Wednesday, March 29, 2017

~ମେଷ ସଂକ୍ରାନ୍ତି~ଦକ୍ଷିଣ ପୂର୍ବ ଏସିଆର ନବବର୍ଷ

ଆମେ ମରାଠୀଙ୍କ ଗୋଲାମ ନୁହଁ
ତାହେଲେ RSS ର ପ୍ରତିଷ୍ଠାତାଙ୍କ ଜନ୍ମ ଦିବସ କୁ ରାଷ୍ଟ୍ରୀୟ ନବବର୍ଷ ରୂପେ କାହିଁକି ପାଳିବା ?

ଗୁଡିପାଡବା ହେଉଛି ମରାଠୀଙ୍କ ନବବର୍ଷ
କେବଳ ମରାଠୀଭାଷୀ ଅଞ୍ଚଳର ନବବର୍ଷ କିନ୍ତୁ
ଭାରତରେ ଆହୁରି ଅନ୍ଯ ଅନେକ ପଞ୍ଜିକା ପ୍ରଚଳିତ
ଆମ ନବବର୍ଷ ମହା ବିଷୁବ ପଣା ସଂକ୍ରାନ୍ତି କୁ ଅଲଗା ଅଲଗା ନାମରେ ସମସ୍ତ ଦକ୍ଷିଣ ପୂର୍ବ ତଥା ପୂର୍ବ ଏସିଆ ନବବର୍ଷ ରୂପେ ପାଳିଥାଏ ।

ଭାରତରେ ଅଲଗା ଅଲଗା ନାମରେ ମହା ବିଷୁବ ପଣା ସଂକ୍ରାନ୍ତୀ ନବବର୍ଷ ର ପ୍ରଥମ ଦିନ ହିସାବରେ ପ୍ରଚଳିତ । ମହାପଣା ସଂକ୍ରାନ୍ତି କୁ ମେଷ ସଂକ୍ରାନ୍ତି ମଧ୍ଯ କୁହାଯାଏ । ମେଷ ସଂକ୍ରନ୍ତି ସୌର ଚକ୍ର ବର୍ଷର ପ୍ରଥମ ଦିନ,ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିଥାଅନ୍ତି ।
ପ୍ରାଚୀନ ଗ୍ରୀକ,ଭାରତ,ଚୀନ,ମିଶର ସବୁଠି ପ୍ରଥମେ ସୌର ପଞ୍ଜିକା ପ୍ରଚଳିତ ଥିଲା ପରେ ଚନ୍ଦ୍ରକୁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ମହତ୍ବ ମିଳିଥିଲା ।
ସନାତନୀ ମାନଙ୍କ ପାଇଁ ମେଷ ସଂକ୍ରାନ୍ତି ଅଧିକ ମହତ୍ବପୂର୍ଣ୍ଣ ।
ଭାରତରେ ପଣାସଂକ୍ରାନ୍ତି କେବଳ ଯେ ଓଡିଶା ର ନବବର୍ଷ ଏ କଥା ଭୂଲ । ଓଡିଶା ବ୍ଯତିରେକ
ପଞ୍ଜବରେ ବୈଶାଖୀ,ବଙ୍ଗରେ ପୋଏଲା ବୈଶାଖ୍,ଆସାମରେ ବିହୁ,ଦକ୍ଷିଣ କର୍ଣ୍ଣାଟକର ତୁଲ୍ଲୁଭାଷୀ ଅଞ୍ଚଳରେ (tulunadu)ରେ ବିଷୁ ପର୍ବ,କେରଳରେ ବିଷୁ,ତାମିଲନାଡୁର
େ ପୁତ୍ଥାଣ୍ଡୁ
ତଥା ନେପାଳ ଭାରତର ମୈଥିଳୀଭାଷୀ ଅଞ୍ଚଳରେ
ମୈଥିଳୀ ନବବର୍ଷ ଭାବେ ମାନ୍ଯତା ପାଇଅଛି ।
ବିକ୍ରମୀ ନବବର୍ଷକୁ ରାଷ୍ଟ୍ରୀୟ ନବବର୍ଷ କୁହାଯାଉଥିଲେ ହେଁ ପ୍ରକୃତ ନବବର୍ଷ ହେଉଛି ଆମ ପଣା ସଂକ୍ରାନ୍ତି ।
ତଥାକଥିତ ରାଷ୍ଟ୍ରୀୟ ନବବର୍ଷ କିଛି ମୌଳିବାଦୀ ମରାଠୀ ହିନ୍ଦୁ ପାଳନ୍ତି କିନ୍ତୁ ଆମ ପଣା ସଂକ୍ରାନ୍ତି କୁ ସମସ୍ତ ପୂର୍ବ ଏସିଆ ନବବର୍ଷ ରୂପେ ପାଳନ କରିଥାଏ ।
ପୁଣି ହିନ୍ଦୁ ସମ୍ପ୍ରଦାୟ ଛଡା ବୌଦ୍ଧ ଏବଂ ଶୀଖ୍ ମାନଙ୍କର ମଧ୍ୟ ଏହା ଏକ ପ୍ରଧାନ ଏବଂ ବିଶିଷ୍ଠ ଦିନ ।
ବୌଦ୍ଧ ଧର୍ମ ପ୍ରଭାବିତ ଦେଶ ମାନଙ୍କରେ
ପଣା ସଂକ୍ରାନ୍ତି କୁ ସାଧାରଣତଃ
Songkran କୁହାଯାଇଥାଏ ଯାହାକି ସଂସ୍କୃତ ଶବ୍ଦ ସଂକ୍ରାନ୍ତି ଶବ୍ଦର ଅପଭ୍ରଂସ ମାତ୍ର.....
ତେଣୁ
କେବଳ ଭାରତ ର ସାତ ଆଠ ଟି ରାଜ୍ଯରେ ନୁହେଁ
ଥାଇଲ୍ଯାଣ୍ଡ,ଲାଓସ୍,କାମ୍ବୋଡିଆ,ମିଁ
ଆମାର,ଶ୍ରୀଲଙ୍କା,ଭିଏତନାମ୍ ଆଦି ଦେଶରେ ମେଷ ସଂକ୍ରାନ୍ତି କୁ ରାଷ୍ଟ୍ରୀୟ ନବବର୍ଷର ମାନ୍ଯତା ମିଳିଅଛି.....
ତେଣୁ
ସ୍ବାଭିମାନୀ ଓଡିଆ ଭାଇ ଜାଗ ....
ନିଜ ପର୍ବର ମହତ୍ବ କଣ୍ ହୃଦୟଙ୍ଗମ କର
ଏବଂ ଯେଉଁ ଅତ୍ଯାଚାରୀ ମରାଠୀ ମାନେ ଆମ୍ଭକୁ ଗରିବ କରିବାରେ ବଳହୀନ କରିବାରେ ସର୍ବାଧିକ ଦାୟୀ ସେମାନଙ୍କ ପର୍ବର ପ୍ରଚାର ତ୍ଯାଗ କର....
ବନ୍ଦେ ଉତ୍କଳ ଜନନୀ

ସୌର କ୍ୟାଲେଣ୍ଡର ଏବଂ ନବବର୍ଷ

ସାଧାରଣତଃ ଐତିହାସିକମାନେ ସୌର କ୍ଯାଲେଣ୍ଡରର ବ୍ଯବହାର ପ୍ରଥମେ ଚୀନରେ ଆରମ୍ଭ ହୋଇଥିବା ମତ ଦେଇଥାନ୍ତି । ତେବେ ଚୀନର ସୌର କ୍ଯାଲେଣ୍ଡର ସହ ଭାରତୀୟ ସୌର କ୍ଯାଲେଣ୍ଡରର ଅନେକ ସାମଜସ୍ଯ ଦେଖିବାକୁ ମିଳିଥାଏ ।
ପୂର୍ବ ଏସୀୟ ସୌର ନବବର୍ଷ ମୂଳତଃ ଚୀନଦେଶୀୟ ସୌର କ୍ଯାଲେଣ୍ଡରର ଆଧୁନିକ ପରିବର୍ତ୍ତିତ ରୂପ ।
ନିମ୍ନଲିଖିତ ପୂର୍ବ ଏସୀୟ କ୍ଯାଲେଣ୍ଡର ର ନବବର୍ଷ ସବୁ ଚୀନଦେଶୀୟ ସୌର କ୍ଯାଲେଣ୍ଡର ରୁ ପ୍ରଭାବିତ....
ଚୀନଦେଶୀୟ ସୌର କ୍ଯାଲେଣ୍ଡର
~ଜାନୁଆରୀ ଶେଷଭାଗ ଏବଂ ଫେବୃଆରୀ ମଧ୍ଯଭାଗରେ ନବବର୍ଷ.....
ଜାପାନୀୟ ନବବର୍ଷ ....
କୋରିଆନ୍ seollal ନବବର୍ଷ.....
ଭିଏତନାମୀ Tết ନବବର୍ଷ
ମଙ୍ଗୋଲୀୟ Tsagaan Sar ନବବର୍ଷ
ତିବତ୍ତୀୟ Losar ନବବର୍ଷ

ଦକ୍ଷିଣ ପୂର୍ବ ତଥା ଦକ୍ଷିଣ ଏସୀୟ
ସୌରଚାନ୍ଦ୍ର ନବବର୍ଷ କିନ୍ତୁ ପ୍ରାଚୀନ ଭାରତୀୟ ସୌର କ୍ଯାଲେଣ୍ଡରର ବର୍ଦ୍ଧିତ ନୂତନ ସଂସ୍କରଣ ବିଶେଷ ।
ଏସବୁ ନବବର୍ଷ ଅଲଗା ଅଲଗା ଦେଶ ମାନଙ୍କରେ ମାର୍ଚ୍ଚରୁ ଅପ୍ରେଲ ମଧ୍ୟରେ ପାଳିତ ହୋଇଥାଏ ।

.........................................................

1.ବର୍ମୀୟ ନବବର୍ଷ Thingyan ~ଏପ୍ରିଲ 13ରେ ପାଳିତ ହୋଇଥାଏ ।
ସାମଜସ୍ଯତା~ଲାଓ,କାମ୍ବୋଡିଆନ୍,ଶ୍ରୀଲଂକାନ୍,ନେପାଳୀ,ବଙ୍ଗାଳୀ,ତାମିଲ,ଥାଇ ଏବଂ ଦାଇ....

2.କାମ୍ବୋଡିଆନ୍ ନବବର୍ଷ Chaul Chnam Thmey (13/14 ଅପ୍ରିଲ)
ସାମଜସ୍ଯତା~ଲାଓ,କାମ୍ବୋଡିଆନ୍,ଶ୍ରୀଲଂକାନ୍,ନେପାଳୀ,ବଙ୍ଗାଳୀ,ତାମିଲ,ଥାଇ ଏବଂ ଦାଇ,ଓଡିଆ,ମଲାୟଲମୀ

3.ଲାଓ ନବବର୍ଷ ........13/14 ଏପ୍ରିଲ
ସାମଜସ୍ଯତା~
ମଳୟଦେଶୀୟ,ଲାଓ,କାମ୍ବୋଡିଆନ୍,ଶ୍ରୀଲଂକାନ୍,ନେପାଳୀ,ବଙ୍ଗାଳୀ,ତାମିଲ,ଥାଇ ଏବଂ ଦାଇ,ଓଡିଆ,ମଲାୟଲମୀ

4.ଥାଈ ନବବର୍ଷ ସଂଗକରାନ୍.....13/14ଏପ୍ରିଲ୍
ସାମଜସ୍ଯତା~ଲାଓ,କାମ୍ବୋଡିଆନ୍,ଶ୍ରୀଲଂକାନ୍,ନେପାଳୀ,ବଙ୍ଗାଳୀ,ତାମିଲ,ଥାଇ ଏବଂ ଦାଇ,ଓଡିଆ,ମଲାୟଲମୀ

5.ଓଡି଼ଆ ନବବର୍ଷ ପଣା ସଂକ୍ରାନ୍ତି 13/14 ଏପ୍ରିଲ୍
ସାମଜସ୍ଯତା~
ଲାଓ,କାମ୍ବୋଡିଆନ୍,ଶ୍ରୀଲଂକାନ୍,ନେପାଳୀ,ବଙ୍ଗାଳୀ,ତାମିଲ,ଥାଇ ଏବଂ ଦାଇ,ଓଡିଆ,ମଲାୟଲମୀ,ତାମିଲ,ମାଳୟଦେଶିୟ,

6.ବଙ୍ଗୀୟ ନବବର୍ଷ ପୋହେଲା ବୈଶାଖ
ଲାଓ,କାମ୍ବୋଡିଆନ୍,ଶ୍ରୀଲଂକାନ୍,ନେପାଳୀ,ବଙ୍ଗାଳୀ,ତାମିଲ,ଥାଇ ଏବଂ ଦାଇ,ଓଡିଆ,ମଲାୟଲମୀ ଏବଂ ବର୍ମୀୟ

7.ତାମିଲ୍ ନବବର୍ଷ ପୁତ୍ଥାଣ୍ଡୁ 13/14 ଏପ୍ରିଲ୍
ସାମଜସ୍ଯତା-
ଲାଓ,କାମ୍ବୋଡିଆନ୍,ଶ୍ରୀଲଂକାନ୍,ଥାଇ ,ନେପାଳଦାଇ,ଓଡିଆ ଏବଂ ମାଳୟଦେଶୀୟ

8. ଦାଇ ନବବର୍ଷ Water-Sprinkling Festival  13/14 ଏପ୍ରିଲ
ସାମଜସ୍ଯତା~ ବର୍ମୀଜ୍,ବଙ୍ଗାଳୀ,କାମ୍ବୋଡିଆନ୍,ଲାଓ,ବଙ୍ଗାଳୀ,କାମ୍ବୋଡିଆନ୍,ଲାଓ,ଶ୍ରୀଲଂକାନ୍,ଓଡିଆ,ମାଳୟଦେଶୀୟ,ତାମିଲ ଏବଂ ନେପାଳୀ

9.ମଲାୟଲମ୍ ତଥା ତୁଲ୍ଲୁ ନବବର୍ଷ ~ବିଷୁ
13/14 ଏପ୍ରିଲ୍
ସାମଜସ୍ଯତା~ଲାଓ,କାମ୍ବୋଡିଆନ୍,ଶ୍ରୀଲଂକାନ୍,ନେପାଳୀ,ବଙ୍ଗାଳୀ,ତାମିଲ,ଥାଇ ଏବଂ ଦାଇ,ଓଡିଆ ଓ ବର୍ମୀୟ

10 ମୈଥିଳୀ ନବବର୍ଷ ୧୪/୧୫ ଏପ୍ରିଲ୍ ରେ ମିଥିଳାଞ୍ଚଳରେ ପାଳିତ ହୁଏ ।

11. କାଶ୍ମୀରୀ ପଣ୍ଡିତଙ୍କ ଦ୍ବାରା 
କାଶ୍ମୀରୀ ନବବର୍ଷ
ନବରାହ୍ ପାଳିତ ହୁଏ.....

ଏତଦବ୍ୟତୀତ ଇହୁଦୀ ଏବଂ ମୁସଲିମ କ୍ୟାଲେଣ୍ଡର ମଧ୍ଯ ସୌର କ୍ୟାଲେଣ୍ଡର ରୁ ସର୍ବାଧିକ ପ୍ରଭାବିତ ହୋଇଛି !!!!

Thursday, March 23, 2017

●●●●ଯେଣୁ ପିକ ଭାଷେ ମାତୃଭାଷା●●●●【ସନ୍ତୋଷ ପଟ୍ଟନାୟକ】

ବସନ୍ତ ରାଇଜେ ଶୋଭା ଆମ୍ରବନେ
ଭାଷେ ପିକ ମାତୃଭାଷା
ବିଚ଼ରଣ ସଦା ଉଚ୍ଚ କରି ମଥା
ମୁଖେ ପ୍ରେମ ପରିଭାଷା .....

ଏଣେ ଶୁକପକ୍ଷୀ ପରଭାଷା ବୋଲେ
ହୋଇ ପିଞ୍ଜରାରେ ବନ୍ଧା
ବନ୍ଦୀ ଜୀବନରେ କେତେ ଯେ ଯନ୍ତ୍ରଣା
ନର୍କ ସମ ଭୋଗେ ଦଶା.....

ନାଇସ୍ ଉଇସ୍ ଛାଡ଼ ବାଇମନ
ଆଦରି ନେ ମାତୃଭାଷା
ନିଜ ଭାଷା ନିଜେ କହୁନାହଁ କିଆଁ
ମାରୁଛ ଫୁଟାଣି ତୁଚ୍ଛା .........
                                     (ଗଞ୍ଜାମ,ଓଡି଼ଶା)
ଶ୍ରୀମାନ୍ ସନ୍ତୋଷ ପଟ୍ଟନାୟକଙ୍କ କଲମରୁ......
●●●●●●●●●●●●

ଏଥର ର ବସନ୍ତ ଋତୁ ଆଗମନ କାଳରେ ଶ୍ରୀ ଉଦୟ ରାୟ ମହୋଦୟ ବସନ୍ତକୁ ନେଇ ଏକ
ଚମତ୍କାର ହୃଦୟସ୍ପର୍ଶୀ କବିତା ଲେଖିଥିଲେ ।
ଆହୁରି କେତେଜଣ କବି ବସନ୍ତ କୁ ନେଇ ମଧ୍ଯ ନିଜ ନିଜର କବିତା ପ୍ରକାଶିତ କରିଥିଲେ ।
କିନ୍ତୁ ସେ ସମସ୍ତମଧ୍ୟରେ
ଆମ୍ଭ ଗଞ୍ଜାମ୍ ଜିଲ୍ଲା ବାସୀ କବି ଶ୍ରୀ ସନ୍ତୋଷ ପଟ୍ଟନାୟକ ଭାଇଙ୍କ କବିତା
****ଯେଣୁ ପିକ ଭାଷେ ମାତୃଭାଷା***
ଏକ ଉଦବୋଧନୀ କବିତା ଭଳି ପ୍ରତ୍ଯେକ ଓଡି଼ଆଙ୍କୁ ମାତୃଭାଷା ପ୍ରତି ଆଦର କରିବାକୁ ପ୍ରେରିତ କରୁଥିବା ପ୍ରତିଭାତ୍ ହେଉଅଛି ।
ମଧୁମାସରେ ମଧୁରଭାଷାରେ ଏଭଳି କବିତା ହାତ ଗଣତି ଲୋକ ହିଁ ଲେଖିପାରନ୍ତି ।
ଆଜିର ଓଡି଼ଆ ଯେତେବେଳେ ନିଜ ମାତୃଭାଷା ଛାଡି଼ ପରଭାଷାରେ ନିଜ ଓଡିଆ ଭାଇଙ୍କ ସହ କଥା ହେଉଥିବା  ଦେଖେ ବହୁତ ଖରାପ ଲାଗେ ।
କବିକୁଳକୁ ମୋର ଅନୁରୋଧ ଏଇ ଘଡି଼ସନ୍ଧି ମୂହୂର୍ତ୍ତରେ ଯେତେବେଳେ ଆମ ଭାଷା ପୁଣି ସଙ୍କଟାପନ୍ନ ହେଲାଣି
ଏଭଳି କବିତା ସବୁ ଲେଖି ନିଜ ଭାଷା ପ୍ରତି ଲୋକଙ୍କୁ ଆଗ୍ରହ ବଢାଅନ୍ତୁ ।
ଅଧିକରୁ ଅଧିକ ଓଡିଆ ଭାଷା ତଥା ଲିପିରେ ଲେଖି ନିଜ ମାତୃଭାଷାକୁ ସମୃଦ୍ଧ କରନ୍ତୁ

---ଧନ୍ଯବାଦ---

Wednesday, March 22, 2017

●●●●●ରାଜ୍ଯ ପୁନଃପ୍ରାପ୍ତି●●●●●●

ଗୋଦବରୀ ତଟସ୍ଥ ରାମଚନ୍ଦ୍ରପୁର ତାଲୁକ୍ ରେ ଭୀମେଶ୍ବର ମନ୍ଦିର ଅବସ୍ଥିତ ।
ଭୀମେଶ୍ବରଙ୍କ ପ୍ରସାଦ ଲାଭକରି ତେଲୁଗୁ କବି ଭୀମ
ଖୁବ ପ୍ରସିଦ୍ଧି ଲାଭ କରିଥିଲେ ।

ଏକଦା ସେ କଳିଙ୍ଗରାଜ ଚୋଡ଼ଗଙ୍ଗଙ୍କ ଦର୍ଶନାର୍ଥେ
ତ୍ରୀକଳିଙ୍ଗ ଦେଶ ଆସିଥାନ୍ତି ।

କିନ୍ତୁ ଚୋଡ଼ଗଙ୍ଗ ତାଙ୍କୁ ସାଧାରଣ ବ୍ଯକ୍ତି ମନେ କରି ଦେଖାକରିବାକୁ ମନା କରିଦେଲେ ......

କବି ମହାଶୟ କ୍ରୋଧାନ୍ଧ ହୋଇ ରାଜାଙ୍କୁ ଅଭିଷାପ ଦେଲେ

****ହେ ଗଙ୍ଗରାଜ୍ ଯେଉଁ ଧନ ଯୋଗୁଁ ତୁମ୍ଭେ ନିଜକୁ ଶ୍ରେଷ୍ଠ ଭାବୁଅଛ ତାହା ମାତ୍ର 32 ଦିନ ମଧ୍ଯରେ ତୁମ ଶତୃହାତକୁ ଚାଲିଯିବ.....****

ଅଭିଶାପ ଦେବାପରେ

ଭୀମକବି ବେଲମଵାଡ଼ ଚଳିଗଲେ ।

ଯୋଗାନୁଯୋଗ ଚୋଡ଼ଗଙ୍ଗଙ୍କ ପରମ ଶତୃ ସଜ୍ଜନଗଡ଼ର ରାଜା କଳିଙ୍ଗନଗରଉପରେ ଆକ୍ରମଣ କରିଦେଲେ ।

ଏଭଳି ଆତର୍କିତ ଆକ୍ରମଣ ର ସାମ୍ନା ନକରିପାରି ଚୋଡ଼ଗଙ୍ଗ ରାଜଧାନୀ ଛାଡି଼ଦେଇ ପଳାୟନ କଲେ ।
ଚୋଡ଼ଗଙ୍ଗଙ୍କ ଜଣେ ପ୍ରତିପକ୍ଷକୁ ସିଂହାସନରେ ବସାଇ ଦିଆଗଲା ।

ଏଣେ ଚୋଡ଼ଗଙ୍ଗ ଶୋଚନୀୟ ପରାଜୟପରେ ରାଜଧାନୀରୁ ଦୂରକୁ ଅନ୍ଯ ଏକ ସ୍ଥାନକୁ ଚାଲି ଆସିଲେ ।
ଅନ୍ଧକାର ରାତି ଜଙ୍ଗଲରେ ବ୍ଯାଘ୍ର ଶ୍ବାନ ଶୃଗାଳଙ୍କ ରଡି଼ ମଧ୍ୟରେ
ଚୋଡ଼ଗଙ୍ଗ ଏକାକୀ ଚାଲିଯାଉଥିଲାବେଳେ ହଟାତ୍ ତାଙ୍କ ପାଦ ଖସିଗଲା ।
ଭାରସାମ୍ଯ ହରାଇ ଗଙ୍ଗରାଜ ଏକ ପଙ୍କ କର୍ଦ୍ଦମାକ୍ତ ନାଳରେ ପଡି଼ଗଲେ ।
ଆଉ କାଦୁଅରୁ ବାହାରି ପାରୁନଥାନ୍ତି ଚୋଡ଼ଗଙ୍ଗ ....

କେତେକାଳ ପରେ ସେଇ ବାଟ ଦେଇଏକ ସବାରୀ ଯାଉଥିବାର ଦେଖି ଚୋଡ଼ଗଙ୍ଗ ଯୋର ଯୋର ରେ ଚିତ୍କାର କଲେ ।

ସବାରୀ ବାହକ-କାନ୍ଧିଆ ମାନେ ଦୌଡି଼ ଆସି ଚୋଡ଼ଗଙ୍ଗଙ୍କୁ ପଙ୍କୁଆ ଦଲଦଲିଆରୁ ଉଦ୍ଧାର କଲେ ।
ଚୋଡ଼ଗଙ୍ଗ ଟିକେ ସୁସ୍ଥ ହେଲାରୁ ସବାରୀ ମଧ୍ୟେ ବସିଥିବା ବ୍ଯକ୍ତିଜଣକ ତାଙ୍କୁ ତାଙ୍କ ଗାଁ ଘର ଠିକଣା ପୁଚ୍ଛିଲେ ।

ରାଜା ବିଶେଷ କଥା ଲୁଚାଇ କେବଳ ଏତିକି କହିଲେମୁଁ କଳିଙ୍ଗନଗରରେ ରୁହେସେଠାରେ ଦିନେ ଭୀମକବି ମୋତେ ଦେଖା କରିବାକୁ ଆସିଥିଲେ ।

କିନ୍ତୁ କାର୍ଯ୍ଯରେ ବ୍ଯସ୍ତ ରହି ମୁଁ ତାଙ୍କ ସହ ଦେଖାକରିବାକୁ ପ୍ରତ୍ଯାଖ୍ଯାନ କରିଦେଇଥିଲି ।କବି ମୋତେ ଅଭିଷାପ ଦେଲାରୁ ମୁଁ ଶ୍ରୀହୀନ ହୋଇଗଲି ।

ସବାରୀରେ ବସିଥିବା ଲୋକ ଜଣକ ହସିଲେ ।
ସେ ହିଁ ଭୀମକବି ଜାଣି
ଚୋଡ଼ଗଙ୍ଗ ତାଙ୍କୁ କ୍ଷମା ପ୍ରାଥନା କରନ୍ତେ
ଦୟାର୍ତ୍ତ ହୃଦୟ କବି ତାଙ୍କୁ
ମୀନ ମାସ ଷଷ୍ଠୀ ତିଥୀରେ ରାଜ୍ଯ ପୁନଃ ପ୍ରାପ୍ତି ହେତୁ ଆଶିର୍ବାଦ ଦେଲେ ।

ତା ପରେ ତାଙ୍କ ସହ ଆସିଥିବା ଏକ ହଜାର ହସ୍ତୀ ଶତ ସହସ୍ରାଧିକ ଘୋଟକଯୁକ୍ତ ଦକ୍ଷିଣୀ ସେନାକୁ ଭୀମକବି ଚୋଡ଼ଗଙ୍ଗ ଙ୍କୁ ପ୍ରଦାନ କଲେ ।

ଏଣେ କଳିଙ୍ଗ ନଗରରେ ନୂଆ ରାଜାଙ୍କ ପଟ୍ଟାଭିଷେକ ଉତ୍ସବର ଆୟୋଜନ ମହା ସମାରୋହରେ ପାଳିତ ହେଉଥିଲା ।

ଏହି ଉତ୍ସବରେ ଭାଗନେବା ପାଇଁ ଦକ୍ଷିଣ ଦେଶରୁ ଏକ କୁଚିପୁଡି଼ ଭାଗବତ ନାଟ୍ଯଦଳ କଳିଙ୍ଗ ନଗର ଯାଉଥିଲା ।
ବାଟରେ ସେହି ଯାତ୍ରାଦଳର ସମସ୍ତ ବାଦ୍ଯଯନ୍ତ୍ର ଧରିଥିବା ବ୍ଯକ୍ତିଟି ସ୍ବାସ୍ଥ୍ୟହାନୀ କାରଣରୁ ମରିଗଲା ।
ଯାତ୍ରାଦଳ ସେଇଭଳି ଏକ ଲୋକ ଦରକାର କରୁଥିଲେ ।
ଏମିତିରେ ଯାତ୍ରାଦଳର ଲୋକେ ପରିତ୍ଯକ୍ତ ରାଜା ଚୋଡ଼ଗଙ୍ଗଙ୍କୁ ଏକ ସ୍ଥାନରେ ଦେଖିବାକୁ ପାଇଲେ ।
ସେମାନେ ଫଟା ମଇଳା କପଡା଼ ପରିହିତ ଚୋଡ଼ଗଙ୍ଗଙ୍କୁ ଜଣେ ଅତି ସାଧାରଣ ଗ୍ରାମବାସୀ ମନେ କଲେ ।
ତେଣୁ ଯାତ୍ରାଦଳର ଲୋକେ
ଖାଦ୍ଯ ବସ୍ତ୍ର ଏବଂ କିଛି ଅର୍ଥ ବଦଳରେ ସମସ୍ତ ବାଦ୍ଯଯନ୍ତ୍ର ଧରି କଳିଙ୍ଗ ଦେଶ ଯାଏଁ ସେମାନଙ୍କ ସହଯିବା ପାଇଁ ଚୋଡ଼ଗଙ୍ଗଙ୍କୁ ଅନୁରୋଧ କଲେ । ଚୋଡ଼ଗଙ୍ଗ ଏଇଭଳି ଏକ ସୁଯୋଗରେ ଥିଲେ ।

ନିଜ ଦକ୍ଷିଣୀ ସେନାକୁ ତାଙ୍କ ପଛରେ କଳିଙ୍ଗ ଦେଶ ଆସିବାକୁ ନିର୍ଦ୍ଦେଶ ଦେଇ ସ୍ବୟଂ ବେଶ ବଦଳାଇ ଯାତ୍ରା ଦଳ ସହ କଳିଙ୍ଗ ଦେଶ ଗଲେ ।

ନୂତନ ରାଜା ସେମାନଙ୍କ ରହିବା ବ୍ଯବସ୍ଥା କଲେ ।
ସ୍ଥିରହେଲା ଯେ ଭାଗବତ ଦଳ ଯେପରି ଭାବରେ ନୂତନ ରାଜା ଚୋଡ଼ଗଙ୍ଗଙ୍କ
ପରାଜୟ ପରେ ସିଂହାସନ ଅଧିକାର କଲେ ତାହାର ନାଟ୍ଯ ରୂପ ମଞ୍ଚାରେ ପଦର୍ଶନ କରିବେ ।
ଏହା ରାଜାଙ୍କ ନିର୍ଦ୍ଦଶରେ ଅଭିନୀତ ହେବ ।ସେଥିପାଇଁ ଯାତ୍ରାଦଳ କିଛିଦିନ ସମୟ ନେଲେ ।ସେହି ସମୟ ମଧ୍ୟରେ ନାଟ୍ଯାଭ୍ଯାସ କଲା ପରେ ଯାତ୍ରାଦଳ ଅଭିନୟ ପାଇଁ ପ୍ରସ୍ତୁତ ବୋଲି ନୂଆରାଜାଙ୍କୁ ଜଣାଇ ଜଣାଇଦେଲା ।
ନାଟ୍ଯକୁ ଜୀବନ୍ତ କରିବା ପାଇଁ ପୂର୍ବ କଳିଙ୍ଗରାଜ ଚୋଡ଼ଗଙ୍ଗଙ୍କ ଖଡ୍ଗ ଅସ୍ତ୍ର ବସ୍ତ୍ର ସବୁ ନୂଆରାଜାଙ୍କ ପାଖରୁ ଅଣାହେଲା । ବହୁ ବିବେଚନା ପରେ
ଛଦ୍ମରୂପେ ଯାତ୍ରାଦଳ ମଧ୍ୟେ ଥିବା ଚୋଡ଼ଗଙ୍ଗଙ୍କୁ ପୁରୁଣା ରାଜାଙ୍କ ଭୂମିକାରେ ଅଭିନୟ କରିବା ହେତୁ ଚ଼ୟନ କରାଗଲା ।
ଏହାର କାରଣ ସେ ଜଣେ ସାହାସୀ ବୀର ଭଳି ଜଣା ପଡୁ଼ଥିଲେ ଏବଂ ତାଙ୍କୁ ଗୀତ ଗାଇବା ଜଣାଥିଲା ।
ନିର୍ଦ୍ଧିଷ୍ଟ ଦିନ ନାଟ୍ଯାଭିନୟର ଆୟୋଜନ ହେଲା ।
ନୂଆ ରାଜା ତାଙ୍କ ପରିଜନ ଏବଂ ପାତ୍ର ମନ୍ତ୍ରୀ
ତଥା ରାଜ୍ଯର ଅଗ୍ରଗଣ୍ଯ ବ୍ଯକ୍ତି ଦର୍ଶକ ଗୃହର ଆଗରେ ବସି ନାଟକ ଦେଖିବାକୁ ଅପେକ୍ଷା କରିଥାନ୍ତି ।
ତାଙ୍କ ପଛକୁ ଜନସାଧାରଣ ବସିଥାନ୍ତି ।
ଲୋକଙ୍କ ମନରେ ତାଙ୍କ ପୁରୁଣା ରାଜାଙ୍କ ଚରିତ ଅଭିନୟ ଦ୍ବାରା ପରିବେଷଣ କରିବାକୁ ଯାଉଥିବା ବ୍ଯକ୍ତି କୁ ଦେଖିବାକୁ ଉତ୍କଣ୍ଠା  କ୍ଷଣାକ୍ଷଣେ ବଢି଼ବାରେ ଲାଗିଥାଏ ।
ମଞ୍ଚରୁ ପରଦା ହଟିଲା ,ନାଟକାରମ୍ଭ ହୋଇଗଲା ।
କେତେକ ସାଂସ୍କୃତିକ ନୃତ୍ଯ ଆଦିର ପରିବେଷଣ ପରେ ଚୋଡ଼ଗଙ୍ଗ ଙ୍କ ଚିରିତ୍ର ଅଭିନୟ ପାଳି ପଡିଲା....
ମଞ୍ଚରେ ଚୋଡଗଙ୍ଗ ନିଜର ରାଜସିକ ବସ୍ତ୍ରାଭୂଷଣ ତଥା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ
ହଟାତ୍ ଆସି ଉଭା ହେଲେ ।
ଲୋକେ ଭାବିଲେ ସେମାନେ ପ୍ରକୃତ ରାଜାଙ୍କୁ ଦେଖିବାକୁ ପାଇଲେ ।
ନୂଆ ରାଜା ଏବଂ ତାଙ୍କ ମନ୍ତ୍ରୀ ମାନେ ଚିନ୍ତିତ ହୋଇଗଲେ ।
ମଞ୍ଚରେ ଚୋଡ଼ଗଙ୍ଗ ଅଦଭୂତ ଖଡ୍ଗ ଚାଳନା ପୂର୍ବକ ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।
ତତ୍ ପରେ ସେ ଦର୍ଶକ କକ୍ଷକୁ ଡେଇଁ ପଡି଼ ନୂଆ ରାଜାଙ୍କ ସମ୍ମୁଖରେ ଅସ୍ତ୍ର ଚାଳନା କରୁ କରୁ ହଟାତ୍
ରାଜାଙ୍କ ମୁଣ୍ଡ଼ରୁ ଗଣ୍ଡି ଅଲଗା କରିଦେଲେ ।
ଦର୍ଶକ ଗୃହ ସ୍ତବ୍ଧ !!!!
ନୂଆରାଜାଙ୍କ ରକ୍ଷକ ଧାଇଁ ଆସିଲେ
ଚୋଡ଼ଗଙ୍ଗ ସେମାନଙ୍କୁ ନିହତ କରି ଯାଇ ରାଜସିଂହାସନ ଅକ୍ତିଆର କଲେ ।
କିଛିଦିନ ପରେ ଚୋଡ଼ଗଙ୍ଗଙ୍କ ମୂଳ ଶତୃ
ସଜ୍ଜନଗଡ଼ ରାଜା କଳିଙ୍ଗ ଆକ୍ରମଣ କଲେ ।
ଭୀଷଣ ଯୁଦ୍ଧ ହେଲା । ଶେଷରେ ସଜ୍ଜନଗଡ଼ ପରାଜିତ ହୋଇ କଳିଙ୍ଗର କରଦ ରାଜ୍ଯରେ ପରିଣତ ହେଲା ।

●●●●●●●●●●●●●●●●

【(ଚୋଡ଼ଗଙ୍ଗଙ୍କୁ ନେଇ ତେଲୁଗୁ ଅଞ୍ଚଳରେ ପ୍ରଚଳିତ କିମ୍ବଦନ୍ତୀ......)
ମାଦଳାପାଞ୍ଜୀ ଏବଂ ଗଙ୍ଗବଂଶାବଳୀ ଚରିତ ଆଦି ରେ ଚୋଡ଼ଗଙ୍ଗ ନଟ ବେଶରେ ଅପ୍ରତ୍ଯାଶିତ ଭାବେ ଉତ୍କଳ  ଅଧିକାର କରିଥିବା କଥା କୁହାଯାଏ )】●●●●●●●●●●●●●●●●

Monday, March 20, 2017

●●●●ଧାନ vs ଗହମ●●●●

ଭାତ ଏବଂ ରୁଟି/ରୋଟି କୁ ନେଇ
ପ୍ରାୟ ପୂର୍ବ-ଦକ୍ଷିଣଭାରତୀୟ ତଥା ଉତ୍ତରଭାରତୀୟଙ୍କ ମଧ୍ୟରେ
ବିତର୍କ ବିବାଦ ହୋଇଥାଏ ।

ବିହାରୀ, ଭୈୟା ମାନେ ରୁଟି ଖାଅନ୍ତି
ଆଉ ଓଡିଆଙ୍କ ଭାତ ଖିଆ ଦେଖି
ତାଙ୍କର ଚୁଟି ଘିଞ୍ଚି ରୁଟି ଖାଅ କହି ତାଗିଦ୍ କରନ୍ତି, ଯୁକ୍ତି ବାଢନ୍ତି ।

ମୋ ଜାଣିବାରେ ଉତ୍ତରଭାରତୀୟ ବଡ଼ ଦେଶଭକ୍ତ
ତାଙ୍କ ଦେଶଭକ୍ତିର ପଟାନ୍ତର ନାହିଁ
😀😀😀
ହଁ ଦେଶଭକ୍ତ ନ ହୋଇଥିଲେ
ମଧ୍ୟ ପ୍ରାଚ୍ଯ- ଲେଭାନ୍ଟ୍ (ତୁର୍କୀ,ମିଶର,ଆରବଦେଶ ସମୁହ)ଅଞ୍ଚଳରୁ
ଭାରତକୁ ଆସିଥିବା ଏକ ଘାସଜାତୀୟ
ଖାଦ୍ଯ ଶସ୍ଯ ବିଶେଷ ସପକ୍ଷରେ ଯୁକ୍ତି କରନ୍ତେ କି ?😉 😉
ପ୍ରତ୍ନତାତ୍ତ୍ବିକ ପ୍ରମାଣ ମିଳିଛି ଯେ ପୃଥିବୀରେ ସର୍ବ ପ୍ରଥମେ ରାକ୍ଷସ ଅସୁର ଙ୍କ ସଭ୍ଯତା ମାୟା ଆଜଟେକ୍ସ ଇନକାରେ ମକାଚାଷ ହେଉଥିଲା
କିନ୍ତୁ
ଦକ୍ଷିଣ ପୂର୍ବ ଏସିଆରେ ମଣିଷ ଧାନ ଚାଷ କରିବା ଶିଖିଲା
ଏବଂ ତୁର୍କୀରେ ସେଠିକାର ଲୋକେ ଗହମ ଚାଷ କରି ତାହାକୁ ଖାଉଥିଲେ ।
"ଗହମ ଚାଷ ଆଗେ ତୁର୍କୀରେ ହୋଇଥିଲା
ୟୁପୀ ବିହାରରେ ଏବେ ହେଉଛି "

ପ୍ରକୃତରେ ସମ୍ପୂର୍ଣ୍ଣ ଭାରତବର୍ଷ ଏପରିକି ଜମ୍ବୁଦ୍ବୀପରେ ଲୋକେ ଆଗେ
ଧାନ  ମାଣ୍ଡିଆ(ବାଜରା) ଜବ ଏବଂ ମକା
ଚାଷ କରି ଖାଉଥିଲେ ।
ତନ୍ମଧ୍ଯରୁ ଧାନ ଥିଲା ପ୍ରଧାନ ଖାଦ୍ଯ ଶସ୍ଯ....
ଆଉ
ଆଜକୁ ପ୍ରାୟ 2200 ବର୍ଷ ତଳେ
ଭାରତରେ ଘୋଡା଼ ଙ୍କ ଚାରା ହିସାବରେ
ବ୍ଯବହାର ହେଉଥିଲା ଗହମ ଗଛ 😀😀😀

ଭାରତ ମାତାର ଘୋଡାମୁଁହା ପୁଅ ମାନେ ନିଜ ଦେଶରେ ଜନମି ଥିବା ଖାଦ୍ଯ ଶସ୍ଯ ଛାଡି
ବିଦେଶରୁ ଆସିଥିବା ଘୋଡାର ଚାରାକୁ ଖାଦ୍ଯ ମନେ କରି ଖାଇବା ଆରମ୍ଭ କରିଦେଲେ.....
ସତରେ ବଡ଼ ଦେଶଭକ୍ତ !!!!!!!
ନୁହଁ 😂😂😂

ଆମ ପୂର୍ବପୁରୁଷ ଜାଣିଥିଲେ
ଯେ ଗହମକୁ ସମସ୍ତେ ଖାଇ ହଜମ କରିପାରିବେ ନାହିଁ ।
ଗହମରେ ଏକ ପ୍ରକାରର ପ୍ରୋଟିନ୍ ଗ୍ଲୁଟିନ୍ ଅଛି ଯାହା ଫଳରେ
ପୃଥିବୀର ପ୍ରତି 100 ରୁ 200 ରୁଟିଖିଆ ଲୋକଙ୍କ ମଧ୍ୟରୁ 2 ରୁ  ଚାରିଜଣ ବିଭିନ୍ନ ପେଟରୋଗର ଶିକାର ହୁଅନ୍ତି ।
ବିଶେଷକରି ବାଳକ ଏବଂ ବୃଦ୍ଧବ୍ଯକ୍ତିମାନେ ଗହମ ଜନିତ ଆଲର୍ଜୀର ଶିକାର ହୁଅନ୍ତି ।
ଭାତ ଏବଂ ପଖାଳ ଖାଇଲେ ଟିକେ ଆଳସ୍ଯ ଲାଗେ କାରଣ ସେ ଶସ୍ଯ ମଧ୍ୟରେ ରାଜା !!!!
ଆଉ ରାଜା ମାନେ ମଜା !!!
😀😀😀
ତା ଛଡା଼
ଗହମ ଉତ୍ତରଭାରତୀୟଙ୍କ 700 ବର୍ଷ କାଳ ପ୍ରତ୍ଯକ୍ଷ ଗୋଲାମୀର ଏକ ଅମଳିନ ଚିହ୍ନ
କହିଲେ ଅତ୍ଯୁକ୍ତି ହେବନାହିଁ ।

ମୁସ୍ଲିମ୍ ଶାସକ ଏବଂ ଆରବୀ ସଂସ୍କୃତି ପ୍ରଭାବରେ
ଖ୍ରୀଷ୍ଟାବ୍ଦ 1000 ଶତାବ୍ଦୀ ବେଳକୁ ଉତ୍ତରଭାରତୀୟ ମାନେ ଗହମ ଚାଷକରି ଖାଇବା ଆରମ୍ଭ କରିଦେଇଥିଲେ ଏବଂ ନିଜର ପ୍ରଧାନ ଖାଦ୍ଯ
ଧାନର-ଭାତ କୁ ଛାଡି ଆରବୀ ମାନଙ୍କର ଖାଦ୍ଯ ଖାଇ ନିଜକୁ ବଳବାନ ମଣୁଥିଲେ ।

"ନିଜ ମାଆ ହାତରନ୍ଧା ଖାଦ୍ଯକୁ ନିନ୍ଦିବା ତଥା ନିଜ ମାଆମାଟିର ଖାଦ୍ଯଶସ୍ଯକୁ ଛାଡି଼ ପର ଦେଶର ଖାଦ୍ଯଶସ୍ଯକୁ ଆପଣେଇବାକୁ ନିମକହାରାମୀ ଛଡା଼ ଆଉ କଣ କୁହାଯାଇପାରେ "

ପୂର୍ବ ଭାରତୀୟ ତଥା ଦକ୍ଷିଣଭାରତୀୟ 
ତଥାକଥିତ ଉତ୍ତରଭାରତୀୟଙ୍କ ଠାରୁ ଅଧିକ ସ୍ବାଭିମାନୀ ତେଣୁ ଆଜି ମଧ୍ଯ ନିଜ ପୂର୍ବପୁରୁଷଙ୍କ ଦ୍ବାରା ପ୍ରଦତ୍ତ ଷଡ଼ରସରେ ପରିପୂର୍ଣ୍ଣ ତଣ୍ଡୁଳ ର ଶସ୍ଯ କୁ ଖେତରେ ବୁଣନ୍ତି ,ଭାତ ଖାଅନ୍ତି ।

ଭାରତରେ ଯେହେତୁ ପ୍ରାୟଃ ଧାନର ଚାଷ ହେଉଥିଲା ଲୋକେ ଚାଉଳରୁ ଅନେକ ପ୍ରକାରର ଦ୍ରବ୍ଯ ତିଆରି କରିବା ଶିଖିଲେ ।

ମାଲବାର୍ ଅଞ୍ଚଳରୁ ଚୂଡା,ଓଡିଶାରୁ ଲିଆ ତଥା ବିଭିନ୍ନ ପ୍ରକାରର ମିଠା ,ପିଠା,
କଳିଙ୍ଗ ରାଜ୍ଯରୁ ଆରିସା ଦକ୍ଷିଣ ଭାରତର ଇଡଲୀ ଦୋସା
ଉତ୍ତରଭାରତର ମୁଢୀ ଏଇଭଳି କେତେ ରକମର ପଦାର୍ଥ ଚାଉଳରୁ ଜନମିଛି ...

ଭାରତରେ ଆଗେ ଲୋକେ ଯେହେତୁ ଭାତ ଖାଉଥିଲେ
ସେମାନେ ପଖାଳ ମଧ୍ଯ ଖାଉଥିବା ସହଜେ ଅନୁମେୟ ।
ଆଜି ମଧ୍ଯ
ଅବିଭକ୍ତ ବଙ୍ଗ ,ଓଡିଶା ଠାରୁ ଆରମ୍ଭ କରି ଦକ୍ଷିଣର ତାମିଲନାଡୁ଼ ପର୍ଯ୍ୟନ୍ତ ଏ  ସମସ୍ତ
ଅଞ୍ଚଳରେ ଲୋକେ ଊଣା ଅଧିକେ ପଖାଳ ଖାଉଥିଲା ବେଳେ ଓଡିଶାରେ ଏହାର ପ୍ରଚଳନ ସର୍ବାଧିକ ।

ଏ ଦେଶର ମୂଳ ସଂସ୍କୃତି, ପରମ୍ପରା ଏବଂ ଖାଦ୍ଯ ଆଦିକୁ ଆଜି ବି ଓଡିଆ ଜାତି ଜୀବିତ ରଖିଅଛି
ବାକି ସବୁ ଗୋଲାମ ହୋଇ ସାରିଛନ୍ତି ।

(ଉତ୍ତରଭାରତୀୟ ମାନେ ଯେତେବେଳେ ଆମ୍ଭ ପଖାଳ କୁ ପାନୀଭାତ କହି
ରହସ୍ଯ କରିଥାନ୍ତି ମୁଁ ସେମାନଙ୍କୁ ଏହି ତଥ୍ଯ କହି  ନିରୁତ୍ତର କରିଦେଇଥାଏ ।)

Saturday, March 18, 2017

କାଚରା

ଜଣେ କାଚରା କାଚ ବିକି ତା ଘର ଚଳାଏ ।
ପ୍ରତିଦିନ ଭଳି ସେଦିନ ମଧ୍ଯ ସେ କାଚ ବିକିବାକୁ କାମାକ୍ଷା ହାଟ ଯାଇଥାଏ ।

ହାଟକୁ ଗଲାବେଳକୁ ବାଟରେ ପଥରରେ ଝୁଁଟିପଡିଲାରୁ ତା'ର କାଚ ସବୁ ଭାଙ୍ଗିଗଲା ।
ତା ପଡିବା ଦେଖି କେତେକ ଲୋକ ସେଠି ରୁଣ୍ଢ
ହୋଇଗଲେ
ଅଧିକାଂଶ ଲୋକ କାଚରା ପ୍ରତି ସହାନୁଭୂତି ବ୍ଯକ୍ତ କଲେ
କିଛି ଲୋକ ତାଗିଦ୍ ମଧ୍ଯ କଲେ

ଏତିକି ବେଳେ
ଜଣେ ଧନୀକ ଶ୍ରେଣୀୟ
ଲୋକ ଭିଡ ଭିତରୁ ବାହାରି ଆସି କହିଲା

"ବିଚରା ଗରୀବ ଲୋକ ଟା
କାଚ ମାଲିକ ଠାରୁ କାଚ ଭଡାରେ ଆଣି ବିକି ଲାଭାଂଶର ଅର୍ଧେକ ପାଇଲେ ଯାଇ ତା ଘରେ ଚୂଲି ଜଳେ
ଏବେ କଣ୍ କରିବ  ?
ମାଲିକ ଜାଣିଲେ ପୁରା ମାସ ଖାଡା ଉପାସ କରିବ ଇଏ !!!!
ବରଂ ଚାଲ ଆକୁ ସମସ୍ତେ ପାଞ୍ଚଟଙ୍କା ଲେଖାଏଁ ଦେବା
କାଚ ସବୁର ମୂଲ୍ଯ ବଡ଼ ହେଲେ
୧୦୦ କି ୨୦୦ ହୋଇଥିବ "

ଧନୀ ଲୋକ ଟି କହିଲାରୁ

କେତେକ ଲୋକ କିଛି କିଛି ଟଙ୍କା ଆଣି କାଚରା କୁ ଦେଲେ
କାଚର ମନେ ମନେ ଖୁସି ହେଉଥାଏ ।

କୁଳମଣୀ ଦାସ ବାବୁ ସେଦିନ କାମାକ୍ଷା ଯାଇଥାଅନ୍ତି
ସେ ବାବୁ କଳି ଲଗେଇବାରେ ଉସ୍ତାଦ
ତାଙ୍କ ଆଖିରେ କଥାଟା ଜମା ଗଳୁ ନଥିଲା

କାଚେରା ପାଖକୁ ଯାଇ ତା କାନରେ
ପଚାରିଲେ
ଏ ଧନୀ ଲୋକ ଟା ମୋ ଭଳି ତୋର ଚିହ୍ନା କିବେ
ବଡ ଦୟାଳୁ ହୃଦୟ ବ୍ଯକ୍ତି ଜଣେ ନା କଣ୍

କାଚରା କହିଲା
ଦୟାଳୁ ନା ଗେଣ୍ଠା ଗୁଡ଼
ଆରେ ଭାଇ ସେଇ ତ ଏ କାଚର ମାଲିକ !!!
ପାଞ୍ଚ ଟଙ୍କା ମୋତେ ଦେଇ ମୋ ନାଆଁରେ
ଲୋକଙ୍କ ଠାରୁ ୧୯୫ ମାରିନେଲା
😀😀😀

ସତ କହିଲ ବନ୍ଧୁଗଣ
ଏଇ ଧନୀଲୋକ ଭଳି ଏ ଦେଶର ନେତାଏ
ଆମକୁ ପାଞ୍ଚ ଦେଇ ଆମ ନାଆଁରେ
୫00 ରୁ ୫୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦୦
ଲୁଟୁ ନାହାନ୍ତି କି ????///

Thursday, March 16, 2017

●●●●ଭାରତରେ ଗିର୍ ମିଟିଆ ପ୍ରଥା●●●●

୧୮ଶହ ଶତାବ୍ଦୀରେ ଇଂରାଜ ମାନେ ଭାରତରେ ବଳଶାଳୀ ହୋଇ ଭାରତୀୟ ପ୍ରଜାର ଏପରି ଶୋଷଣ କଲେ ଯେ
ସେମାନେ ଖାଦ୍ଯ ଅଭାବରୁ ପୋକମାଛି ଭଳି ମରିବା ଆରମ୍ଭ କରିଦେଇଥିଲେ ।
ତାପରେ ଆରମ୍ଭ ହେଲା
ଦାସତ୍ବପ୍ରଥା.....
ପେଟପାଟଣା ପାଇଁ
ଦେଶର କେତେକ
ଗରିବ ଲୋକେ
ଇଂରେଜ ମାନଙ୍କ ସହ ଏକ ପ୍ରକାରର ଏଗ୍ରିମେଣ୍ଟ ସାଇନ୍ କଲେ
ଯାହାକୁ #ଗିର୍_ମିଟ୍ (ସମ୍ବଲପୁର) କୁହାଗଲା !

ଗିର୍ ମିଟ୍ ଶବ୍ଦଟି ଏଗ୍ରିମେଣ୍ଟ ଶବ୍ଦର ଅପଭ୍ରଂସିତ ରୂପ 【ଏ(ଗରି୍)(ମେ)ଣ(ଟ୍) )=>ଗିର୍ ମିଟ୍】।

ଏହା ପଶ୍ଚିମ ଓଡିଶାରେ ଚଳୁଥିବା ପୂର୍ଣଚନ୍ଦ୍ରଭାଷାକୋଷର 2215 ତମ ପୃଷ୍ଠାରେ ଲିପିବଦ୍ଧ ଅଛି .....
ହିନ୍ଦୀଭାଷୀ ଇଂରେଜ ମାନଙ୍କ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିବା ଶ୍ରମିକମାନଙ୍କୁ ଗିରିମିଟିୟା କହୁଥିଲେ । ଏସବୁ ପଢିଲା ପରେ ମନରେ ସ୍ବତଃ ପ୍ରଶ୍ନ ଉଠେ
ଆଜିକାଲିର ଦାଦନ ସେହି ପୁରୁଣା ଗିର୍ ମିଟ୍ ର ନୂତନ ସଂସ୍କରଣ କି ?

ଇଂରେଜ ଶାସନର ପ୍ରାରମ୍ଭିକ କାଳରେ ପ୍ରତିବର୍ଷ ଦେଶର ୧୦୦୦୦ ରୁ ୧୫୦୦୦ ଶ୍ରମିକଙ୍କୁ
ସାମାନ୍ଯ ଅର୍ଥ କିଛି ଆଗତୁରା ଦେଇ ଗୋଲାମ ଭଳି ଅନ୍ଯ ଦେଶକୁ ପଠେଇ ସେମାନଙ୍କ ଦ୍ବାରା ଦୁଇଗୁଣ ପରିଶ୍ରମ କରାଉଥିଲେ ଇଂରେଜ ।

ବିଶେଷତଃ ଫିଜି,ବ୍ରିଟିଶ୍ ଗୁଆନା,ଡଚ୍ ଗୁଆନା ,ତ୍ରିନିଦାଦ୍ ଟୋବେଗୋ ଏବଂ ଦକ୍ଷିଣ ଆଫ୍ରିକାକୁ ଅଧିକାଂଶ ଭାରତୀୟ ମାନଙ୍କୁ
ଶ୍ରମିକ କମ୍ ଗୁଲାମ୍ ଭଳି
ପାଠାଯାଉଥିଲା ।
ଇଂରେଜ ମାନେ ଭାରତ ର କିଛି ଦେଶୀ
ଗୋଡଚଟା ଲୋକଙ୍କୁ ପାଳି ତାଙ୍କ ହାତରେ ଏଇ ଧନ୍ଦା କରୁଥିଲେ ।
ତାଙ୍କ ସରକାରୀ କାଗଜପତ୍ରରେ ଏ ସବୁ ଧନ୍ଦାକୁ ମାନ୍ଯତା ପ୍ରଦାନ କରାଯାଇଥିଲା ଏବଂ ଏ ଧନ୍ଦା କରୁଥିବା ଚନ୍ଦାମାନେ ମଧ୍ଯ କମ୍ପାନୀ ସରକାରଙ୍କ ଛତ୍ରଛାୟା ତଳେ ନିଜକୁ ସୁରକ୍ଷିତ ରଖିପାରୁଥିଲେ ।

ଗିରିମିଟିଆ ପ୍ରଥା ଇଂରେଜ ମାନଙ୍କ ଦ୍ବାରା
ସନ୍ ୧୮୩୪ ରେ ଆରମ୍ଭ ହୋଇ ୧୯୧୭ ଯାଏଁ ଚଳିଥିଲା ।
ବିଭିନ୍ନ ରାଷ୍ଟ୍ରୀୟ ସଂଗଠନ ମାନଙ୍କ ପ୍ରବଳ ବିରୋଧ କାରଣରୁ ୧୯୧୭ରେ ଏହାକୁ ନିଶିଦ୍ଧ ଘୋଷଣା କରାଗଲା ।

ଗିର୍-ମିଟିଆଙ୍କ ଚୁକ୍ତି ମୁତାବକ ସେମାନଙ୍କୁ ମାତ୍ର ପାଞ୍ଚବର୍ଷ ଯାଏଁ ଖଟିବାକୁ ହେଉଥିଲା ।
ତାପରେ ସେମାନେ ମୁକ୍ତ ହୋଇପାରନ୍ତି ।
କିନ୍ତୁ ଗିର୍-ମିଟିଆ ଶ୍ରମିକ ମାନଙ୍କ ପାଖରେ
ଭାରତ ଫେରିଯିବା ପାଇଁ ଯଥେଷ୍ଟ ସମ୍ବଳ ନଥିବା ତଥା ଉପଯୁକ୍ତ ବୈଦେଶିକ ଜ୍ଞାନ ଅଭାବରୁ ସେମାନେ ଆଜୀବନ ବିଦେଶ ମାଟିରେ ଖଟି ଖଟି ମରିଯିବାକୁ ବାଧ୍ଯ ହେଉଥିଲେ । ବିଦେଶ ମାଟିରେ
ଗିର୍-ମିଟିଆ ଶ୍ରମିକଙ୍କ ପାଖରେ କେବଳ ଦୁଇଟି ପନ୍ଥା ରହୁଥିଲା
ସେଇ ମାଲିକ ପାଖରେ ପଡିରହି ଆଜୀବନ ଖଟିବା
କିମ୍ବା ଅନ୍ଯ ଗିର୍ ମିଟ୍ ମାଲିକ ପାଖରେ କାମ କରିବା ! ଏକ ଉନ୍ନତ ଦେଶର
ମଣିଷ ମାନଙ୍କୁ ଇଂରେଜ ତଥା ତାଙ୍କ ତୋଷାମଦିଆ କୁକୁର ମାନେ
ବଳଦ ଭଳି ଖଟେଇ ଖଟେଇ ମାରୁଦେଉଥିଲେ !!!!!!!

କାମ ନ କଲେ ବଳଦକୁ ଛାଟରେ ପିଟିଲା ଭଳି ଗିର୍-ମିଟିଆକୁ ସହିବାକୁ ହେଉଥିଲା ମାଲିକର ଅକଥନୀୟ ଅତ୍ଯାଚାର୍ !
ପୁଣି ଗିର୍ ମିଟିଆକୁ ବିବାହ ବଂଶବୃଦ୍ଧି କରିବାର ଅଧିକାର ନଥିଲା ।
ଯଦି କିଛି ଗିର୍ ମାଟିଆ ବିବାହ କରୁଥିଲେ ବି ତ ତାଙ୍କ ସହ
ଗୋଲାମ ଭଳି ବ୍ଯବହାର କରାଯାଉଥିଲା ।
ସେମାନଙ୍କର ସ୍ତ୍ରୀ ପିଲାଙ୍କୁ ବିକ୍ରୀ କରିବାର ଅଧିକାର ମାଲିକ ମାନଙ୍କୁ ଇଂରେଜ ସରକାର ଦେଉଥିଲେ ।
ଗିର୍ ମାଟିଆ ଶ୍ରମିକ ସେମାନଙ୍କ ସହ ପ୍ରାୟଃ ଚାଳିସ୍ ପ୍ରତିଶତ ସ୍ତ୍ରୀ ନେଇ ବିଦେଶ ଯାଉଥିଲେ ।
ଯୁବା ବୟସର ସ୍ତ୍ରୀ ମାନଙ୍କୁ ମାଲିକ ମାନେ ରକ୍ଷିତା କରି ଖୁବ ଶୋଷଣ କଲାପରେ ଆକର୍ଷଣ କମ ହେଲେ ଖାଲି ଟୁଥପେଷ୍ଟର ଖୋଳ କୁ ଅଳିଆକୁ ଫିଙ୍ଗିଦେଲା ଭଳି
ଶ୍ରମିକ ମାନଙ୍କୁ ଦେଇଦେଉଥିଲେ ।

ଗିର୍ ମିଟ୍ ଶ୍ରମିକ ମାନଙ୍କ ସନ୍ତାନ
ମାଲିକ ମାନଙ୍କ ସମ୍ପତ୍ତି ବୋଲି ଇଂରେଜ ବାହାଦୁର ସେମାନଙ୍କୁ ସରକାରୀ ସତ୍ତ୍ବ ପ୍ରଦାନ କରିଥିଲେ ।
ଶିକ୍ଷା ସ୍ବାସ୍ଥ୍ୟସେବା ମନୋରଂଜନ ବହୁତ ଦୂରର କଥା
ଦୁଇ ବଖତ ଖାଦ୍ଯ ମଧ୍ଯ ଦେଉନଥିଲେ ଗିର୍ ମିଟ୍ ମାଲିକ ।
ବିଦେଶ ମାଟିରେ ଅତ୍ଯାଚାର ସହି ନ ପାରି ଅନେକ ଶ୍ରମିକ ଏଇଭଳି ଅକାଳ ମୃତ୍ଯୁବରଣ କରୁଥିଲେ ....
ତୋତାରାମ ସନାଢ୍ଯ ଙ୍କର ଜନ୍ମ 1876 ରେ ହିରନଗାଁବ୍ ଜିଲ୍ଲା ଫିରୋଜାବାଦ୍ ଉତ୍ତରପ୍ରଦେଶରେ ହୋଇଥିଲା ।
ତାଙ୍କୁ ଇଂରେଜ ମାନେ ଖଜଣା ପଇଠ
ନକରିପାରିଲାରୁ ଗିରମାଟିଆ ଶ୍ରମିକ କରି ଫିଜି ପଠାଇଦେଇଥିଲେ ।
ଅନେକ ସଂଘର୍ଷ କରି ସେ ସେଠାରୁ ନିଜକୁ ମୁକୁଳେଇ ପାରିଥିଲେ ।
ଜଣେ ଗିର୍ ମିଟ୍ ଶ୍ରମିକ ଭାବେ ସେ
ନିଜ ଜୀବନ ଅନୁଭବ ତାଙ୍କ
ପୁସ୍ତକ
"फिजी में मेरे इक्कीस वर्ष"
ରେ ବର୍ଣ୍ଣନା କରିଅଛନ୍ତି ।
ଦକ୍ଷିଣ ଆଫ୍ରିକାରେ ମହାତ୍ମାଗାନ୍ଧୀଙ୍କ ଅହିଂସା
ଆନ୍ଦୋଳନ ପରେ ବିଦେଶରେ ରହୁଥିବା ଭାରତୀୟ ଶ୍ରମିକ ମାନେ ତେଜିଲେ ।
ଏଣେ ଭାରତରେ ଗୋପାଳ କୃଷ୍ଣ ଗୋଖଲେ ,ଇମ୍ପେରିୟଲ୍ ଲେଜିସ୍ଲେଟିଭ୍ କାଉନସିଲ୍ ରେ ମାର୍ଚ୍ଚ ୧୯୧୨
ଗିରମିଟିଆ ପ୍ରଥା ସମାପ୍ତ କରିଦେବାକୁ ପ୍ରସ୍ତାବ ଆଗତ କରିଥିଲେ ।
କାଉନସିଲ୍ ର 22 ଜଣିଆ ସଦସ୍ଯ ଠିକ କଲେ
ଯେତେଦିନ ଯାଏଁ ଏହି ଅମାନୁଷିକ ପ୍ରଥା ବନ୍ଦ ନ ହୋଇଛି ସେ
ଦିନ ଯାଏଁ ପ୍ରତିବର୍ଷ ଏହି ପ୍ରସ୍ତାବ କରାଯାଉଥିବ ।
ଡିସେମ୍ବର ୧୯୧୬ କଂଗ୍ରେସ ଅଧିବେଶନରେ ମହାତ୍ମାଗାନ୍ଧୀ,
ଭାରତ ସୁରକ୍ଷା ଏବଂ ଗିର୍ ମିଟିଆ ପ୍ରଥା ଅଧିନିୟମ ପ୍ରସ୍ତାବ ରଖିଲେ ।
ଏହାର ଏକ ମାସ ପରେ ଫେବୃଆରୀ ୧୯୧୭
ଅହମଦାବାଦଠାରେ ଗିରମିଟିଆ ପ୍ରଥା ବିରୋଧରେ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା ।
ଏହି ସଭାରେ ଗିରମିଟିଆ ପ୍ରଥା ବିରୋଧରେ
ସିଏଫ୍ ଆଣ୍ଡ୍ର୍ଯୁଜ୍ ତଥା ହେନେରୀ ପୋଲକ୍ ମଧ୍ଯ ଭାଷଣ ଦେଇଥିଲେ ।
ଗିର୍ ମିଟିଆ ପ୍ରଥା ବିରୋଧରେ ଧୀରେ ଧୀରେ ଜନସମାଜ ଅଧିକ ସମ୍ବେଦନଶୀଳ ହେବା ଆରମ୍ଭ କରିଦେଲେ ।
ମାର୍ଚ୍ଚ ୧୯୧୭ରେ ଗିରମିଟିଆ ପ୍ରଥା ବିରୋଧୀ ସଂଗଠନ ମାନେ ଇଂରେଜ ସରକାରଙ୍କୁ ଅଲ୍ଟିମେଟମ୍ ଦେଇଦେଲେ ଯେ ମଇ ମାସ ସୁଦ୍ଧା ଏ ପ୍ରଥା ବନ୍ଦ କରାଯାଉ ନହେଲେ ପରିସ୍ଥିତି ଅସମ୍ଭାଳ ହେବ ।
ଲୋକଙ୍କର ଉଗ୍ର ଆକ୍ରୋଷ ଆଗରେ ଶେଷରେ ପ୍ରବଳ ପ୍ରତାପୀ ଇଂରେଜ ବାହାଦୁରଙ୍କୁ ନଇଁବାକୁ ହେଲା ....
୧୯୧୭
ମଇମାସ ପୂର୍ବରୁ ହିଁ ବନ୍ଦ ହୋଇଗଲା ଗିର୍ ମିଟିଆ ପ୍ରଥା .....

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...