନ୍ତି ଭଲ ଛାଡ଼ି ଭେଲ କୁ

ଆତ୍ମହତ୍ୟା

ରାତ୍ରୀ ରେ ତାରାଟିଏ ମଧ୍ୟ ରହିବ ନାହିଁ ନୀଳାମ୍ବରେ
ଘୋର ତମସା ରଜନୀ ବିତିଯିବ

ମୁଁ ମରିବି ଏବଂ ମୋ ସହିତ ନଷ୍ଟ ଯିବ
ନିଷ୍ଟୁର ବ୍ରହ୍ମାଣ୍ଡ ର ସାରାଂଶ

ଭାଙ୍ଗିଦେବୀ ମୁଁ
ମୋ ଦ୍ଵାରା ଗଢ଼ାଯାଇଥିବା ସ୍ଥାପତ୍ୟ
ବାଣ୍ଟିଦେବି ସଞ୍ଚିତ କଉଡି

ସୁଖାଇ ଦେବି ସ୍ମୃତି ର ସାଗର
ଜଳାଇଦେବୀ ମନରେ ଅଙ୍କିତ ଛବି

ମୋର ଅତୀତ ଲୁପ୍ତ ଯିବ ଭବିଷ୍ୟତାଲୋକେ
ମାଟି ରେ ମିଶାଇଦେବୀ କର୍ଦ୍ଦମାକ୍ତ ଇତିହାସ
ମାଟି କୁ ମାଟି ରେ

ମୁଁ ଏବେ ଦେଖୁଅଛି ଶେଷ ସୂର୍ୟାସ୍ଥ
ଶୁଣୁଅଛି ଅନ୍ତିମ ପକ୍ଷୀ କୁ

ଖାଲି ଆସିଥିଲି ଖାଲି ଚାଲିଯିବି
କାହାକୁ ଫଟା ପାହୁଲା ଟାଏ ବି ମିଳିବ ନାହିଁ ମୋ ଉତ୍ତାରେ

ମୂଳ ରଚନା - ହୋର୍ହେ ଲୁଈସ ବୋର୍ହେସ

Monday, January 11, 2016

----ଆଶାବାଦୀ----


ମୁଁ ଆଶାବାଦୀ
ଛିନ୍ନ ଅସ୍ତ୍ର
କ୍ଷତାକ୍ତ ଅଶ୍ଵ
ଅନ୍ଧକାରାଛନ୍ନ ମୋର ପଥ
କିଏ ଶତ୍ରୁ କିଏ ମିତ୍ର
ସର୍ବଥା ଅଜ୍ଞାତ
କିନ୍ତୁ ନେଇଛି
ଆଜୀବନଯୁଦ୍ଧ ର ସଂକଳ୍ପ

---

...ହଁ ମୁଁ ଆଶାବାଦୀ
ଛୋଟ ସେଇ ସ୍ଵପ୍ନ ପାଇଁ
ଛାଡ଼ିଲି ଘର, ଗଳି, ନଗର
କିଛି ନ ଥିଲା ସେବେ
ଥିଲା ଖାଲି ସ୍ପପ୍ନ
ସଂକଳ୍ପ ମୋର ସମ୍ବଳ ......

----

ମୁଁ ଆଶାବାଦୀ
ପଡ଼ି ହାରି ପୁଣି ଜିତିବି
ବିଜୟ ରେ ମୋର ହିଁ
ଏକାଧିକାର
ତୋଳିବି ପ୍ରାସାଦ
ଗଢ଼ିବି ନୂତନ ସଂବନ୍ଧ
ଏହା ହିଁ ମୋ ଚଲା ପଥ

Sunday, January 10, 2016

------ପାଣି-----

------ପାଣି-----


ଚହଲୁ ଥିଲା ପାଣି
କାଦୁଅ ଲଗା ଦେହ ତାର
ସତେ ଅବା ସଭ୍ୟତା ର ଶବ
କେବେ ଗାଇ ଥିଲା କଲଶ
ତାକୁ ଉପଲକ୍ଷ କରି
ଗରିମା ର ଗୀତ

----

ଆଁଜୁଳି ର ମନ୍ତ୍ର ଭଳି
ସମାହିତ ଥିଲା ତାର ପବିତ୍ରତା
ସଭ୍ୟତା ମାନେ ଶୁଣ
ଘନ ଜଙ୍ଗଲ ଉ ଉଦାସ ପହାଡ଼ ମଧ୍ୟରୁ
ସମତଲ ଭୂମି ରେ ଶୁଣାଯାଏ ତାର ଗୀତ

----

ମାଟି ଦେଖୁଥିଲା ତୃଷ୍ଣାତୁର ଚକ୍ଷୁରେ
ଚମକୁ ଥିବା, ଗରଜୁଥିବା ,ବରସୁ ଥିବା
ପାଣି ର ଧ୍ଵଜ କୁ
ଆଦ୍ର ରାତ୍ରୀ ରେ ପାଦପ ଅଙ୍ଗେ
ଶୋଭିତ ଶିଶିର ଓ ତାର ଟପ ଟପ ସଂଗୀତ ଭରିଦେଉଥିଲା ଜୀଵନ


ନଦୀ କୂଳରେ ଜନମୀ ଥିବା ସଭ୍ୟତା
ଦିନେ ଏଇଭଳି ବିନା ପାଣି
ମାଛ ଭଳି ଛଟପଟ ହେବ
ହଁ ଏହା ହିଁ ତ ପ୍ରାରବ୍ଧ !

କବି ଙ୍କୁ ପ୍ରଶ୍ନ



କିଛି ବନ୍ଧୁଙ୍କୁ ଭଲ ଲାଗେନା
ମୋର ସାରସ୍ଵତ ସାଧନା
କଥା ଛଳେ କହନ୍ତି
ଏତେ ଅଭାବ ଅନାଟନ
ଦୁଃଖ ରୋଗରେ ପଡ଼ି ମଧ କେମିତି ଲେଖିପାରୁଛ

ଯେଉଁମାନେ ଲେଖନ୍ତି କୁହନ୍ତି
ଲେଖ ବାବୁ ଆଉ ଟିକେ ଉତ୍କୃଷ୍ଟ କରି
ତମେ ତ ବିଲ ଛାଡ଼ି ବାଡ଼ ଆଡ଼େ ଧାଉଁଛ

କଲମ ଟା କାଗଜ କୁ ସାଥୀ କରି
ମୋ ପାସେ ପଚାରେ
ଦୁନିୟାରେ ଲେଖିବାକୁ
ଏତେକଥା ଅଛି ତୁମେ କିଁପା
ବାସ୍ତବତା ଏବଂ ଦୁଃଖ ହିଁ ଲେଖୁଛ !

ଦୁଖ ବି ପଚାରେ ହେ କବିବର !
ମୁଁ ତୁମକୁ ଏତେ କଷ୍ଟ ଦିଏ
ତଥାପି କେମିତି ତୂଳି ଧରି
ମୋ ଚିତ୍ର ହିଁ ଆଁକୁଛ !!

ପାଠକ କହନ୍ତି
ଯେଉଁ ଲେଖା ରେ ଦୁଃଖ ଅଛି
ପଢ଼ିଲେ ପଢ଼ିଲାବାଲା ଦୁଃଖୀ ହେବ
ସେ ଲେଖା ର ତୁମେ ଯେ ଲେଖକ
ଦାବିକର କେମିତି
ଏମିତି ଦୁଃଖ ଦୂର ହେବ ?
ସତ କୁହ କବି ....
ଦୁନିୟା କୁ ତୁମେ କି
ଅଦରକାରୀ ଅଲୋଡ଼ା କଳିଛ !!

ଦୁନିୟା କହେ
ଛାଡ଼ ଛାଡ଼ କିଏ ଶୁଣେ ତୁମ ସତକଥା
ସମୟ କାହିଁ କା ପାଖେ
ଦୌଡ଼ୁଛନ୍ତି ଜୀବଯେତେ ଭାଗ୍ୟ ବଳେ
ତୁମ ଭଳି ସମସ୍ତେ ଯେ ମୁକ୍ତ ଥିବେ
କଣ ତୁମେ ଏମିତି ଭାବୁଛ !!

ସମୟ କହୁଛି
ଟିକ୍ ଟିକ୍ ଟିକ୍ ମୁଁ ବିତିଯିବି ଯେ
ମୋତେ ହରାଇଲେ ପୁଣି ନ ମିଳିବି
ଛାଡ଼ କବି
ବୃଥା ଟାରେ ଶବ୍ଦ ଚାଷ କରୁଛ !!

Saturday, January 9, 2016

ତୁମେ

ତୁମେ ହେଲେ ନଦୀ
ମୁଁ ହୋଇ ନଉକା
ଭାସୁଥାନ୍ତି ଆନନ୍ଦେ

ତୁମେ ହୁଅନ୍ତ ଵୃକ୍ଷ
ମୁଁ ହୋଇ ଗୁଳ୍ମ
ଜନ୍ମନ୍ତି ତବ ଅଙ୍ଗ ପରେ

ତମେ ହେଲେ କାର୍ପାସ
ବନାଇ ବସ୍ତ୍ର ରଙ୍ଗାଅନ୍ତି
ରଙ୍ଗେ ତାରେ

ତୁମେ ହେଲେ ବନ୍ୟା
ମୁଁ ହୋଇ କୁଟା ଫସନ୍ତି
ଘୂରନ୍ତି ଭଉଁରୀ ରେ

ଯଦି ତୁମେ ହୁଅନ୍ତ ଅନେକ
ମୁଁ ମଧ୍ୟ ଥାନ୍ତି
ତୁମ ସାଥେ ସବୁଠାରେ

ସ୍ଵପ୍ନ


କାଳ ର ଦୂର୍ଲଭ କ୍ଷଣରେ
ଆମକୁ ଚିନ୍ତିତ କରିପାରେ ନା,
ଜୀବନ ର ଭୟାନକ ଝଡ଼ଝଂଜା !
ଯେବେ କେହି ହାଥ ରଖିଦିଏ
ଆମ କାନ୍ଧରେ
ଚାହିଁ ରହେ ଆଦ୍ର ସହାନଭୂତି ପୂର୍ଣ ଚାକ୍ଷୁସେ
ତତ୍କାଳ ଦୂର ହୁଏ
ଦୈନିକ ଜୀଵନ ର ଝଂଝଟ ଯେତେ !!
ଯେମିତି କେଉଁଠି ଅକାତ ଗଭୀରତା ରେ
ଧୀରେ-ଧୀରେ ଗହ୍ଵର ଊପରେ
ଇଂଦ୍ରଧନୁଷ ଭଳି ଉଠିଥାଏ ମୌନ ।
ଜଣେ ଯୁବକ ଏବଂ ତାର ହୃଦୟ ର କଥା
ଯେମିତି ଜନ୍ମ ଦିଏ କବିତାର ପଂକ୍ତି କୁ....
ବାସ୍ତବତା ଭୂଲି
ଏଇମିତି ଦେଖିଯାଏ କିଏ କେତେ ମନ ଭୂଲାଣିଆ ସ୍ଵପ୍ନ !

ମୋ ପାଇଁ ମୁଁ ଅପରିଚିତ

ମୋ ପାଇଁ ,ମୁଁ ଏକ ଅପରିଚିତ ସଙ୍ଗେ ରହୁଛି...
ଲାଗେ ମୁଁ ନାଚିଲେ କୁଦିଲେ
ସେ ମୋ ମଧ୍ୟୁଁ ବାହାରି ପଡ଼ିଯିବ

ମୁଁ ନିଜର ବେକ ତଲେ ଦେଖୁଛି
ତା'ର ବାଳ ଠାରୁ ମୋର ବାଳ ଯାଏଁ
ତା 'ର ହାଥ ଠାରୁ ମୋର ହାଥ ଯାଏଁ
ମାଟି ଭିତରେ, ମୋ ହାଥଗୁଡ଼ିକର ଚେର

ମୁଁ ଦରଦ ଧାରିଣୀ ଧରିତ୍ରୀ
ନିଜ ଭିତରେ
କେ ଜାଣେ କେତେ ଥର
ମୁଁ ଯେ ନିଜେ ନିଜ ମନକୁ ଦଳିଛି
ପଥ୍ଥର କରିଛି ହୃଦୟ

ମୁଁ ଶୋଇଲୀ ଯଦ୍ଵାରା ତାକୁ ଟିକେ ଆରାମ ମିଳୁ
ମୁଁ ଉଠିଲି ଯଦ୍ଵାରା ସେ ଉଠି ଚାଲିଯାଏ
ମୋର ସେଇ ନିଦ୍ରା ରୁ ମୁଁ କଣ ସିଖିଲି
ମୁଁ ଏକ ଅପରିଚିତ ସଙ୍ଗେ ରହୁଛି
ଲାଗେ ମୁଁ କୁଦିଲେ ସେ ମୋ ମଧ୍ୟୁଁ ବାହାରି ପଡ଼ିଯିବ - [ମସ୍ସେର ଏନାଲିଏ ଙ୍କ ଅଂଗ୍ରେଜୀ କବିତା ର ଓଡ଼ିଆ ଅନୁବାଦ]

======ଶୋଇ ରହୁଥିବା ଗାଁ========

କାଜାଖସ୍ଥାନରେ ଅଛି ଏକ ଛୋଟ ଗ୍ରାମ କାଲାଚି !ଏଠାକାର ଜନସଂଖ୍ୟାର ପ୍ରାୟ ଏକତୃତୀୟାଂଶ ଲୋକ ଏକ ବିରଳରୋଗରେ ପୀଡ଼ିତ । ଏହିରୋଗରେ ପୀଡ଼ିତ ଲୋକମାନେ ଅନେକ ଦିନ ପର୍ଯ୍ୟନ୍ତ ଶୋଇରହିଥାନ୍ତି । ସତେ ଯେମିତି କୋମାରେ ପଡ଼ିରହିଥିବା ଜଣେ ବ୍ୟକ୍ତିଭଳି । ଆଉ ନିଦରୁ ଉଠିବାପରେ ମୁଣ୍ଡ ବୁଲେଇବା ,ମୁଣ୍ଡ ବ୍ୟଥାବାନ୍ତି ଏବଂ ସ୍ମରଣ ଶକ୍ତି ହ୍ରାସ ଭଳି ସମସ୍ୟାର ଶିକାର ହୋଇଥାନ୍ତି । ତେବେ ଏହି ରହସ୍ୟମୟ ରୋଗରେ ଏଠାକାର ଗ୍ରାମଵାସୀ ବହୁ ପୂର୍ବରୁ ଶିକାର ହୋଇଥିଲେ ହେଁ 2013 ମସିହାରେ ଏହାକୁ ପ୍ରଥମେ ରିପୋର୍ଟ କରାଯାଇଥିଲା ! କାଲାଚି ଗ୍ରାମବାସୀଙ୍କ ଏପରି ଶୋଇରହିବାର କାରଣ ଜାଣିବା ପାଇଁ ବିଶେଷଜ୍ଞଙ୍କ ଦ୍ଵାରା ଏଠାକାର ବାୟୁ ପାଣି ଖାଦ୍ୟ ବନ୍ୟଜନ୍ତୁ ମାଟି ବାସସ୍ଥାନର ବିଭିନ୍ନ ଉପକରଣ ଓ ସ୍ଥାନୀୟ ଅଧିବାସୀ ଙ୍କୁ ନେଇ ଏକାଧିକ ଥର ପରୀକ୍ଷା କରିସାରିଲେଣି !ତଥାପି ଆଜି ଯାଏଁ ଏହି ରୋଗ ସଂପର୍କରେ ବିଶେଷ କିଛି ତଥ୍ୟ ମିଳିପାରିନାହିଁ ।