Friday, July 28, 2023

ସାହିତ୍ୟ ବେପାର

ଦେଶର ଜଣେ ମହାନ ଲେଖକଙ୍କର ବହି ଓ ଲେଖା ଅନ୍ତର୍ଜାଲର ଵିଭିନ୍ନ ଜାଲସ୍ଥଳରେ ମାଗଣାରେ ଉପଲବ୍ଧ ଥିଲା । ଯେମିତି ସେ ପ୍ରସିଦ୍ଧ ଲେଖକଙ୍କର ଦେହାନ୍ତ ହେଲା ସାହିତ୍ୟ ବେପାରୀମାନେ ଲାଗି ପାତି ସେସବୁ ମାଗଣାରେ ଉପଲବ୍ଧ ସାହିତ୍ୟକୁ ହଟାଇ ଦେଲେ । 

ଏହାପରେ ଥରେ ଜଣେ ଵ୍ୟକ୍ତି ଫେସବୁକରେ ସେହି ପ୍ରସିଦ୍ଧ ଲେଖକଙ୍କର ଗୋଟିଏ ଗଳ୍ପ ଉପସ୍ଥାପନ କରିଦେଲେ । 

ଜଣେ ବେପାରୀ ତାହା ଦେଖି ସେହି ପୋଷ୍ଟରେ ଟିପ୍ପଣୀ ଦେଲା’

“ଶ୍ରୀ ଅମୁକଙ୍କ ସାହିତ୍ୟକୁ ଏମିତି ମାଗଣା ବାଣ୍ଟି ଦେଲେ ତାହାର କି ମହତ୍ତ୍ଵ ରହିଯିଵ ? ଵରଂ ତାଙ୍କ ସାହିତ୍ୟ ବିକ୍ରି ହେଲେ ଲୋକେ ତାହାକୁ ଅଧିକ ମହତ୍ତ୍ଵ ଦେବେ”

ଉପସ୍ଥାପକ ଟିପ୍ପଣୀର ପ୍ରକୃତ ମର୍ମ ବୁଝି ତହିଁର ପ୍ରତ୍ୟୁତ୍ତରରେ କେଵଳ ଏତିକି ଲେଖିଲେ 

ଏତେ ବୁଲେଇ ବଙ୍କେଇ କାହିଁକି ଲେଖୁଛ ହେ ସିଧା ସିଧା କହୁନା “ଆମେ ଶ୍ରୀଅମୁକଙ୍କ ସାହିତ୍ୟ ବିକି ଦି ପଇସା ରୋଜଗାର କରିବୁ ତେମେ ମାଗଣାରେ କାହିଁକି ବାଣ୍ଟୁଛ ?”

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...