Monday, May 21, 2018

ମଳୟ

ଦକ୍ଷିଣ ଭାରତର ଏକ ପର୍ଵତର ନାମ ହେଉଛି ମଳୟ ପର୍ଵତ । ଏହା ପଶ୍ଚିମ ଘାଟର ସେହି ଭାଗ ଅଟେ ଯାହା ପ୍ରାଚୀନ ମୈଶୁର୍ ରାଜ୍ୟର ଦକ୍ଷିଣ ତଥା ତ୍ରାଂଵକୋର ର ପୂର୍ବରେ ଅଵସ୍ଥିତ । ଏଠାରେ ଚନ୍ଦନ ବହୁତ ଉତ୍ପନ୍ନ ହୋଇଥାଏ ।  ପୁରାଣରେ ଏହାକୁ ଵିନ୍ଧ୍ୟାଞ୍ଚଳ ଆଦି ସପ୍ତ ପର୍ଵତ ମଧ୍ୟରେ ସ୍ଥାନ ମିଳିଅଛି ।

ମାର୍କଣ୍ଡେୟ ପୁରାଣରେ ସପ୍ତକୁଳାଚଳ ପର୍ଵତ ଵିଷୟରେ ୫୭ ଅଧ୍ଯ୍ୟାୟ (୧୦-୧୧ ଶ୍ଳୋକ)ରେ କୁହାଯାଇଛି
“महेन्द्रो मलयः सह्यः शुक्तिमानृक्षपर्व्वतः । बिन्ध्यश्च पारिपात्रश्च सप्तैवात्र कुलाचलाः ॥”)
(ଅର୍ଥାତ୍ ସପ୍ତ କୁଳାଚଳ=ମହେନ୍ଦ୍ର, ମଳୟ,ସହ୍ୟ,ଶକ୍ତିମାନ,ଋକ୍ଷ,ଵିନ୍ଧ୍ୟ,ପାରିପାତ୍ର )

ପୁଣି
ମତ୍ସ୍ୟ ପୁରାଣ ୧୧୩ । ୪୪ତମ ଶ୍ଲୋକରେ କୁହାଯାଇଛି
“अङ्गा वङ्गा मद्गुरका अन्तर्गिरिबहिर्गिरी ।
  ततः प्रवङ्गमातङ्गमलयामलवर्त्तिकाः ॥”

(ଶ୍ଲୋକର ଅର୍ଥ ସମ୍ଭଵତଃ
ଅଙ୍ଗ ଵଙ୍ଗ ଓ ମଦ୍ଗୁରକ ଦେଶର ପାର୍ଵତ୍ୟାଞ୍ଚଳରେ ଦାକ୍ଷିଣତ୍ୟର ମଳୟ ପଵନ ଯୋଗୁଁ ସୁନ୍ଦର ନିର୍ମଳ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇ ତାହା ହସ୍ତୀ ଆଦି ଵିଭିନ୍ନ ଜୀବଙ୍କ ଉପଯୋଗୀ ଵାସଭୂମି ହୋଇପାରିଥିଲା ?)

ମଳୟ ଶବ୍ଦ ପଵନ,ସମୀର,ଵାୟୁ ଆଦି ଶବ୍ଦ ର ଆଦିରେ ଲାଗିଲେ ସୁଗନ୍ଧିତ ଓ ଦକ୍ଷିଣୀ ଵାୟୁର ଅର୍ଥ ପ୍ରଦାନ କରିଥାଏ
(ଉ-ମଳୟସମୀର,ମଳୟପଵନ)

ମଳୟ ଶବ୍ଦ ର  ଅନ୍ୟ ପର୍ଯ୍ୟାୟଵାଚକ ଶବ୍ଦ:- ଆଷାଢ଼, ଦକ୍ଷିଣାଚଳ,ଚନ୍ଦନାଦ୍ରି,ମଳୟାଚଳ ଇତ୍ୟାଦି ...

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...